ପଇସା ପିଇ ଯାଉଥିବା ବ୍ୟବସାୟ ପାଲଟିଛି ଟେଲିକମ୍ ସେକ୍ଟର; କାହାକୁ ଟାର୍ଗେଟ କଲେ ଅନୀଲ ଅମ୍ବାନୀ?

ନୂଆଦିଲ୍ଲୀ: ଦେଶର ଜଣାଶୁଣା ଉଦ୍ୟୋଗପତି ତଥା ରିଲାଏନ୍ସ କମ୍ୟୁନିକେସନ୍‌ (ଆର୍‌କମ୍‌)ର ମୁଖ୍ୟ ଅନୀଲ ଅମ୍ବାନୀ କହିଛନ୍ତି ଯେ ଟେଲିକମ୍‌ ସେକ୍ଟର ଏବେ ପଇସା ପିଇଯାଉଥିବା ବ୍ୟବସାୟରେ ପାଲଟି ଯାଇଛି। ଏହି ବ୍ୟବସାୟରେ କେବଳ ସେହିମାନେ ତିଷ୍ଠି ରହିପାରିବେ ଯେଉଁମାନଙ୍କ ପକେଟ୍ ଫୁଲ୍ ଥିବ। ସେ କହିଛନ୍ତି, ଟାଟା ଭଳି ବଡ଼ କଂପାନୀକୁ ନିଜ ଟେଲିକମ୍ ବ୍ୟବସାୟକୁ ଉପହାର ସ୍ୱରୂପ ଦାନ କରିବାକୁ ପଡୁଛି। ଟେଲିକମ୍ କ୍ଷେତ୍ରରେ ରହିଥିବା ନିୟାମକଗୁଡ଼ିକୁ ନେଇ ମଧ୍ୟ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। […]

anilambani

Rakesh Mallick
  • Published: Wednesday, 27 December 2017
  • , Updated: 27 December 2017, 11:28 AM IST

ନୂଆଦିଲ୍ଲୀ: ଦେଶର ଜଣାଶୁଣା ଉଦ୍ୟୋଗପତି ତଥା ରିଲାଏନ୍ସ କମ୍ୟୁନିକେସନ୍‌ (ଆର୍‌କମ୍‌)ର ମୁଖ୍ୟ ଅନୀଲ ଅମ୍ବାନୀ କହିଛନ୍ତି ଯେ ଟେଲିକମ୍‌ ସେକ୍ଟର ଏବେ ପଇସା ପିଇଯାଉଥିବା ବ୍ୟବସାୟରେ ପାଲଟି ଯାଇଛି। ଏହି ବ୍ୟବସାୟରେ କେବଳ ସେହିମାନେ ତିଷ୍ଠି ରହିପାରିବେ ଯେଉଁମାନଙ୍କ ପକେଟ୍ ଫୁଲ୍ ଥିବ। ସେ କହିଛନ୍ତି, ଟାଟା ଭଳି ବଡ଼ କଂପାନୀକୁ ନିଜ ଟେଲିକମ୍ ବ୍ୟବସାୟକୁ ଉପହାର ସ୍ୱରୂପ ଦାନ କରିବାକୁ ପଡୁଛି। ଟେଲିକମ୍ କ୍ଷେତ୍ରରେ ରହିଥିବା ନିୟାମକଗୁଡ଼ିକୁ ନେଇ ମଧ୍ୟ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଟେଲିକମ୍‌ କ୍ଷେତ୍ରରେ ହେଉଥିବା ବିଲୟ ଓ ଅଧିଗ୍ରହଣ ଆଡ଼କୁ ଇସାରା କରି ସେ କହିଛନ୍ତି ଯେ ଏଥିରୁ ସ୍ପଷ୍ଟ ସଂକେତ ମିଳୁଛି ଯେ ଏହି କ୍ଷେତ୍ରରେ ୧୦ଟି କଂପାନୀ ଏକାବେଳେ ଲାଭରେ ଚାଲି ପାରିବେ ନାହିଁ। ଏହା କେବଳ ଦୁଇ-ତିନି ଅବା ଚାରୋଟି ପାଇଁ ଲାଭଦାୟକ ବ୍ୟବସାୟ। ପୁଣି ଏହା କେବଳ ସେହି କଂପାନୀଗୁଡ଼ିକ ପାଇଁ ଭଲ ବ୍ୟବସାୟ ଯେଉଁମାନଙ୍କ ପାଖରେ ଅଜସ୍ର ଟଙ୍କା ଅଛି ଅବା ଯେଉଁମାନଙ୍କ ପାଖରେ ଅମାପ ଧନ ଜୁଟାଇବାର କ୍ଷମତା ରହିଛି।

ସେ ଆହୁରି କହିଛନ୍ତି,“ଏହା ଓୟାରଲେସ୍‌ ଟେଲିକମ୍ କ୍ଷେତ୍ରର ସଂକଟ। ଏହା ଅନେକ କଂପାନୀକୁ ବୁଡ଼ାଇ ଦେଇଛି। ଯଦି ଟାଟା ଭଳି କଂପାନୀ ନିଜ କାରବାରକୁ ଉପହାର ସୂତ୍ରରେ ଦାନ କରୁଛି, ତା’ହେଲେ ଛୋଟମୋଟ କଂପାନୀଙ୍କ କଥା କ’ଣ କହିବା। ସବୁ କିଛି ସମସ୍ତଙ୍କ ସାମ୍ନାରେ ସ୍ପଷ୍ଟ ଭାବେ ଦେଖାଯାଉଛି।”

Related story