୧୨ ଦିନରେ ତିଆରି ହେଲା ୧୦୦୦ ବେଡ୍ ବିଶିଷ୍ଟ କୋଭିଡ ହସ୍ପିଟାଲ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ୁଥିବା ବେଳେ ୧୦୦୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ତିଆରି ହୋଇଛି। ମାତ୍ର ୧୨ ଦିନରେ ଡିଆରଡିଓ ଦ୍ୱାରା ତିଆରି ହୋଇଛି ଏହି ହସ୍ପିଟାଲ। ୧୦୦୦ ବେଡ ସହିତ ଡାକ୍ତରଖାନାରେ ୨୫୦ଟି ଆଇସିୟୁ ବେଡ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜସିଂହ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଆଜି ପରିଦର୍ଶନ କରି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କୋଭିଡ୍ ହସ୍ପିଟାଲର ଉଦଘାଟନ କରିଛନ୍ତି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ […]

Amit-shah-rajnath-singh

Subhransu Sekhar
  • Published: Sunday, 05 July 2020
  • , Updated: 05 July 2020, 10:50 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ୁଥିବା ବେଳେ ୧୦୦୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ତିଆରି ହୋଇଛି। ମାତ୍ର ୧୨ ଦିନରେ ଡିଆରଡିଓ ଦ୍ୱାରା ତିଆରି ହୋଇଛି ଏହି ହସ୍ପିଟାଲ। ୧୦୦୦ ବେଡ ସହିତ ଡାକ୍ତରଖାନାରେ ୨୫୦ଟି ଆଇସିୟୁ ବେଡ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜସିଂହ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଆଜି ପରିଦର୍ଶନ କରି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କୋଭିଡ୍ ହସ୍ପିଟାଲର ଉଦଘାଟନ କରିଛନ୍ତି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ଉପସ୍ଥିତ ଥିଲେ।

ଏହି ଡାକ୍ତରଖାନା ଦିଲ୍ଲୀ ବିମାନ ବନ୍ଦର ପାଖରେ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀବାସୀଙ୍କୁ ସହଯୋଗ କରିବା ପାଇଁ ଦୃଢୃ ପ୍ରତିଶ୍ରୁତିବଦ୍ଧ। ଏହି କୋଭିଡ ହସ୍ପିଟାଲ ମୋଦିଙ୍କ ନିର୍ଦ୍ଦେଶକ୍ରମେ ତିଆରି ହୋଇଛି। ଡିଆରଡିଓ, ଟାଟା ସନ୍ସ ଏବଂ ଡାକ୍ତରଙ୍କୁ ହସ୍ପିଟାଲ ତିଆରି କରିବାରୁ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଛନ୍ତି ଅମିତ ଶାହ।

ଏହି ଡାକ୍ତରଖାନାକୁ ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ), ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (MOHFW), ସଶସ୍ତ୍ର ବାହିନୀ ଏବଂ ଟାଟା ସନ୍ସ ୧୨ ଦିନ ମଧ୍ୟରେ ପ୍ରସ୍ତୁତ କରିଛନ୍ତି।

ଜୁଲାଇ ୫ରୁ ହସ୍ପିଟାଲ ଆରମ୍ଭ ହୋଇଯାଇଛି। ଏହି ହସ୍ପିଟାଲର କାର୍ଯ୍ୟକ୍ଷମ ହେବା ପରେ ଦିଲ୍ଲୀରେ କୋଭିଡ ବେଡ୍ ସଂଖ୍ୟା ୧୧ ପ୍ରତିଶତ ବୃଦ୍ଧି ପାଇଛି। ଆଗାମୀ ଦିନରେ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ପାଇଁ ବେଡ୍ ଅଭାବ ରହିବ ନାହିଁ ବୋଲି ସରକାର ଆଶା ରଖିଛନ୍ତି।

Related story