ଜଣେ ଯବାନଙ୍କ ବାପାଙ୍କ ଭିଡିଓ ପୋଷ୍ଟ କରି ରାହୁଲଙ୍କୁ ଟାର୍ଗେଟ କଲେ ଶାହ

ନୂଆଦିଲ୍ଲୀ: ଭାରତ-ଚାଇନା ସୀମାନ୍ତରେ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ସରକାରଙ୍କୁ ଘେରୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଭିନ୍ନ ଉପାୟରେ କାଉଣ୍ଟର କରିଛନ୍ତି। ସେ ଜଣେ ଭାରତୀୟ ଯବାନଙ୍କ ବାପା ଦେଇଥିବା ବୟାନର ଭଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରି ରାହୁଲଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏହି ଭିଡିଓରେ ବୃଦ୍ଧ ଜଣଙ୍କ ରାହୁଲ ଗାନ୍ଧିଙ୍କୁ ଲଦାଖରେ ସହିଦ ହୋଇଥିବା ୨୦ ଯବାନଙ୍କ ଘଟଣାକୁ ନେଇ ରାଜନୀତି ନକରିବାକୁ କହୁଥିବା […]

daew

Hemant Lenka
  • Published: Saturday, 20 June 2020
  • , Updated: 20 June 2020, 01:03 PM IST

ନୂଆଦିଲ୍ଲୀ: ଭାରତ-ଚାଇନା ସୀମାନ୍ତରେ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ସରକାରଙ୍କୁ ଘେରୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଭିନ୍ନ ଉପାୟରେ କାଉଣ୍ଟର କରିଛନ୍ତି। ସେ ଜଣେ ଭାରତୀୟ ଯବାନଙ୍କ ବାପା ଦେଇଥିବା ବୟାନର ଭଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରି ରାହୁଲଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଏହି ଭିଡିଓରେ ବୃଦ୍ଧ ଜଣଙ୍କ ରାହୁଲ ଗାନ୍ଧିଙ୍କୁ ଲଦାଖରେ ସହିଦ ହୋଇଥିବା ୨୦ ଯବାନଙ୍କ ଘଟଣାକୁ ନେଇ ରାଜନୀତି ନକରିବାକୁ କହୁଥିବା ଦେଖିବାକୁ ମିଳୁଛି।

ଶାହ ଏହାକୁ ପୋଷ୍ଟ କରି କହିଛନ୍ତି, “ଜଣେ ସାହାସୀ ଆର୍ମି ଯବାନଙ୍କ ବାପା ନିଜର ମତ ରଖିଛି ଓ ସେ ରାହୁଲ ଗାନ୍ଧିଙ୍କୁ ଗୋଟିଏ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଯେଉଁ ସମୟରେ ସମଗ୍ର ଦେଶ ଏକାଠି ରହିଛି ସେତେବେଳେ ରାହୁଲ ଗାନ୍ଧି ରାଜନୀତିରୁ ଊର୍ଦ୍ଧ୍ୱରେ ରହିବା ଉଚିତ। ସେହିପରି ଦେଶର ସ୍ୱାର୍ଥ ପ୍ରତି ଯତ୍ନବାନ ହେବା ଦରକାର।”

ଶାହ ପୋଷ୍ଟ କରିଥିବା ଭିଡିଓରେ ଜଣେ ବୃଦ୍ଧ ବ୍ୟକ୍ତି ମୁଣ୍ଡରେ ହଳଦିଆ ପଗଡ଼ି ଓ ଧଳା କୁର୍ତ୍ତା ପିନ୍ଧିଛନ୍ତି। ସେ କହିଛନ୍ତି ଯେ “ଭାରତୀୟ ସେନା ବେଶ ଶକ୍ତିଶାଳୀ। ଏହା ଚାଇନା ଓ ଅନ୍ୟ ଦେଶମାନଙ୍କୁ ପରାସ୍ତ କରିପାରିବ। ରାହୁଲ ଗାନ୍ଧି, ଆପଣ ଦୟା କରି ଏହାକୁ ରାଜନୀତିକ ମଧ୍ୟକୁ ନ ଟାଣନ୍ତୁ କିମ୍ବା ସେନାର ଦକ୍ଷତାକୁ ନେଇ ରାଜନୀତି ନ କରନ୍ତୁ। ମୋ ପୁଅ ଲଢ଼ିଥିଲା ଓ ସେ ଆଉ ଥରେ ଲଢ଼ିବ। ମୁଁ ଭଗବାନଙ୍କ ପାଖରେ ସେ ଶୀଘ୍ର ସୁସ୍ଥ ହୋଇଯାଉ ବୋଲି ପ୍ରାର୍ଥନା କରୁଛି।”

Related story