ଖୋଲିଲା ସବୁ ଷ୍ଟେସନ୍‌ ଗେଟ୍‌, ଜାମିଆ ବନ୍ଦ

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ କର୍ପୋରେସନ୍‌ ସମସ୍ତ ଏଣ୍ଟ୍ରି ଓ ଏକ୍ଜିଟ୍‌ ଗେଟ୍‌ ପୁଣିଥରେ ଖୋଲିଛନ୍ତି। ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦିଲ୍ଲୀରେ ଆନ୍ଦୋଳନ ଚାଲିଥିବାରୁ ଏସବୁକୁ ବନ୍ଦ ରଖାଯାଇଥିଲା। ପ୍ରରୟ ୨ ଘଣ୍ଟା ବନ୍ଦ ରହିବା ପରେ ଦିଲ୍ଲୀର ରାଜୀବ ଚୌକ ମେଟ୍ରୋ ଷ୍ଟେସନ୍‌ ସର୍ବସାଧାରଣଙ୍କ ପାଇଁ ଖୋଲିଥିଲା। ପଟେଲ ଚୌକ, ସେଣ୍ଟ୍ରାଲ ସେକ୍ରେଟେରିଏଟ୍‌, ଉଦ୍ୟୋଗ ଭବନ ଏବଂ ଲୋକ କଲ୍ୟାଣ ମାର୍ଗ ଆଦି ଷ୍ଟେସନ୍‌ର ଗେଟ୍‌ ପୁଣି ଖୋଲିଛି। ସେହିଭଳି ଚାନ୍ଦନୀ ଚୌକ, ବରଖମ୍ବା, […]

Metro

Subrat Kumar Nayak
  • Published: Thursday, 19 December 2019
  • , Updated: 19 December 2019, 06:02 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ କର୍ପୋରେସନ୍‌ ସମସ୍ତ ଏଣ୍ଟ୍ରି ଓ ଏକ୍ଜିଟ୍‌ ଗେଟ୍‌ ପୁଣିଥରେ ଖୋଲିଛନ୍ତି। ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦିଲ୍ଲୀରେ ଆନ୍ଦୋଳନ ଚାଲିଥିବାରୁ ଏସବୁକୁ ବନ୍ଦ ରଖାଯାଇଥିଲା।

ପ୍ରରୟ ୨ ଘଣ୍ଟା ବନ୍ଦ ରହିବା ପରେ ଦିଲ୍ଲୀର ରାଜୀବ ଚୌକ ମେଟ୍ରୋ ଷ୍ଟେସନ୍‌ ସର୍ବସାଧାରଣଙ୍କ ପାଇଁ ଖୋଲିଥିଲା। ପଟେଲ ଚୌକ, ସେଣ୍ଟ୍ରାଲ ସେକ୍ରେଟେରିଏଟ୍‌, ଉଦ୍ୟୋଗ ଭବନ ଏବଂ ଲୋକ କଲ୍ୟାଣ ମାର୍ଗ ଆଦି ଷ୍ଟେସନ୍‌ର ଗେଟ୍‌ ପୁଣି ଖୋଲିଛି।

ସେହିଭଳି ଚାନ୍ଦନୀ ଚୌକ, ବରଖମ୍ବା, ମଣ୍ଡି ହାଉସ୍‌, ପ୍ରଗତି ମୈଦାନ, ଲାଲ କିଲ୍ଲା, ଜାମା ମସଜିଦ୍‌, ଦିଲ୍ଲୀ ଗେଟ୍‌, ଆଟିଓ, ଜନପଥ, ଖାନ୍‌ ମାର୍କେଟ୍‌, ବସନ୍ତ ବିହାର ଏବଂ ମୁନିର୍କାଠାରେ ଫାଟକ ଖୋଲିଯାଇଛି। କିନ୍ତୁ ଜାମିଆଠାରେ ମେଟ୍ରୋ ଷ୍ଟେସନ୍‌ର ଉଭୟ ଏଣ୍ଟ୍ରି ଓ ଏକ୍ଜିଟ୍‌ ବନ୍ଦ ରହିଛି। ସକାଳୁ ପ୍ରାୟ ୧୯ଟି ଷ୍ଟେସନ୍‌ର ଗେଟ୍‌ ବନ୍ଦ ରହିଥିଲା। ମିଳିଥିବା ସୂଚନା ଅନୁଯାୟୀ ଆନ୍ଦୋଳନକାରୀ ଏହି ମେଟ୍ରୋସବୁକୁ ବ୍ୟବହାର ନ କରିବା ଉଦ୍ଦେଶ୍ୟରେ ଏପରି କରାଯାଇଥିଲା।

ଆଜି ଦିଲ୍ଲୀରେ ଗୋଟିଏ ଛାତ୍ରମାନେ ଏବଂ ଅନ୍ୟ ଗୋଟିଏ ବାମଦଳଙ୍କ ଦ୍ୱାରା ଆନ୍ଦୋଳନ ଆୟୋଜିତ ହେଉଛି। ଏହି ଦୁଇ ଶୋଭାଯାତ୍ରା ଆଇଟିଓ ନିକଟରେ ଭେଟ ହେବାର ଥିଲା।

Related story