ସ୍ପୁଟନିକ୍‌-ଭିରେ ରହିଛି ଏଚ୍‌ଆଇଭି ବିପଦ ! ଟିକା ନେବାକୁ ମନା କଲେ ଦୁଇ ଦେଶ

ନୂଆଦିଲ୍ଲୀ: କୋଭିଡ୍‌ ଟିକା ସ୍ପୁଟନିକ୍‌-ଭିରେ ରହିଛି ଏଚ୍‌ଆଇଭି ବିପଦ। ଏମିତି ଅଭିଯୋଗ ଆଣି ଦକ୍ଷିଣ ଆଫ୍ରିକା ଏହି ଟିକାକୁ ବର୍ଜନ କରିଥିବା ବେଳେ ଏବେ ଏହାର ପଡ଼ୋଶୀ ରାଷ୍ଟ୍ର ନାମ୍ବିଆ ମଧ୍ୟ ଏହି ଟିକାକୁ ନା କହିଛି। ଋସିଆରୁ ନିର୍ମିତ ଏହି ଟିକାକୁ ବ୍ୟବହାର ବନ୍ଦ କରିଦେଛି ନାମ୍ବିଆ। ଅନ୍ୟପକ୍ଷଣେ ଉକ୍ତ ଟିକାରେସେମିତି କିଛି ସମସ୍ୟା ନେଇ ପ୍ରମାଣ ମିଳି ନାହିଁ ବୋଲି ଏହାର ନିର୍ମାଣକାରୀ ପକ୍ଷରୁ କୁହାଯାଇଛି। ସ୍ପୁଟନିକ୍‌-ଭିରୁ ପରୁଷଙ୍କ କ୍ଷେତ୍ରରେ ଏଚଆଇଭି ସଂକ୍ରମଣ ଆଶଙ୍କା […]

sputinik

Tapas Behera
  • Published: Sunday, 24 October 2021
  • , Updated: 24 October 2021, 06:27 PM IST

ନୂଆଦିଲ୍ଲୀ: କୋଭିଡ୍‌ ଟିକା ସ୍ପୁଟନିକ୍‌-ଭିରେ ରହିଛି ଏଚ୍‌ଆଇଭି ବିପଦ। ଏମିତି ଅଭିଯୋଗ ଆଣି ଦକ୍ଷିଣ ଆଫ୍ରିକା ଏହି ଟିକାକୁ ବର୍ଜନ କରିଥିବା ବେଳେ ଏବେ ଏହାର ପଡ଼ୋଶୀ ରାଷ୍ଟ୍ର ନାମ୍ବିଆ ମଧ୍ୟ ଏହି ଟିକାକୁ ନା କହିଛି। ଋସିଆରୁ ନିର୍ମିତ ଏହି ଟିକାକୁ ବ୍ୟବହାର ବନ୍ଦ କରିଦେଛି ନାମ୍ବିଆ। ଅନ୍ୟପକ୍ଷଣେ ଉକ୍ତ ଟିକାରେସେମିତି କିଛି ସମସ୍ୟା ନେଇ ପ୍ରମାଣ ମିଳି ନାହିଁ ବୋଲି ଏହାର ନିର୍ମାଣକାରୀ ପକ୍ଷରୁ କୁହାଯାଇଛି। ସ୍ପୁଟନିକ୍‌-ଭିରୁ ପରୁଷଙ୍କ କ୍ଷେତ୍ରରେ ଏଚଆଇଭି ସଂକ୍ରମଣ ଆଶଙ୍କା ରହିଛି ବୋଲି  ଦକ୍ଷିଣଆଫ୍ରିକା ଆଶଙ୍କା କରିଛି। କାରଣ ଏହା ପ୍ରକୃତ ସ୍ପୁଟନିକ୍‌-ଭି ନୁହଁ।

ଏହି ଟିକାରୁ ଏଚ୍‌ଆଇଭି ବିପଦ ରହିଛି ବୋଲି କୁହାଯାଇଥିଲା। ତେଣୁ ଏହା ଉପରେ ଉକ୍ତ ଦେଶରେ ରୋକ୍ ଲଗାଇ ଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ନାମ୍ବିଆ ମଧ୍ୟ ଏହି ଟିକା ବ୍ୟବହାରକୁ ତୁରନ୍ତ ବନ୍ଦ କରିଦେଇଛି। ଏନେଇ ନାମ୍ବିଆ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।  ସ୍ପୁଟନିକ୍ ଭି ଗ୍ରହଣ କରିଥିବା ପୁରୁଷମାନେ ଏଚ୍‌ଆଇଭି ସଂକ୍ରମିତ ହେବାର ଆଶଙ୍କା ଅଧିକ ହୋଇପାରେ ବୋଲି ନାମ୍ବିଆ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ନାମ୍ବିଆକୁ ସର୍ବିଆ ୩୦,୦୦୦ ସ୍ପୁଟନିକ୍ ଡୋଜ ବିତରଣ କରିଥିଲା।

ଯେଉଁଥିରୁ ଏପର୍ଯ୍ୟନ୍ତ ୧୨୦ ରୁ କମ୍ ବ୍ୟବହୃତ ହୋଇଛି।  ଅନ୍ୟପକ୍ଷରେ ସ୍ପୁଟନିକ୍ ଭିକୁ  ବିକଶିତ କରିଥିବା ରୁଷର Gamaleya Centre ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି।  ଏଥିରେ କୁହାଯାଇଛି ଯେ, ୭୦୦୦ ରୁ ଅଧିକ ଅଂଶଗ୍ରହଣକାରୀଙ୍କ ଉପରେ କ୍ଲିନିକାଲ ଟ୍ରାଏଲ କରାଯାଇଛି। ତେବେ କାହାକ୍ଷେତ୍ରରେ ବି ଏଚଆଇଭି ସଂକ୍ରମଣ ନେଇ ରିପୋର୍ଟ ଆସି ନଥିଲା ବୋଲି କୁହାଯାଇଛି। ତେଣୁ ଏହା ବିପଦମୁକ୍ତ ବୋଲି କୁହାଯାଇଛି।

Related story