ନୂଆଦିଲ୍ଲୀ: ଭାଲେଣ୍ଟାଇନ୍ସ ସପ୍ତାହରେ ସମସ୍ତେ ପ୍ରେମରେ ମସଗୁଲ୍। ଯିଏ ସିଙ୍ଗିଲ ଅଛନ୍ତି, ପ୍ରେମିକା ବା ପ୍ରେମିକ ଖୋଚା ଆରମ୍ଭ କରିସାରିଛନ୍ତି। ତେବେ ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ଆମାଜନ୍ ପ୍ରାଇମ୍ ଭିଡିଓ ମଧ୍ୟ ଏହି ଦୌଡ଼ରୁ ପଛରେ ପଡ଼ିନି। ଏହି ମନୋରଞ୍ଜନ ସେବା ଯୋଗାଣକାରୀ ଆଜି ମନର କଥା ଜଣାଇବା ପରେ ମଜାଦାର ଟ୍ୱିଟ୍ ସବୁ ପ୍ରତିକ୍ରିୟାରେ ଆସିଛି।
ଭାଲେଣ୍ଟାଇନ୍ସ ଡେ’ରେ ସମସ୍ତଙ୍କ ମନୋରଞ୍ଜନ ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ଦର୍ଶାଇ ଏହି ଆକାଉଣ୍ଟରୁ ଟ୍ୱିଟ୍ ହୋଇଥିଲା, “ମୁଁ ଏହି ଭାଲେଣ୍ଟାଇନ୍ସ ସପ୍ତାହରେ ଜଣେ ଭାଲେଣ୍ଟାଇନ୍ ଖୋଜୁଛି, ଆପଣମାନେ କାହା ସହ ଗୋଟେ ସେଟ୍ କରେଇଦେଇ ପାରିବେ କି? ମୁଁ ତାଙ୍କର ମନୋରଞ୍ଜନ କରିପାରିବି।”
ଏହା ପରେ ଲୋକେ ନିଜ କରାମତି ଦେଖାଇବା ଆରମ୍ଭ କରିଥିଲେ। ପୂର୍ବରୁ ଏମିତି ସୁଯୋଗର ସଦୁପଯୋଗରେ ଓସ୍ତାଦ୍ ଟ୍ୱିଟର ବ୍ୟବହାରକାରୀ ଆମାଜନ୍ ପ୍ରାଇମ୍ର ପ୍ରତିଦ୍ୱନ୍ଦ୍ୱୀ ନେଟ୍ଫ୍ଲିକ୍ସକୁ ଏହି ଟ୍ୱିଟ୍ର ଉତ୍ତରରେ ଉଲ୍ଲେଖ କରିଥିଲେ। କିଛି ଲୋକ ଡେଟିଂ ଆପ୍ ଟିଣ୍ଡରର ସହାୟତା ନେଇଥିଲେ।
ଆଉ ଜଣେ ଲେଖିଥିଲେ, ଅଫ୍ସୋସ୍ ମୁଁ ଆପଣଙ୍କର କାହା ସହ ବି ସେଟ୍ କରାଇ ପାରିବିନି। ସୂଚନାଯୋଗ୍ୟ ଯେ, ଗତ ମାସ ୩୧ରେ ଏହି ପ୍ଲାଟଫର୍ମ ୧୫୦ ମିଲିୟନ୍ ବ୍ୟବହାରକାରୀ ହାସଲ କରିସାରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।