ଶ୍ରୀନଗର: ମହମାରୀ କରୋନାକୁ ଦୃଷ୍ଟିରେ ଜମ୍ମୁ-କଶ୍ମୀର ପ୍ରଶାସନ ୨୦୨୦ ଅମରନାଥ ଯାତ୍ରାକୁ ବାତିଲ କରିଦେଇଛି। ମଙ୍ଗଳବାର ଶ୍ରୀ ଅମରନାଥଜୀ ଧାର୍ମିକ ବୋର୍ଡର ୩୯ତମ ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକର ଅଧ୍ୟକ୍ଷତା କରିଥିଲେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ। ଜୁଲାଇ ୧୩ରେ ସୁପ୍ରିମକୋର୍ଟ ଅମରନାଥ ଯାତ୍ରା ହେବ କି ନାହିଁ, ତା’ର ନିଷ୍ପତ୍ତି ଜମ୍ମୁ-କଶ୍ମୀର ପ୍ରଶାସନ ଉପରେ ନ୍ୟସ୍ତ କରିଥିଲେ। ତେଣୁ ପ୍ରଶାସନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୦ ଅମରନାଥ ଯାତ୍ରାକୁ ବାତିଲ କରିବାକୁ ଘୋଷଣା କରିଛି।
ତେବେ ଶ୍ରଦ୍ଧାଳୁଙ୍କ ଭକ୍ତିଭାବକୁ ଦେଖି ଅମରନାଥଙ୍କ ସକାଳ ଓ ସନ୍ଧ୍ୟା ଆଳତୀର ଲାଇଭ ଟେଲିକାଷ୍ଟ କରାଯିବ। ଶ୍ରଦ୍ଧାଳୁଙ୍କ ପାଇଁ ଅମରନାଥ ଯାତ୍ରା ବନ୍ଦ ହୋଇଥିଲେ ହେଁ ପରମ୍ପରା ଅନୁଯାୟୀ ସମସ୍ତ ପ୍ରକାରର ରୀତିନୀତି କରାଯିବ। ସେହିପରି ଛାଦି ମୁବାରକ ମଧ୍ୟ ସରକାରଙ୍କ ପକ୍ଷରୁ କରାଯିବ ବୋଲି କୁହାଯାଇଛି।