ୱାଶିଂଟନ୍: କାଲିଫର୍ଣ୍ଣିଆ ସୁଟଆଉଟ୍ ପରେ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସକୁ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଚେତାବନୀ ଦେଇଛନ୍ତି । ଓବାମା କହିଛନ୍ତି, ଆମକୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କଲେ ଆମେ ଆଇଏସ୍ଆଇଏସ୍ ଏବଂ ଅନ୍ୟ ଆତଙ୍କବାଦୀ ସଂଗଠନଗୁଡ଼ିକୁ ନିପାତ କରିଦେବୁ। ହ୍ୱାଇଟହାଉସ୍ ଓଭାଲ୍ ଅଫିସରୁ ଦେଶକୁ ଆତଙ୍କବାଦ ବିରୋଧୀ ଉଦବୋଧନ ଦେବା ସମୟରେ ସେ ଏହା କହିଛନ୍ତି।
କାଲିଫର୍ଣ୍ଣିଆ ସୁଟ୍ଆଉଟ୍ ଏକ ଆତଙ୍କବାଦୀ କାର୍ଯ୍ୟକଳାପ ଥିଲା ଏବଂ ନିରୀହ ଲୋକଙ୍କୁ ହତ୍ୟା କରିବା ପାଇଁ ଏହି ଯୋଜନା କରାଯାଇଥିଲା ବୋଲି ଓବାମା କହିଛନ୍ତି। କାଲିଫର୍ଣ୍ଣିଆର ସେନ୍ ବର୍ଣ୍ଣାରଡିନୋର ଏକ ଭିନ୍ନକ୍ଷମ ସେବା କେନ୍ଦ୍ରରେ ଘଟିଥିବା ଏହି ସୁଟଆଉଟରେ ୧୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ରୁ ଅଧିକ ଆହତ ହୋଇଥିଲେ। ଏହି ହତ୍ୟାକାଣ୍ଡ ଘଟାଇଥିବା ଦମ୍ପତିକୁ ନିଜର ସମର୍ଥକ ବୋଲି ଆଇଏସ୍ଆଇଏସ୍ କହିବା ସହ ସେମାନଙ୍କୁ ସହିଦ ଆଖ୍ୟା ଦେଇଥିଲା।