‘ମୋର ମୃତ୍ୟୁ ପାଇଁ ପ୍ରାର୍ଥନା କରୁଥିବାରୁ ଧନ୍ୟବାଦ’

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ନେଇ ସୋଶାଲ ମିଡିଆରେ ଯେଉଁ ଖବର ପ୍ରଚାର ହେଉଛି ତାହା ମିଛ। ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିଛନ୍ତି ବୋଲି ଅମିତ ଶାହ ଆଜି ସ୍ପଷ୍ଟ କରିଛନ୍ତି। ମୁଁ କୌଣସି ରୋଗରେ ଆକ୍ରାନ୍ତ ନାହିଁ। ସକାଳୁ ଉଠିବା ପାଖରୁ ରାତିରେ ଶୋଇବା ପର୍ଯ୍ୟନ୍ତ ନିଜ କାମରେ ବ୍ୟସ୍ତ ରହୁଛି ବୋଲି ଶାହ କହିଛନ୍ତି। ମୋର ମୃତ୍ୟୁ ପାଇଁ ଯେଉଁମାନେ ପ୍ରାର୍ଥନା କରୁଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ […]

amit saha

Subhransu Sekhar
  • Published: Saturday, 09 May 2020
  • , Updated: 09 May 2020, 05:07 PM IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ନେଇ ସୋଶାଲ ମିଡିଆରେ ଯେଉଁ ଖବର ପ୍ରଚାର ହେଉଛି ତାହା ମିଛ। ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିଛନ୍ତି ବୋଲି ଅମିତ ଶାହ ଆଜି ସ୍ପଷ୍ଟ କରିଛନ୍ତି। ମୁଁ କୌଣସି ରୋଗରେ ଆକ୍ରାନ୍ତ ନାହିଁ। ସକାଳୁ ଉଠିବା ପାଖରୁ ରାତିରେ ଶୋଇବା ପର୍ଯ୍ୟନ୍ତ ନିଜ କାମରେ ବ୍ୟସ୍ତ ରହୁଛି ବୋଲି ଶାହ କହିଛନ୍ତି। ମୋର ମୃତ୍ୟୁ ପାଇଁ ଯେଉଁମାନେ ପ୍ରାର୍ଥନା କରୁଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଦେଉଛି ବୋଲି ଶାହ କହିଛନ୍ତି।

ବିଗତ କିଛି ଦିନ ହେବ ସୋଶାଲ ମିଡିଆରେ କିଛି ବ୍ୟକ୍ତି ମୋର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ପ୍ରକାର ଖବର ଦେଉଛନ୍ତି। ଯାହା ସମ୍ପୂର୍ଣ୍ଣ ଭାବରେ ମନଗଢ଼ା ଓ କାଳ୍ପନିକ। ହେଲେ ଗୁଜବର ପରିମାଣ ଏତେ ବ୍ୟାପିଛି ଯେ ନିଜ ଦଳର କର୍ମୀ ମଧ୍ୟ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିବା ପରେ ମୁଁ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହେଲି ବୋଲି ଶାହ କହିଛନ୍ତି।

ହିନ୍ଦୁ ସଂସ୍କୃତିରେ ଏହାର ବିଶ୍ୱାସ ରହିଛି ଯେ, ଯଦି କୌଣସି ସୁସ୍ଥ ବ୍ୟକ୍ତି ଅସୁସ୍ଥ ହୋଇଥିବା ନେଇ ଚର୍ଚ୍ଚା ହେଲେ ସଂପୃକ୍ତ ବ୍ୟକ୍ତିର ଆୟୂଷ ଆହୁରି ବୃଦ୍ଧି ପାଏ। ତେଣୁ ମୁଁ ମୋର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଉଛି ବୋଲି ଶାହ କହିଛନ୍ତି।

Related story