ଆନ୍ଦୋଳନ ସ୍ଥଳରୁ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ହଟାଇଦେଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ୱାନ ରାଙ୍କ ଓ ୱାନ ପେନସନ୍ ପାଇଁ ୬୧ ଦିନ ହେବ ଅବସରପ୍ରାପ୍ତ ସେନା କର୍ମଚାରୀ ଆନ୍ଦୋଳନ କରୁଛନ୍ତି। ଆଜି ଜନ୍ତରମନ୍ତର ଠାରେ ଆନ୍ଦୋଳନ ବେଳେ ପୋଲିସ ସେମାନଙ୍କୁ ଜବରଦସ୍ତ ହଟାଇ ଦେଇଛି। ଏହାସହ ସେମାନଙ୍କ ପୋଷ୍ଟର ଓ ବ୍ୟାନର ଗୁଡିକୁ ଚିରି ଫୋପାଡି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହ ଟ୍ୱିଟ୍ କରିଛନ୍ତି। ସେନା କର୍ମଚାରୀମାନେ କାଲି ଯାଏଁ ଆମକୁ ରକ୍ଷା କରୁଥିଲେ ହେଲେ […]

andolana

Rakesh Mallick
  • Published: Friday, 14 August 2015
  • , Updated: 14 August 2015, 08:31 AM IST

ନୂଆଦିଲ୍ଲୀ: ୱାନ ରାଙ୍କ ଓ ୱାନ ପେନସନ୍ ପାଇଁ ୬୧ ଦିନ ହେବ ଅବସରପ୍ରାପ୍ତ ସେନା କର୍ମଚାରୀ ଆନ୍ଦୋଳନ କରୁଛନ୍ତି। ଆଜି ଜନ୍ତରମନ୍ତର ଠାରେ ଆନ୍ଦୋଳନ ବେଳେ ପୋଲିସ ସେମାନଙ୍କୁ ଜବରଦସ୍ତ ହଟାଇ ଦେଇଛି। ଏହାସହ ସେମାନଙ୍କ ପୋଷ୍ଟର ଓ ବ୍ୟାନର ଗୁଡିକୁ ଚିରି ଫୋପାଡି ଦେଇଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହ ଟ୍ୱିଟ୍ କରିଛନ୍ତି। ସେନା କର୍ମଚାରୀମାନେ କାଲି ଯାଏଁ ଆମକୁ ରକ୍ଷା କରୁଥିଲେ ହେଲେ ଆଜି ଏମାନେ ସ୍ୱାଧୀନତା ଦିବସର ସୁରକ୍ଷା ପାଇଁ ବିପଦ ବନି ଯାଇଛନ୍ତି ବୋଲି ସେ ଟ୍ୱିଟ୍ କରିଛନ୍ତି।

 ଦିଲ୍ଲୀ ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ  ବିରୋଧ କରି ଜେନରାଲ ସତବିର ସିଂ ପୋଲିସ କମିଶନରଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଆମେ ଦେଶକୁ ସୁରକ୍ଷା ଦେଇଥାଉ, ଆମକୁ ବଳପୂର୍ବକ ଜନ୍ତରମନ୍ତରୁ ହଟାଅ ନାହିଁ।

 ସୂଚନାଯୋଗ୍ୟ, ସ୍ୱାଧୀନତା ଦିବସ ପାଇଁ  ଜନ୍ତର-ମନ୍ତରଠାରୁ ସବୁ ଆନ୍ଦୋଳନକାରୀଙ୍କୁ ହଟାଇ ଦିଆଯାଉଛି। ୱାନ ରାଙ୍କ ଓ ୱାନ ପେନସନ୍ ଦାବିରେ ଗତ ଦୁଇ ମାସ ହେବ ଶାନ୍ତିପୂର୍ଣ୍ଣ ଭାବେ ସେନା କର୍ମୀଚାରୀମାନେ ଆନ୍ଦୋଳନ ଚଳାଇଛନ୍ତି।

Related story