ଦିଲ୍ଲୀ ଉପରାଜ୍ୟପାଳ ଭାବେ ଶପଥ ନେଲେ ଅନୀଲ ବାଇଜଲ

ନୂଆଦିଲ୍ଲୀ: ପୂର୍ବତନ ଗୃହ ସଚିବ ଅନୀଲ ବାଇଜଲ ଆଜି ଦିଲ୍ଲୀର ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଉପସ୍ଥିତ ଥିଲେ। ନାଜୀବ ଜଙ୍ଗ ଦିଲ୍ଲୀ ଉପରାଜ୍ୟପାଳ ପଦବୀରୁ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଅନୀଲ ବାଇଜଲଙ୍କୁ ଏହି ପଦରେ ନିଯୁକ୍ତି ଦେଇଥିଲେ। ଅନୀଲ ବାଇଜଲ୍ ୧୯୬୯ ବ୍ୟାଚ୍‌ର ଆଇଏଏସ୍ ଅଫିସର ଥିଲେ। ୭୦ ବର୍ଷୀୟ ବାଇଜଲ ୨୦୦୬ରେ ସହର ଉନ୍ନୟନ ମନ୍ତ୍ରାଳୟ ସଚିବ ଭାବେ […]

baijal

Rakesh Mallick
  • Published: Saturday, 31 December 2016
  • , Updated: 31 December 2016, 11:40 AM IST

ନୂଆଦିଲ୍ଲୀ: ପୂର୍ବତନ ଗୃହ ସଚିବ ଅନୀଲ ବାଇଜଲ ଆଜି ଦିଲ୍ଲୀର ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଉପସ୍ଥିତ ଥିଲେ।

ନାଜୀବ ଜଙ୍ଗ ଦିଲ୍ଲୀ ଉପରାଜ୍ୟପାଳ ପଦବୀରୁ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଅନୀଲ ବାଇଜଲଙ୍କୁ ଏହି ପଦରେ ନିଯୁକ୍ତି ଦେଇଥିଲେ।

ଅନୀଲ ବାଇଜଲ୍ ୧୯୬୯ ବ୍ୟାଚ୍‌ର ଆଇଏଏସ୍ ଅଫିସର ଥିଲେ। ୭୦ ବର୍ଷୀୟ ବାଇଜଲ ୨୦୦୬ରେ ସହର ଉନ୍ନୟନ ମନ୍ତ୍ରାଳୟ ସଚିବ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ସେ ଗୃହ ସଚିବ ଥିଲେ। ୨୦୦୪ ମେ’ରେ ଉପା ସରକାର ଆସିବା ପରେ ତାଙ୍କୁ ଗୃହ ସଚିବ ପଦରୁ ହଟାଇ ଦିଆଯାଇଥିଲା। ସେ ଦିଲ୍ଲୀ ଡେଭଲପ୍‌ମେଣ୍ଟ୍ ଅଥରିଟି (ଡିଡିଏ)ର ଅଧ୍ୟକ୍ଷ ମଧ୍ୟ ଥିଲେ।

Related story