ପାକିସ୍ତାନକୁ ଜୋରଦାର ଆର୍ଥିକ ଝଟ୍‌କା

ଇସଲାମାବାଦ୍‌: ଜମ୍ମୁ-କଶ୍ମୀରକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି ପରେ ପାକିସ୍ତାନ ବିଭିନ୍ନ ଦିଗରୁ ଭାରତକୁ ଅଡ଼ୁଆରେ ପକାଇବାର ପ୍ରୟାସ କରୁଥିଲେ ମଧ୍ୟ ବିଫଳତା ଏହି ଦେଶର ପିଛା ଛାଡ଼ୁନି। ଗତକାଲି ପରମ ବନ୍ଧୁ ଚାଇନା ସହାୟତାରେ ଜାତିସଂଘର ସୁରକ୍ଷା ପରିଷଦରେ ‘କଶ୍ମୀର ପ୍ରସଙ୍ଗ’ ଉଠାଇବାର ପ୍ରୟାସରେ ସଫଳ ହୋଇଥିଲେ ମଧ୍ୟ ଚାଇନା ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ର ପାକିସ୍ତାନର ସମର୍ଥନରେ ବାହାରିନଥିଲେ। ତେବେ ପାକିସ୍ତାନକୁ ଆଜି ଲାଗିଥିବା ଝଟ୍‌କା କୂଟନୀତିକ ନୁହେଁ, ବରଂ ଏକ ବଡ଼ […]

imran khan(2)

Subrat Kumar Nayak
  • Published: Saturday, 17 August 2019
  • , Updated: 17 August 2019, 07:51 PM IST

ଇସଲାମାବାଦ୍‌: ଜମ୍ମୁ-କଶ୍ମୀରକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି ପରେ ପାକିସ୍ତାନ ବିଭିନ୍ନ ଦିଗରୁ ଭାରତକୁ ଅଡ଼ୁଆରେ ପକାଇବାର ପ୍ରୟାସ କରୁଥିଲେ ମଧ୍ୟ ବିଫଳତା ଏହି ଦେଶର ପିଛା ଛାଡ଼ୁନି। ଗତକାଲି ପରମ ବନ୍ଧୁ ଚାଇନା ସହାୟତାରେ ଜାତିସଂଘର ସୁରକ୍ଷା ପରିଷଦରେ ‘କଶ୍ମୀର ପ୍ରସଙ୍ଗ’ ଉଠାଇବାର ପ୍ରୟାସରେ ସଫଳ ହୋଇଥିଲେ ମଧ୍ୟ ଚାଇନା ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ର ପାକିସ୍ତାନର ସମର୍ଥନରେ ବାହାରିନଥିଲେ। ତେବେ ପାକିସ୍ତାନକୁ ଆଜି ଲାଗିଥିବା ଝଟ୍‌କା କୂଟନୀତିକ ନୁହେଁ, ବରଂ ଏକ ବଡ଼ ଧରଣର ଆର୍ଥିକ ଧକ୍କା। ଗୋଟିଏ ପଟେ ସରକାରଙ୍କ ଦେବାଳିଆ ସ୍ଥିତି ଓ ଷ୍ଟକ ମାର୍କେଟରେ ପାକିସ୍ତାନୀ ନିବେଶକଙ୍କୁ ବିପୁଳ ଆର୍ଥିକ କ୍ଷତି ସହିବାକୁ ପଡ଼ୁଥିବାବେଳେ, ଆମେରିକା ପାକିସ୍ତାନକୁ ଦେଉଥିବା ସହାୟତାର ପରିମାଣ କମ୍‌ କରିବ ବୋଲି ଘୋଷଣା କରିଛି।

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଆମେରିକା ପୂର୍ବରୁ ମଧ୍ୟ ଅନେକ ଥର ଝଟ୍‌କା ଦେଇଛି। କିନ୍ତୁ ଏବେ ପାକିସ୍ତାନ ଏକ ଘଡ଼ିସନ୍ଧି ମୁହୂର୍ତ୍ତର ସାମ୍ନା କରୁଥିବା ବେଳେ ମଧ୍ୟ ଆମେରିକା ଆଉ ଏକ ଜୋରଦାର ଝଟକା ଦେଇଛି। ପାକିସ୍ତାନକୁ ଆମେରିକା ଦେବାକୁ ଥିବା ପ୍ରାୟ ୪୪ କୋଟି ଡଲାର ବା ୩୦୩୬ କୋଟି ଟଙ୍କାର ସହାୟତା ବନ୍ଦ କରିଦେଇଛି। ଏହା ବଦଳରେ ଆମେରିକା ଏକ ଛୋଟ ପରିମାଣର ସହାୟତା ଦେବ। ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ୩ ମାସ ପୂର୍ବରୁ ସୂଚନା ଦିଆଯାଇସାରିଥିବା ଏକ ପାକିସ୍ତାନୀ ଖବରକାଗଜ ସୂତ୍ରରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ ୨୮ ଅଗଷ୍ଟ ତାରିଖରେ ଇମ୍ରାନ୍‌ ସରକାର ଏକ ବର୍ଷ ପୂରଣ କରିବ। କିନ୍ତୁ ଏହି ଅବଧିରେ ପାକିସ୍ତାନର ଅର୍ଥବ୍ୟବସ୍ଥା ଭୁଶୁଡ଼ି ଯାଇଛି। ଗତ ଏକ ବର୍ଷ ମଧ୍ୟରେ ପାକିସ୍ତାନରେ ମୁଦ୍ରାସ୍ପୀତି ବଢ଼ିଯିବା ସହ ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହେବାରେ ଲାଗିଛି। ଏହି ସମୟରେ କେଏସ୍‌ଇ-୧୦୦ ସୂଚକାଙ୍କରେ ୧୨,୫୯୬ ପଏଣ୍ଟ ହ୍ରାସ ହୋଇଛି।

ସେହିଭଳି ପାକିସ୍ତାନରେ ବେରୋଜଗାରୀ ମଧ୍ୟ ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଆଉ ୧୦ ଲକ୍ଷ ଲୋକ ବେକାର ହୋଇଯିବାର ଆଶଙ୍କା ରହିଛି। ପାକିସ୍ତାନୀ ମୁଦ୍ରାର ବିନିମୟ ମୂଲ୍ୟ ଦୁର୍ବଳ ହେବା ଯୋଗୁ ପାକିସ୍ତାନରେ ବିଭିନ୍ନ ସାମଗ୍ରୀ ମହଙ୍ଗା ହୋଇଯାଇଛି। ବର୍ତ୍ତମାନ ଗୋଟିଏ ଡଲାର ସହ ପାକିସ୍ତାନୀ ମୁଦ୍ରାର ବିନିମୟ ମୂଲ୍ୟ ୧୬୦.୮୭ ରହିଛି, ଯାହାକି ଗତବର୍ଷ ୧୨୩ ଥିଲା।

Related story