ସୁପ୍ରିମକୋର୍ଟ ବିଚାରପତିଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଅମରାବତୀ: ସୁପ୍ରିମକୋର୍ଟର ବିଚାରପତି ନମ୍ବର ଦୁଇ ତଥା ସର୍ବୋଚ୍ଚ ନ୍ୟାୟାଳୟର ପରବର୍ତ୍ତୀ ପ୍ରଧାନ ବିଚାରପତି ତାଲିକାର ସର୍ବାଗ୍ରେ ଥିବା ଜଷ୍ଟିସ ଏନ ଭି ରମନ୍ନାଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଏ ନେଇ ସେ ଗତ ମଙ୍ଗଳବାର ପ୍ରଧାନ ବିଚାରପତି ଜଷ୍ଟିସଂ ଏସ ଏ ବୋବଡେଙ୍କୁ ପତ୍ର ଲେଖି ଫେରାଦ ହୋଇଛନ୍ତି। ଶନିବାର ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅଜୟ କଲାମ ପ୍ରେସ କନଫରେନସରେ କହିଛନ୍ତି ଯେ, ଜଷ୍ଟିସ ଏନ.ଭି ରମନ୍ନା ରାଜ୍ୟର […]

jagan-ramana

jagan-ramana

Subhransu Sekhar
  • Published: Sunday, 11 October 2020
  • Updated: 11 October 2020, 06:24 PM IST

Sports

Latest News

ଅମରାବତୀସୁପ୍ରିମକୋର୍ଟର ବିଚାରପତି ନମ୍ବର ଦୁଇ ତଥା ସର୍ବୋଚ୍ଚ ନ୍ୟାୟାଳୟର ପରବର୍ତ୍ତୀ ପ୍ରଧାନ ବିଚାରପତି ତାଲିକାର ସର୍ବାଗ୍ରେ ଥିବା ଜଷ୍ଟିସ ଏନ ଭି ରମନ୍ନାଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଏ ନେଇ ସେ ଗତ ମଙ୍ଗଳବାର ପ୍ରଧାନ ବିଚାରପତି ଜଷ୍ଟିସଂ ଏସ ଏ ବୋବଡେଙ୍କୁ ପତ୍ର ଲେଖି ଫେରାଦ ହୋଇଛନ୍ତି।

ଶନିବାର ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅଜୟ କଲାମ ପ୍ରେସ କନଫରେନସରେ କହିଛନ୍ତି ଯେଜଷ୍ଟିସ ଏନ.ଭି ରମନ୍ନା ରାଜ୍ୟର ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରି ବିରୋଧୀ ତେଲଗୁ ଦେଶମ ପାର୍ଟିକୁ ସୁହାଇଲା ଭଳି କାର୍ଯ୍ୟ କରିଛନ୍ତି। ଗୁରୁବାର ସିଜେଆଇଙ୍କ କାର୍ଯ୍ୟାଳୟରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଏହି ଅଭିଯୋଗ ସଂପର୍କିତ ସମସ୍ତ ତଥ୍ୟ ଦାଖଲ କରାଯାଇଛି। ଏଥିସହ ଅମରାବତୀ ଜମି ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କରିବା ସହିତ ସମ୍ମାନ କରୁଥିବା ଜଗନ ତାଙ୍କ ଚିଠିରେ ଲେଖିବା ସହ ରାଜ୍ୟ ନ୍ୟାୟପାଳିକା ନିରପେକ୍ଷତା ବଜାୟ ରଖିବା ପାଇଁ ସେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

ଅଜୟ କଲାମ ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀଙ୍କ ଦ୍ୱାରା ଲେଖାଯାଇଥିବା ଚିଠିକୁ ଉଲ୍ଲେଖ କରି କହିଛନ୍ତି ଜଷ୍ଟିସ୍ ଏନ.ଭି ରାମନ୍ନା ରାଜ୍ୟର ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବାର ପ୍ରମାଣ ଆନ୍ଧ୍ର ସରକାର ସୁପ୍ରିମକୋର୍ଟ ସିଜେଆଇଙ୍କୁ ଦେଇଛନ୍ତି। କ୍ୟାବିନେଟ ଉପ-କମିଟି ଏବଂ ଏସଆଇଟିର ପ୍ରକ୍ରିୟାକୁ ସ୍ଥଗିତ ରଖିବା ସହ ପୂର୍ବତନ ଆଡଭୋକେଟ-ଜେନେରାଲ ଦାମଲପତି ଶ୍ରୀନିବାସ ଏବଂ ଜଷ୍ଟିସ ଏନ.ଭି. ରାମନ୍ନାଙ୍କ ଦୁଇ ଝିଅଙ୍କ ବିରୋଧରେ ଆସିଥିବା ମାମଲାକୁ ଖାରଜ କରାଯାଇଛି ବୋଲି କଲାମ କହିଛନ୍ତି।

ଏକ ରିଟ୍ ପିଟିସନର ଶୁଣାଣି କରି ହାଇକୋର୍ଟ ଏହି ଏଫଆଇଆରକୁ ଖାରଜ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି। ଅମରାବତୀରେ ଜମି କିଣାବିକା ମାମଲାରେ ପୂର୍ବତନ ଆଡଭୋକେଟ ଜେନେରାଲ ଏବଂ ଜଷ୍ଟିସ ରମନ୍ନାଙ୍କ ଦୁଇ ଝିଅଙ୍କ ନାଁ ରହିଛି। ଚନ୍ଦ୍ରବାବୁ ନାଇଡୁ ସରକାର ବେଳେ ଏହି ଜମି କିଣାବିକା ହୋଇଥିଲା।

ଚିଠିରେ ଜଷ୍ଟିସ୍ ଏନ.ଭି ରାମନ୍ନା ଚନ୍ଦ୍ରବାବୁ ନାଇଡୁଙ୍କ କେତେ ନିକଟତର ଏବଂ ଟିଡିପିର ସ୍ୱାର୍ଥ ରକ୍ଷା ପାଇଁ ସେ କିପରି ଚାପ ପକାଉଛନ୍ତି, ତାହା ଉଲ୍ଲେଖ କରାଯାଇଛି। ଚିଠିରେ ଉଦାହରଣ ଦେଇ ରେଡ୍ଡୀ କହିଛନ୍ତି ଯେ ଜଷ୍ଟିସ୍ ରମନ୍ନା ହାଇକୋର୍ଟର ବିଚାରପତି ଥିବାବେଳେ ଦାମଲପତି ଶ୍ରୀନିବାସଙ୍କ ସପକ୍ଷରେ ରାୟ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ଆଠ ପୃଷ୍ଠାର ଚିଠିରେ ଜଷ୍ଟିସ୍ ଏନ.ଭି. ରମନ୍ନା ଓ କିଛି ମାନ୍ୟବର ବିଚାରପତିଙ୍କ ତାଲିକା ଦେଇଛନ୍ତି। ଯାହାକି ହାଇକୋର୍ଟ ଉପରେ ପ୍ରଭାବ ପକାଇଛି। ଜଷ୍ଟିସ୍ ଏନ.ଭି ରମନ୍ନାଟିଡିପି ଏବଂ ହାଇକୋର୍ଟର କିଛି ବିଚାରପତିଙ୍କ ମଧ୍ୟରେ ସଂଯୋଗ ପ୍ରତିଷ୍ଠା ପାଇଁ କିଛି ବିଚାରପତିଙ୍କୁ ପ୍ରଭାବିତ କରିଥିବା ରେଡ୍ଡୀ ତାଙ୍କ ଚିଠିରେ ଲେଖିଛନ୍ତି ବୋଲି କଲାମ କହିଛନ୍ତି। କଲାମଙ୍କ କହିବା ଅନୁସାରେ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ସମ୍ବିଧାନ ଏବଂ ନ୍ୟାୟପାଳିକ ପ୍ରତି ତାଙ୍କର ବିଶ୍ୱାସ ରହିଛି। ସେ ଏଭଳି ଅଭିଯୋଗ ଆଣି ନ୍ୟାୟପାଳିକାର ଗାରିମା ଉପରେ ପ୍ରଶ୍ନ ଉଠାଉ ନାହାନ୍ତି।

୨୦୧୪-୧୯ ଅବଧି ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏବଂ ତାଙ୍କ କୋଟେରୀ କ୍ଷମତାର ଅପବ୍ୟବହାର କରି ଅମରାବତୀରେ ଜମି କିଣାବିକା କରିଥିଲେ। ଜଗନ ସରକାର କ୍ଷମତାକୁ ଆସିବା ପରେ ଏହି ସମସ୍ତ ମାମଲାର ତଦନ୍ତ କରାଇଥିଲେ। ଏହି ତଦନ୍ତରେ ପ୍ରାୟ ୪,୦୦୦ ଏକର ଜମିର ବେଆଇନ କାରବାର ହୋଇଥିବା ଜଣାପଡ଼ିଛି।

ତଦନ୍ତ ବେଳେ ଜଷ୍ଟିସ ଏନ.ଭି ରମନ୍ନାଙ୍କ ଦୁଇ ଝିଅ ଏବଂ ତାଙ୍କର କିଛି ଘନିଷ୍ଠ ସହଯୋଗୀ ତଥା ସମ୍ପର୍କୀୟମାନେ ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକାଳରେ ହୋଇଥିବା ଏହି ବେଆଇନ ଜମି କାରବାରରେ ସଂପୃକ୍ତି ଥିବା ଜଣାପଡ଼ିଥିଲା। ଅମରାବତୀରେ ଏହି ଜମି କାରବାର ଶ୍ରୀନିବାସଙ୍କ ମାଧ୍ୟମରେ ହୋଇଥିଲା। ଶ୍ରୀନିବାସ ସେତେବେଳେ ଅତିରିକ୍ତ ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story