ଆନ୍ଧ୍ରପ୍ରଦେଶରେ ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ୭ ଜଣଙ୍କ ପତ୍ତାମିଳିନି

ବିଶାଖାପାଟଣା: ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ନଦୀରେ ରବିବାର ସନ୍ଧ୍ୟାରେ ନୌକା ବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ୧୫ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୭ଜଣଙ୍କର ଏବେବି ପତ୍ତା ମିଳୁନି। ପ୍ରାୟ ୪୦ ଜଣ ପର୍ଯ୍ୟଟକ ଭବାନୀ ଦ୍ୱୀପରୁ ଇବ୍ରାହିମପାଟନମ୍‌ର ପବିତ୍ର ସଙ୍ଗମ ଅଭିମୁଖେ ଯାଉଥିବା ବେଳେ ନୌକାଟି ନଦୀରେ ବୁଡ଼ି ଯାଇଥିଲା। ତେବେ ଜେଟିରେ ପହଞ୍ଚିବାର କିଛି ମିନିଟ ପୂର୍ବରୁ ଡଙ୍ଗାଟି ଓଲଟି ପଡ଼ିଥିଲା। […]

boat

Rakesh Mallick
  • Published: Monday, 13 November 2017
  • , Updated: 13 November 2017, 08:01 AM IST

ବିଶାଖାପାଟଣା: ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ନଦୀରେ ରବିବାର ସନ୍ଧ୍ୟାରେ ନୌକା ବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ୧୫ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୭ଜଣଙ୍କର ଏବେବି ପତ୍ତା ମିଳୁନି। ପ୍ରାୟ ୪୦ ଜଣ ପର୍ଯ୍ୟଟକ ଭବାନୀ ଦ୍ୱୀପରୁ ଇବ୍ରାହିମପାଟନମ୍‌ର ପବିତ୍ର ସଙ୍ଗମ ଅଭିମୁଖେ ଯାଉଥିବା ବେଳେ ନୌକାଟି ନଦୀରେ ବୁଡ଼ି ଯାଇଥିଲା। ତେବେ ଜେଟିରେ ପହଞ୍ଚିବାର କିଛି ମିନିଟ ପୂର୍ବରୁ ଡଙ୍ଗାଟି ଓଲଟି ପଡ଼ିଥିଲା। ଦୁର୍ଘଟଣାଗ୍ରସ୍ତ ନୌକାଟି ଆନ୍ଧ୍ର ପ୍ରଦେଶ ପର୍ଯ୍ୟଟନ ବିଭାଗର ବୋଲି ପ୍ରଥମେ କୁହାଯାଇଥିଲା। ତେବେ  ଏହା ଏକ ଘରୋଇ ଡଙ୍ଗା ବୋଲି ଜଣାପଡ଼ିଛି। ମୃତାହତଙ୍କ ମଧ୍ୟରୁ ଅଧିକାଂଶ ପ୍ରକାଶମ ଜିଲ୍ଲା ଓଙ୍ଗୋଲ ଅଞ୍ଚଳର। ନିଖୋଜ ମାନଙ୍କୁ ଉଦ୍ଧାର ଲାଗି ଏନଡିଆରଏଫ୍ ଓ ଅନ୍ୟ ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଛି।

କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଡଙ୍ଗାଟି ପବିତ୍ର ସଙ୍ଗମ ପାଖାପାଖି ହୋଇଯିବା ପରେ ସେଥିରେ ବସିଥିବା ଲୋକେ ବୋଧେ ଶୀଘ୍ର ଶୀଘ୍ର ଓହ୍ଲାଇବା ପାଇଁ ଗୋଟିଏ ପଟକୁ ଚାଲି ଆସିଥିଲେ। ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଡଙ୍ଗାଟି ଓଲଟି ପଡୁଥିବା ଦେଖି ଘାଟରେ ଥିବା ଆଉ ଏକ ଘରୋଇ ଡଙ୍ଗା ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିଲା।

Related story