ପୁଣି ଆମରଣ ଅନଶନରେ ବସିଲେ ଆନ୍ନା ହଜାରେ

ନୂଆଦିଲ୍ଲୀ: ଲୋକପାଳ ଆଇନ କାର୍ଯ୍ୟକାରୀ କରିବା ଦାବିରେ ସମାଜସେବୀ ଆନ୍ନା ହଜାରେ ପୁଣି ଥରେ ଅନଶନରେ ବସିଛନ୍ତି। ଏଥର ସେ ନିଜ ଗାଁ ରାଲେଗାସିଦ୍ଧିରେ ଆମରଣ ଅନଶନରେ ବସିଛନ୍ତି। ଆନ୍ନା ଅଭିଯୋଗ କରିଛନ୍ତି, “ଲୋକପାଳ ବିଲ୍ ଆଇନ ହେବାର ୫ ବର୍ଷ ହେଲାଣି। ମୋଦି ସରକାର କ୍ଷମତାକୁ ଆସିବାର ୫ ବର୍ଷ ସରିବାକୁ ବସିଲାଣି। ହେଲେ ପ୍ରଧାନମନ୍ତ୍ରୀ ବାରମ୍ବାର ବିଭିନ୍ନ ବାହାନା ଦେଖାଇ ବିଲ୍‌କୁ ଆଇନରେ ପରିଣତ କରିବାକୁ ଟାଳି ଚାଲିଛନ୍ତି।” ସୂଚନାଯୋଗ୍ୟ, ଲୋକପାଳ ଦାବିରେ ୨୦୧୧ରୁ […]

anna

Rakesh Mallick
  • Published: Wednesday, 30 January 2019
  • , Updated: 30 January 2019, 02:22 PM IST

ନୂଆଦିଲ୍ଲୀ: ଲୋକପାଳ ଆଇନ କାର୍ଯ୍ୟକାରୀ କରିବା ଦାବିରେ ସମାଜସେବୀ ଆନ୍ନା ହଜାରେ ପୁଣି ଥରେ ଅନଶନରେ ବସିଛନ୍ତି। ଏଥର ସେ ନିଜ ଗାଁ ରାଲେଗାସିଦ୍ଧିରେ ଆମରଣ ଅନଶନରେ ବସିଛନ୍ତି।

ଆନ୍ନା ଅଭିଯୋଗ କରିଛନ୍ତି, “ଲୋକପାଳ ବିଲ୍ ଆଇନ ହେବାର ୫ ବର୍ଷ ହେଲାଣି। ମୋଦି ସରକାର କ୍ଷମତାକୁ ଆସିବାର ୫ ବର୍ଷ ସରିବାକୁ ବସିଲାଣି। ହେଲେ ପ୍ରଧାନମନ୍ତ୍ରୀ ବାରମ୍ବାର ବିଭିନ୍ନ ବାହାନା ଦେଖାଇ ବିଲ୍‌କୁ ଆଇନରେ ପରିଣତ କରିବାକୁ ଟାଳି ଚାଲିଛନ୍ତି।”

ସୂଚନାଯୋଗ୍ୟ, ଲୋକପାଳ ଦାବିରେ ୨୦୧୧ରୁ ଆନ୍ଦୋଳନ କରିଆସୁଛନ୍ତି ଆନ୍ନା। ଗତ ୮ ବର୍ଷ ଭିତରେ ଏହା ହେଉଛି ତାଙ୍କର ତୃତୀୟ ଅନଶନ। ଗତବର୍ଷ ମାର୍ଚ୍ଚ ମାସରେ ମଧ୍ୟ ଆନ୍ନା ସମର୍ଥକଙ୍କ ସହ ୧ ସପ୍ତାହ ଧରି ଅନଶନରେ ବସିଥିଲେ।

Related story