ଭାରତରେ ନିବେଶ କରିବା ପାଇଁ ସରକାରଙ୍କ ଅନୁମତି ନେବେ ପଡ଼ୋଶୀ ରାଷ୍ଟ୍ରର କମ୍ପାନୀ

ନୂଆଦିଲ୍ଲୀ: ଭାରତର ସୀମାକୁ ଲାଗି ରହିଥିବା ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର କମ୍ପାନୀ ଭାରତରେ ନିବେଶ କରିବାକୁ ହେଲେ ଏଣିକି ସରକାରଙ୍କଂରୁ ଅନୁମତି ନେବାକୁ ହେବ। ସେମାନେ ପୂର୍ବପରି ଅଟୋମେଟିକ୍‌ ରୁଟ୍‌ରେ ନିବେଶ କରିପାରିବେନି ବୋଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାୟଳ ପକ୍ଷରୁ କୁହାଯାଇଛି। ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ବା ଏଫ୍‌ଡିଆଇର ନୀତିରେ ପରିବର୍ତ୍ତନ ଅଣାଯାଇଥିବାରୁ ଏପରି ପଦକ୍ଷେପ ନିଆଯାଇଛି। କୁହାଯାଉଛି ବର୍ତ୍ତମାନର କରୋନା ମହାମାରୀ ଜନିତ ପରିସ୍ଥିତି ଏବଂ ଚାଇନାକୁ ଲକ୍ଷ୍ୟ କରି ଏପରି ନିଷ୍ପତ୍ତି ନିଆଯାଇଛି। […]

Invest

Subrat Kumar Nayak
  • Published: Saturday, 18 April 2020
  • , Updated: 18 April 2020, 05:26 PM IST

ନୂଆଦିଲ୍ଲୀ: ଭାରତର ସୀମାକୁ ଲାଗି ରହିଥିବା ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର କମ୍ପାନୀ ଭାରତରେ ନିବେଶ କରିବାକୁ ହେଲେ ଏଣିକି ସରକାରଙ୍କଂରୁ ଅନୁମତି ନେବାକୁ ହେବ। ସେମାନେ ପୂର୍ବପରି ଅଟୋମେଟିକ୍‌ ରୁଟ୍‌ରେ ନିବେଶ କରିପାରିବେନି ବୋଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାୟଳ ପକ୍ଷରୁ କୁହାଯାଇଛି। ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ବା ଏଫ୍‌ଡିଆଇର ନୀତିରେ ପରିବର୍ତ୍ତନ ଅଣାଯାଇଥିବାରୁ ଏପରି ପଦକ୍ଷେପ ନିଆଯାଇଛି। କୁହାଯାଉଛି ବର୍ତ୍ତମାନର କରୋନା ମହାମାରୀ ଜନିତ ପରିସ୍ଥିତି ଏବଂ ଚାଇନାକୁ ଲକ୍ଷ୍ୟ କରି ଏପରି ନିଷ୍ପତ୍ତି ନିଆଯାଇଛି।

ଭାରତରେ ସାଧାରଣତଃ ନିବେଶ ପାଇଁ ଦୁଇଟି ମାର୍ଗ ଥାଏ। ଗୋଟିଏ ସ୍ୱୟଂଚାଳିତ ବା ଅଟୋମେଟିକ୍‌। ଏଥିରେ ସରକାରଙ୍କ ଅନୁମତି ଦରକାର ପଡ଼େନି। ଅନ୍ୟଟି ସରକାରୀ ରୁଟ୍‌, ଯେଉଁଥିରେ କେନ୍ଦ୍ରର ଅନୁମତି ଜରୁରୀ ହୋଇଥାଏ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ନୂଆ ନିୟମ ଦ୍ୱାରା ‘କରୋନା ମହାମାରୀ ସମୟରେ ଭାରତୀୟ କମ୍ପାନୀଙ୍କର ସୁବିଧାବାଦୀ ଅଧିଗ୍ରହଣ’ ଉପରେ କଟକଣା ଲାଗି ପାରିବ। ମିଳିଥିବା ସୂଚନା ଅନୁଯାୟୀ, କରୋନା ଜନିତ ସ୍ଥିତିରୁ ଚାଇନା ସୁବିଧା ମାରିନେବାକୁ ଚାହୁଁଥିବାରୁ ସରକାର ଏ ବାବଦରେ ଚିନ୍ତା କରିଛନ୍ତି।

ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, “ଭାରତର ସୀମାବର୍ତ୍ତୀ କୌଣସି ରାଷ୍ଟ୍ରରେ ଥିବା କୌରଓ କମ୍ପାନୀ ବା ଏ ଭଳି ରାଷ୍ଟ୍ରର କୌଣସି ନାଗରିକ କେବଳ ଭାରତ ସରକାରଙ୍କ ଅନୁମତି ନେଇ ନିବେଶ କରିପାରିବେ।” ଏତଦ୍‌ବ୍ୟତୀତ ଏଭଳି ଏଫ୍‌ଡିଆଇ ଡିଲ୍‌ରେ ମାଲିକାନା ହସ୍ତାନ୍ତର ଦ୍ୱାରା ଯଦି କୌଣସି ସୀମାବର୍ତ୍ତୀ ରାଷ୍ଟ୍ର ଲାଭବାନ ହେଉଥିବ ତାହାଲେ ମଧ୍ୟ ସମାନ ଭାବେ ସରକାରଙ୍କ ଅନୁମତି ନେବାକୁ ହେବ।

ପୂର୍ବରୁ ବାଂଲାଦେଶ ଏବଂ ପାକିସ୍ତାନର କମ୍ପାନୀ ଏଭଳି ସରକାରଙ୍କ ମାଧ୍ୟମରେ ନିବେଶ କରୁଥିଲେ। ଏବେ ସରକାରଙ୍କ ସ୍କାନର୍‌କୁ ଚାଇନା ମଧ୍ୟ ଆସିଯାଇଛି। ତେବେ ବର୍ତ୍ତମାନ ଚାଇନାର ପିପୁଲ୍ସ ବ୍ୟାଙ୍କ ଅଫ୍‌ ଚାଇନା ଏଚ୍‌ଡିଏଫ୍‌ସିର ୧.୦୧% ଶେୟାର କିଣିବାରେ କିଛି ଅସୁବିଧା ହେବନି। କାରଣ ଏହାର ପରିମାଣ ୧୦%ରୁ କମ୍‌ ରହିଛି। ନୂଆ ନୀତି ୧୦%ରୁ ଅଧିକ ଶେୟାର ହୋଲ୍ଡିଂସ୍‌ କିଣାବିକାରେ ଲାଗୁ ହେବ।

Related story