ରିଆନ୍ ସ୍କୁଲ ଛାତ୍ର ହତ୍ୟା ଘଟଣାରେ ପୁଣି ନୂଆ ମୋଡ଼: ସିବିଆଇ ରାଡାରରେ ଆଉ ଜଣେ ଛାତ୍ର

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ରିଆନ୍ ସ୍କୁଲ ଛାତ୍ର ପ୍ରଦ୍ୟୁମ୍ନ ହତ୍ୟା ଘଟଣାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ହତ୍ୟାରେ ଆଉ ଜଣେ ଛାତ୍ରଙ୍କ ସଂପୃକ୍ତି ଥିବା ସନ୍ଦେହରେ ତନାଘନା କରୁଛି ସିବିଆଇ। ଜେରା ପରେ ଛାତ୍ରଙ୍କୁ ଗିରଫ କରାଯିବା ସମ୍ଭାବନା ରହିଛି। ଗିରଫ ହୋଇଥିବା ଏକାଦଶ ଶ୍ରେଣୀ ଛାତ୍ର ଭଳି ଏହି ଛାତ୍ରଙ୍କ ଘର ମଧ୍ୟ ସୋହନାରେ। ହତ୍ୟାରେ ସେ ସହଯୋଗ କରିଥିବା ସିବିଆଇ ସନ୍ଦେହ କରୁଛି। ସେପଟେ ହତ୍ୟାରେ ବ୍ୟବହାର ହୋଇଥିବା ଛୁରିକୁ ଗିରଫ […]

pradumna-school

Rakesh Mallick
  • Published: Friday, 10 November 2017
  • , Updated: 11 November 2017, 10:32 AM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ରିଆନ୍ ସ୍କୁଲ ଛାତ୍ର ପ୍ରଦ୍ୟୁମ୍ନ ହତ୍ୟା ଘଟଣାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ହତ୍ୟାରେ ଆଉ ଜଣେ ଛାତ୍ରଙ୍କ ସଂପୃକ୍ତି ଥିବା ସନ୍ଦେହରେ ତନାଘନା କରୁଛି ସିବିଆଇ। ଜେରା ପରେ ଛାତ୍ରଙ୍କୁ ଗିରଫ କରାଯିବା ସମ୍ଭାବନା ରହିଛି। ଗିରଫ ହୋଇଥିବା ଏକାଦଶ ଶ୍ରେଣୀ ଛାତ୍ର ଭଳି ଏହି ଛାତ୍ରଙ୍କ ଘର ମଧ୍ୟ ସୋହନାରେ। ହତ୍ୟାରେ ସେ ସହଯୋଗ କରିଥିବା ସିବିଆଇ ସନ୍ଦେହ କରୁଛି। ସେପଟେ ହତ୍ୟାରେ ବ୍ୟବହାର ହୋଇଥିବା ଛୁରିକୁ ଗିରଫ ଛାତ୍ରଜଣଙ୍କ ଯେଉଁ ସୋହନା ମାର୍କେଟରୁ କିଣିଥିଲା ସିବିଆଇ ସେହି ଦୋକାନୀଙ୍କୁ ପଚରାଉଚରା କରିଛି। ତେବେ ଦୋକାନୀ ଜଣଙ୍କ ଛାତ୍ରଙ୍କୁ ଚିହ୍ନି ପାରି ନଥିଲେ। ଏଥିସହ ପାଖରେ କୌଣସି ସିସିଟିଭି ନ ଥିବାରୁ ଦୋକାନୀ ଜଣଙ୍କ କୌଣସି ତଥ୍ୟ ଦେଇ ପାରି ନଥିଲେ।

ହତ୍ୟାକାରୀ ଛାତ୍ରଜଣକ ଘଟଣା ପରଠାରୁ ସ୍ୱାଭାବିକ ଥିଲା। ସାଙ୍ଗସାଥୀମାନଙ୍କ ସହ କଥାହେବା ଓ ଖେଳପଡ଼ିଆକୁ ଯିବା ଭଳି ନିୟମିତ କାମ ସେ କରୁଥିଲା। ପଚରାଉଚରା ପରେ ବି ନର୍ଭସ ହେବା ଲକ୍ଷଣ ତା ଠାରେ ଦେଖା ଯାଇ ନଥିଲା। ସେପଟେ ପ୍ରଦ୍ୟୁମ୍ନ ହତ୍ୟା ଘଟଣାରେ ଗୁରୁଗ୍ରାମ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ସିବିଆଇ ମାମଲାର ଶୀଘ୍ର ସମାଧାନ ପାଇଁ ବସ୍ କଣ୍ଡକ୍ଚର ଅଶୋକ କୁମାରଙ୍କୁ ଫଶାଯାଇଥିବା କହିଛି ସିବିଆଇ।

Related story