ଏଣିକି ନୌସେନାରେ କାର୍ଯ୍ୟରତ ମହିଳାଙ୍କୁ ମିଳିବ ସ୍ଥାୟୀ କମିଶନ ପଦବୀ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଆଜି ଭାରତୀୟ ନୌସେନାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଫଳରେ ଏବେ ନୌସେନାରେ କାର୍ଯ୍ୟରତ ମହିଳା କର୍ମଚାରୀ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ପାରିବେ। ୧୯୨୭ରୁ ଭାରତୀୟ ସେନାରେ ମହିଳାମାନେ ନିଯୁକ୍ତ ହେଉଛନ୍ତି। ହେଲେ ସ୍ୱାସ୍ଥ୍ୟ ଓ ପ୍ରଶାସନିକ ବିଭାଗ ବ୍ୟତୀତ ସେମାନେ ଅନ୍ୟ କୌଣସି ଦାୟିତ୍ୱ ଦିଆଯାଉ ନ ଥିଲା। ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ପରେ ମହିଳା ଅଫିସରମାନେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାମ କରିପାରିବେ। […]

women

Rakesh Mallick
  • Published: Friday, 04 September 2015
  • , Updated: 04 September 2015, 12:40 PM IST

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଆଜି ଭାରତୀୟ ନୌସେନାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଫଳରେ ଏବେ ନୌସେନାରେ କାର୍ଯ୍ୟରତ ମହିଳା କର୍ମଚାରୀ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ପାରିବେ। ୧୯୨୭ରୁ ଭାରତୀୟ ସେନାରେ ମହିଳାମାନେ ନିଯୁକ୍ତ ହେଉଛନ୍ତି। ହେଲେ ସ୍ୱାସ୍ଥ୍ୟ ଓ ପ୍ରଶାସନିକ ବିଭାଗ ବ୍ୟତୀତ ସେମାନେ ଅନ୍ୟ କୌଣସି ଦାୟିତ୍ୱ ଦିଆଯାଉ ନ ଥିଲା।

ଦିଲ୍ଲୀ ହାଇକୋର୍ଟଙ୍କ ଏହି ରାୟ ପରେ ମହିଳା ଅଫିସରମାନେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାମ କରିପାରିବେ। କୋର୍ଟ କହିଛନ୍ତି, ସ୍ଥାୟୀ କମିଶନ ମିଳିବା ଦ୍ୱାରା ନୌସେନାର କାର୍ଯ୍ୟରତ ମହିଳା କର୍ମଚାରୀ ଆଗକୁ ବଢିପାରିବେ। ସୂଚନାଯୋଗ୍ୟ, ନୌସେନାର ୧୯ ମହିଳା ଅଫିସର ସେନାର ପୁରୁଣା ନିୟମ ଉପରେ ଚ୍ୟାଲେଞ୍ଚ୍ କରିଥିଲେ।

Related story