ଗୁଜରାଟ ଦଙ୍ଗା ମାମଲା: ସାକ୍ଷୀ ଦେଲେ ଅମିତ ଶାହ 

ନୂଆଦିଲ୍ଲୀ:୨୦୦୨ ଗୁଜରାଟ ଦଙ୍ଗା ମାମଲାରେ କୋର୍ଟରେ ହାଜର ହୋଇ ଆଜି ସାକ୍ଷୀ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।  ନରୋଦା ପଟିୟା ଦଙ୍ଗା ମାମଲାରେ ସେ ତତ୍କାଳୀନ ଗୁଜରାଟର  ମନ୍ତ୍ରୀ ମାୟା କୋଡନାନିଙ୍କ ସପକ୍ଷରେ ସାକ୍ଷୀ ଦେଇଛନ୍ତି । ହିଂସାକାଣ୍ଡ ସମୟରେ ସେ ଓ ମାୟା କୋଦନାନି ଗୁଜରାଟ ବିଧାନସଭାରେ ଥିଲେ ବୋଲି ଅମିତ ଶାହ କହିଛନ୍ତି। ୨୦୦୨ ଫେବ୍ରୁଆରି ୨୮ ତାରିଖରେ ନରୋଦା ପଟିୟା  ହିଂସାକଣ୍ଡରେ  ୧୧ ଜଣଙ୍କୁ ହତ୍ୟା କରାଯାଇଥିଲା।   ସେହି ସମୟରେ […]

Rakesh Mallick
  • Published: Monday, 18 September 2017
  • , Updated: 18 September 2017, 07:58 PM IST

ନୂଆଦିଲ୍ଲୀ:୨୦୦୨ ଗୁଜରାଟ ଦଙ୍ଗା ମାମଲାରେ କୋର୍ଟରେ ହାଜର ହୋଇ ଆଜି ସାକ୍ଷୀ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।  ନରୋଦା ପଟିୟା ଦଙ୍ଗା ମାମଲାରେ ସେ ତତ୍କାଳୀନ ଗୁଜରାଟର  ମନ୍ତ୍ରୀ ମାୟା କୋଡନାନିଙ୍କ ସପକ୍ଷରେ ସାକ୍ଷୀ ଦେଇଛନ୍ତି । ହିଂସାକାଣ୍ଡ ସମୟରେ ସେ ଓ ମାୟା କୋଦନାନି ଗୁଜରାଟ ବିଧାନସଭାରେ ଥିଲେ ବୋଲି ଅମିତ ଶାହ କହିଛନ୍ତି। ୨୦୦୨ ଫେବ୍ରୁଆରି ୨୮ ତାରିଖରେ ନରୋଦା ପଟିୟା  ହିଂସାକଣ୍ଡରେ  ୧୧ ଜଣଙ୍କୁ ହତ୍ୟା କରାଯାଇଥିଲା।   ସେହି ସମୟରେ ଉଭୟ ଅମିତ ଶାହ ଓ ମାୟା କୋଦନାନି ଗୁଜରାଟ ବିଧାନସଭାର ବିଧାୟକ ଥିଲେ।   ମାୟା କୋଦନାନି କହିଛନ୍ତି, ନରୋଦା ଗ୍ରାମ ହିଂସାକାଣ୍ଡ ବେଳେ ସେ ଘଟଣାସ୍ଥଳରେ ନ ଥିଲେ। ତେଣୁ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ଲାଗି ସେ ଅମିତ ଶାହାଙ୍କୁ ସାକ୍ଷୀ ରଖିଥିଲେ ।  କୋର୍ଟଙ୍କ ବାରମ୍ବାର କହିବା ସତ୍ତ୍ୱେ ଅମିତ ଶାହଙ୍କୁ କୋର୍ଟରେ ଉପସ୍ଥିତ କରାଇ ପାରିନଥିଲେ ମାୟା  ଶେଷରେ କୋର୍ଟ ଅମିତ ଶାହାଙ୍କୁ ସମନ କରିଥିଲେ।  ଏହା ପରେ ଆଜି କୋର୍ଟରେ ହାଜର ହୋଇଥିଲେ  ଅମିତ ଶାହ ।  ଆଗରୁ ନରୋଦା ପଟିଆ ମାମଲାରେ ମାୟା କୋଦନାନି ଦୋଷୀ ସାବ୍ୟସ୍ତ ହୋଇଥିଲେ। ଘଟଣା ଦିନ ନରୋଦା ଗ୍ରାମରେ ୧୧ଜଣ ମୁସଲମାନଙ୍କୁ ହତ୍ୟା କରାଯାଇଥିଲା।

Related story