ଆମେରିକା ବିଶ୍ୱବିଦ୍ୟାଳୟରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ୩୨ ପ୍ରତିଶତ ବୃଦ୍ଧି

ୱାଶିଂଟନ୍: ଗତବର୍ଷ ଅପେକ୍ଷା ଚଳିତବର୍ଷ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ  ମହାବିଦ୍ୟାଳୟଗୁଡ଼ିକରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୨ ପ୍ରତିଶତ ବୃଦ୍ଧି ପାଇଛି। ‘ଷ୍ଟୁଡେଣ୍ଟ୍  ଏଣ୍ଡ୍ ଏକ୍ସଚେଞ୍ଜ୍ ଭିଜିଟର୍ ପୋଗ୍ରାମ୍’ ବା ‘ଏସଇଭିପି’ ପକ୍ଷରୁ  ଆମେରିକାରେ ପଢୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ଏହି ରିପୋର୍ଟ ଜାରି କରିଛି। ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ଆମେରିକାକୁ ପଢିବାକୁ ଆସିଥିବା ୭୬ ପ୍ରତିଶତ ଛାତ୍ରଛାତ୍ରୀ ଏସିଆ ମହାଦେଶରୁ ଆସିଛନ୍ତି। ଚୀନ, ଭାରତ, ଦକ୍ଷିଣ କୋରିଆ, ସାଉଦି ଆରବ, କାନାଡା, ଜାପାନ, ତାଇୱାନ, […]

columbia

Rakesh Mallick
  • Published: Friday, 04 September 2015
  • , Updated: 04 May 2017, 03:45 PM IST

ୱାଶିଂଟନ୍: ଗତବର୍ଷ ଅପେକ୍ଷା ଚଳିତବର୍ଷ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ  ମହାବିଦ୍ୟାଳୟଗୁଡ଼ିକରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୨ ପ୍ରତିଶତ ବୃଦ୍ଧି ପାଇଛି। ‘ଷ୍ଟୁଡେଣ୍ଟ୍  ଏଣ୍ଡ୍ ଏକ୍ସଚେଞ୍ଜ୍ ଭିଜିଟର୍ ପୋଗ୍ରାମ୍’ ବା ‘ଏସଇଭିପି’ ପକ୍ଷରୁ  ଆମେରିକାରେ ପଢୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ଏହି ରିପୋର୍ଟ ଜାରି କରିଛି।

ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ଆମେରିକାକୁ ପଢିବାକୁ ଆସିଥିବା ୭୬ ପ୍ରତିଶତ ଛାତ୍ରଛାତ୍ରୀ ଏସିଆ ମହାଦେଶରୁ ଆସିଛନ୍ତି। ଚୀନ, ଭାରତ, ଦକ୍ଷିଣ କୋରିଆ, ସାଉଦି ଆରବ, କାନାଡା, ଜାପାନ, ତାଇୱାନ, ମେସ୍କିକୋ, ବ୍ରାଜିଲ୍  ଓ ତାଇୱାନରୁ ଛାତ୍ରଛାତ୍ରୀ ଏଠାକୁ ପଢିବାକୁ ଆସିଛନ୍ତି।

୨୦୧୪ର ଏସଇଭିପି ରିପୋର୍ଟ ଅନୁସାରେ,ଭାରତ ଓ ଭିଏତନାମାରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୧.୯ ରୁ ୨୫.୯ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ଟେକସାସ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୪ ପ୍ରତିଶତ ଭାରତୀୟ ଓ  ୧୭ ପ୍ରତିଶତ ଚୀନର ବୋଲି ଜଣାପଡିଛି।

Related story