ଅମରାବତୀକୁ ରାଜଧାନୀ କରିବାକୁ ଆନ୍ଧ୍ର ସରକାରଙ୍କ ପ୍ରସ୍ତୁତି

ହାଇଦ୍ରାବାଦ: ଅମରାବତୀକୁ ଆନ୍ଧ୍ରପ୍ରଦେଶର ରାଜଧାନୀ କରିବାକୁ ସରକାର ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜଧାନୀର ବିକାଶ ପାଇଁ ବହୁ ଅର୍ଥ ଦରକାର ପଡୁଥିବାର ଆର୍ଥିକ ସହଯୋଗ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟିଡୁ। ରାଜଧାନୀ ବିକାଶ ପାଇଁ ଆର୍ଥିକ ସହଯୋଗ କରୁଥିବା ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁ ନାଗରିକମାନେ ରାଜଧାନୀ ବିକଶିତ କରିବାକୁ ଆର୍ଥିକ ସହଯୋଗ କରିବାକୁ ଇଚ୍ଛୁକ ସେମାନଙ୍କ ନାମ ‘ଡିଜିଟାଲ ବ୍ରିକ୍’ରେ […]

amaravati

Rakesh Mallick
  • Published: Thursday, 01 October 2015
  • , Updated: 01 October 2015, 02:59 PM IST

ହାଇଦ୍ରାବାଦ: ଅମରାବତୀକୁ ଆନ୍ଧ୍ରପ୍ରଦେଶର ରାଜଧାନୀ କରିବାକୁ ସରକାର ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜଧାନୀର ବିକାଶ ପାଇଁ ବହୁ ଅର୍ଥ ଦରକାର ପଡୁଥିବାର ଆର୍ଥିକ ସହଯୋଗ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟିଡୁ। ରାଜଧାନୀ ବିକାଶ ପାଇଁ ଆର୍ଥିକ ସହଯୋଗ କରୁଥିବା ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁ ନାଗରିକମାନେ ରାଜଧାନୀ ବିକଶିତ କରିବାକୁ ଆର୍ଥିକ ସହଯୋଗ କରିବାକୁ ଇଚ୍ଛୁକ ସେମାନଙ୍କ ନାମ ‘ଡିଜିଟାଲ ବ୍ରିକ୍’ରେ ଖୋଦେଇ ଫଳକ ଭାବେ ରଖାଯିବ। ଆନ୍ଧ୍ର ସରକାରଙ୍କ ପକ୍ଷରୁ ଗତକାଲି କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ରାଜଧାନୀ କରିବାକୁ ଆସନ୍ତା ଅକ୍ଟୋବର ୨୨ରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି।

Related story