ଆନ୍ଧ୍ର ପ୍ରଦେଶ: ଓଲଟି ପଡ଼ିଲା ପାଉଁଶ ବୋଝେଇ ଟ୍ରକ୍, ୧୮ ମୃତ, ୧୭ ଆହତ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ଗୁଣ୍ଡେପାଲି ଗାଁ ନିକଟରେ ଆଜି ସକାଳେ ଏକ ପାଉଁଶ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ୧୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ୧୭ ଜଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ବେଳେ ପାଉଁଶ ବୋଝେଇ ଟ୍ରକ୍ ଉପରେ ବସିଥିଲେ ୩୫ ଜଣ ଲୋକ। ନିୟନ୍ତ୍ରଣ ହରାଇ ଟ୍ରକଟି ଓଲଟି ପଡ଼ିବାରୁ ପାଉଁଶ ତଳେ ପୋତି ହୋଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କ […]

Andhrapradesh

Rakesh Mallick
  • Published: Monday, 14 September 2015
  • , Updated: 14 September 2015, 05:10 AM IST

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ଗୁଣ୍ଡେପାଲି ଗାଁ ନିକଟରେ ଆଜି ସକାଳେ ଏକ ପାଉଁଶ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ୧୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ୧୭ ଜଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ବେଳେ ପାଉଁଶ ବୋଝେଇ ଟ୍ରକ୍ ଉପରେ ବସିଥିଲେ ୩୫ ଜଣ ଲୋକ। ନିୟନ୍ତ୍ରଣ ହରାଇ ଟ୍ରକଟି ଓଲଟି ପଡ଼ିବାରୁ ପାଉଁଶ ତଳେ ପୋତି ହୋଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ୍ ମୃତ ଦେହଗୁଡ଼ିକୁ ପାଉଁଶ ତଳୁ କାଢ଼ିବା ସହିତ ଆହତ ୧୭ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲା।

ପୂର୍ବ ଗୋଦାବରୀ ଜିଲ୍ଲା ପୋଲିସ୍ କହିଛି ଯେ ଡ୍ରାଇଭରଙ୍କ ଅବହେଳା ଯୋଗୁଁ ଏହି ଦୁଃଖଦ ଘଟଣା ଘଟିଯାଇଛି। ଗାଡ଼ି ଚଲାଇବା ବେଳେ ଡ୍ରାଇଭର ଶୋଇପଡ଼ିଥିଲା ବୋଲି ପୋଲିସ୍ ସନ୍ଦେହ କରୁଛି। ଦୁର୍ଘଟଣା ପରେ ଉଭୟ ଡ୍ରାଇଭର ଓ ହେଲପରେ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ବିଭିନ୍ନ ସ୍ଥାନରେ ଖୋଜା ଯାଉଛି।

ପୋଲିସ୍ କହିଛି ଯେ ସମସ୍ତ ମୃତକ ଓ ଆହତମାନେ ହେଉଛନ୍ତି ଶମ୍ରିକ ଶ୍ରେଣୀର। ସେମାନଙ୍କ ଘର ପୂର୍ବ ଗୋଦାବରୀ ଜିଲ୍ଲାର କାଥିପୁଡ଼ି ଓ ପ୍ରାତିପାଡୁ ଗାଁରେ। ସେମାନେ ଅଗଷ୍ଟ ୨୬ ତାରିଖରେ ପଶ୍ଚିମ ଗୋଦାବରୀ ଜିଲ୍ଲାର ଚିନ୍ତାଲପୁଡ଼ିକୁ କାମ କରିବାକୁ ଯାଇଥିଲେ। ସେଠାରେ କାମ ସାରି ଆଜି ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Related story