ସିହା-ସୁନି ଓ ଛାତ୍ରଛାତ୍ରୀଙ୍କୁ ଏକାଠି ପଢ଼ାଇବାକୁ ଆଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟକୁ ୟୁଜିସିର ପରାମର୍ଶ

ନୂଆଦିଲ୍ଲୀ: ଆଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟରେ ସ୍ନାତକ କରୁଥିବା ଛାତ୍ରଛାତ୍ରୀ ଏବଂ ସିହା-ସୁନି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ଅଲଗା ଅଲଗା ପଢା ନଯାଇ ଏକାଠି ପଢାଯିବାକୁ ୟୁଜିସି ପରାମର୍ଶ ଦେଇଛି। ଏନେଇ ୟୁଜିସି ସିମିତି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ତୁରନ୍ତ ଏଏମ୍‌ୟୁରେ ତୁରନ୍ତ କୋ-ଏଜୁକେସନ୍‌ ବ୍ୟବସ୍ଥା ଲାଗୁ କରିବାକୁ ଏଥିରେ କୁହାଯାଇଛି। ରିପୋର୍ଟରେ କୁହାଯାଇଛି, ଏଠାରେ ଛାତ୍ର, ଛାତ୍ରୀଙ୍କୁ ଅଲଗା ପଢ଼ା ଯାଉଛି। ଯାହା ସମ୍ପୂର୍ଣ୍ଣ ଭୁଲ। ଏପରି ପାଠପଢା ଯୋଗୁଁ ଛାତ୍ରମାନେ ସେମାନଙ୍କ ପ୍ରଫେସନାଲ ଲାଇଫ୍‌ରେ […]

amu

Rakesh Mallick
  • Published: Sunday, 19 November 2017
  • , Updated: 19 November 2017, 02:28 PM IST

ନୂଆଦିଲ୍ଲୀ: ଆଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟରେ ସ୍ନାତକ କରୁଥିବା ଛାତ୍ରଛାତ୍ରୀ ଏବଂ ସିହା-ସୁନି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ଅଲଗା ଅଲଗା ପଢା ନଯାଇ ଏକାଠି ପଢାଯିବାକୁ ୟୁଜିସି ପରାମର୍ଶ ଦେଇଛି। ଏନେଇ ୟୁଜିସି ସିମିତି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ତୁରନ୍ତ ଏଏମ୍‌ୟୁରେ ତୁରନ୍ତ କୋ-ଏଜୁକେସନ୍‌ ବ୍ୟବସ୍ଥା ଲାଗୁ କରିବାକୁ ଏଥିରେ କୁହାଯାଇଛି।

ରିପୋର୍ଟରେ କୁହାଯାଇଛି, ଏଠାରେ ଛାତ୍ର, ଛାତ୍ରୀଙ୍କୁ ଅଲଗା ପଢ଼ା ଯାଉଛି। ଯାହା ସମ୍ପୂର୍ଣ୍ଣ ଭୁଲ। ଏପରି ପାଠପଢା ଯୋଗୁଁ ଛାତ୍ରମାନେ ସେମାନଙ୍କ ପ୍ରଫେସନାଲ ଲାଇଫ୍‌ରେ ସମସ୍ୟାରେ ପଡୁଛନ୍ତି ଓ ଅଫିସ୍‌ରେ ଅନ୍ୟମାନଙ୍କ ସହ ମିଶିପାରୁ ନାହାଁନ୍ତି।

ଏହାସହ ସିହା ଓ ସୁନି ପାଇଁ ଅଲଗା ଅଲଗା ବିଭାଗକୁ ନେଇ ସମିତି ଆପତ୍ତି ଉଠାଇଛି। ସମିତିର ବିଶେଷଜ୍ଞମାନେ କହିଛନ୍ତି, ସିହା ଓ ସୁନି ଗୋଟିଏ ଧର୍ମ ଆଧାରିତ ପାଠ ପଢ଼ୁଛନ୍ତି। ଏଥିପାଇଁ ଅଲଗା ବିଭାଗର କ’ଣ ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ ଦର୍ଶା ଯାଇଛି।

Related story