ହୀରା ନେଇ ଫେରାର୍‌ ହୋଇଯାଉଥିଲା ଜନ୍ଦା, ସୋଶାଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପ୍ରାୟ ସମସ୍ତଙ୍କ ଘରେ ଜନ୍ଦା ଓ ପିମ୍ପୁଡି ଦେଖିବାକୁ ମିଳନ୍ତି। ଏହି କ୍ଷୁଦ୍ରକାୟ ଜୀବମାନେ ଛୋଟ ଛୋଟ ଖାଦ୍ୟ ସାମଗ୍ରୀ ବୋହି ନେଉଥିବା, ଆପଣ ଦେଖିଥିବେ। କିନ୍ତୁ ଗୋଟିଏ ଜନ୍ଦା ନିଜ ଓଜନଠାରୁ ଯଥେଷ୍ଟ ଅଧିକ ଏକ ହୀରା ଖଣ୍ଡକୁ ନେଇ ଯାଉଥିବା ଶୁଣିଲେ ବା ଦେଖିଲେ, ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଏକ ଜନ୍ଦା ଛୋଟିଆ ହୀରା ଖଣ୍ଡଟିଏ ବୋହି ନେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ୍ ହେବା […]

ant_2_1535427069_618x347

Biswobandita Swain
  • Published: Wednesday, 29 August 2018
  • , Updated: 29 August 2018, 09:11 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପ୍ରାୟ ସମସ୍ତଙ୍କ ଘରେ ଜନ୍ଦା ଓ ପିମ୍ପୁଡି ଦେଖିବାକୁ ମିଳନ୍ତି। ଏହି କ୍ଷୁଦ୍ରକାୟ ଜୀବମାନେ ଛୋଟ ଛୋଟ ଖାଦ୍ୟ ସାମଗ୍ରୀ ବୋହି ନେଉଥିବା, ଆପଣ ଦେଖିଥିବେ। କିନ୍ତୁ ଗୋଟିଏ ଜନ୍ଦା ନିଜ ଓଜନଠାରୁ ଯଥେଷ୍ଟ ଅଧିକ ଏକ ହୀରା ଖଣ୍ଡକୁ ନେଇ ଯାଉଥିବା ଶୁଣିଲେ ବା ଦେଖିଲେ, ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ।

ଏକ ଜନ୍ଦା ଛୋଟିଆ ହୀରା ଖଣ୍ଡଟିଏ ବୋହି ନେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ୍ ହେବା ପରେ ଏବେ ଏହା ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ତେବେ ସେହି ହୀରା ଖଣ୍ଡଟିକୁ ଜନ୍ଦାଟି କେଉଁଠୁ ଆଣିଲା, ସେ ସମ୍ପର୍କରେ କିଛି ସୂଚନା ମିଳିନାହିଁ।

ଜନ୍ଦାଟି ହୀରା ଖଣ୍ଡ ନେଇ ଯାଉଥିବାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଏହାକୁ ଦେଖି ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

କିଛି ୟୁଜର୍ସ କହିଛନ୍ତି ଯେ ଜିନ୍ଦା ଓ ପିମ୍ପୁଡ଼ିମାନଙ୍କୁ ବି ଆଉ ବିଶ୍ୱାସ କରିହେବ ନାହିଁ। ଆଉ କେତେକ ୟୁଜର୍ସ ଏପରି ମଧ୍ୟ କହିଛନ୍ତି, ହୀରା ଖଣ୍ଡ ଚୋରି କରି ଫେରାର୍ ହୋଇଯିବା ପାଇଁ ଜନ୍ଦାମାନଙ୍କୁ ସ୍ୱତନ୍ତ୍ର ତାଲିମ୍‌ ଦିଆଯାଇଛି।

ସେହିପରି କିଛି ୟୁଜର୍ସ ହୀରା ଖଣ୍ଡ ନେଇ ଯାଉଥିବା ଜନ୍ଦାକୁ 'କୋଟିପତି ଜନ୍ଦା' ବୋଲି ମଧ୍ୟ କହିଛନ୍ତି।

ଗୋଟିଏ ଜନ୍ଦା ଛୋଟ ହୀରା ଖଣ୍ଡ ବୋହି ନେବାକୁ ସକ୍ଷମ କି ?

ଗୋଟିଏ ଜନ୍ଦା ଛୋଟ ହୀରା ଖଣ୍ଡକୁ ବୋହି ପାରିବା ପାଇଁ ସକ୍ଷମ କି ନାହିଁ, ତାକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ଉପୁଜିବା ସ୍ୱାଭାବିକ। ତେବେ ଆମେରିକାସ୍ଥିତ ଏକ ବିଶ୍ୱବିଦ୍ୟାଳୟର ଗବେଷଣା ଅନୁଯାୟୀ, ଜନ୍ଦାମାନେ ନିଜ ଓଜନର ୧୦୦ଗୁଣା ଅଧିକ ଭାରୀ ସାମଗ୍ରୀ ଉଠାଇପାରିବାକୁ ସକ୍ଷମ।

 

 

Related story