କଲେଜରେ ଆଉ ଚଳିବନି ଗୁଣ୍ଡାଗର୍ଦ୍ଦି, ଆଣ୍ଟି ରାଗିଂ ଆପ୍ ସାଜିବ ସୁରକ୍ଷା କବଚ

ରାଗିଂ ପାଇଁ  ଅନେକ ସମୟରେ ଛାତ୍ରଛାତ୍ରୀଙ୍କ ଜୀବନ ଯାଉଛି। ତେଣୁ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। କଲେଜରେ ଛାତ୍ରମାନଙ୍କ ପାଇଁ କେନ୍ଦ୍ର ମାନବସମ୍ବଳ ବକାଶ ମନ୍ତ୍ରଣାଳୟ ଏକ ମୋବାଇଲ ଆପ୍ ଜାରି କରିଛି। ଏହାର ନାଁ ରହିଛି ଆଣ୍ଟି ରାଗିଂ ମୋବାଇଲ୍ ଆପ୍।  ରାଗିଂର ଶିକାର ହେଉଥିବା ଛାତ୍ରଛାତ୍ରୀମାନେ ଏହି ଆପ୍ ମାଧ୍ୟମରେ ନିଜର ଅଭିଯ଼ୋଗ ଦାଖଲ କରିପାରିବେ। ଏହି ଆପ ଆଣ୍ଡ୍ରଏଡ ମୋବାଇଲରେ ଉପଲବ୍ଧ ହେଉଥିବାରୁ ଏହାକୁ […]

ragging

Rakesh Mallick
  • Published: Wednesday, 31 May 2017
  • , Updated: 31 May 2017, 07:34 PM IST

ରାଗିଂ ପାଇଁ  ଅନେକ ସମୟରେ ଛାତ୍ରଛାତ୍ରୀଙ୍କ ଜୀବନ ଯାଉଛି। ତେଣୁ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। କଲେଜରେ ଛାତ୍ରମାନଙ୍କ ପାଇଁ କେନ୍ଦ୍ର ମାନବସମ୍ବଳ ବକାଶ ମନ୍ତ୍ରଣାଳୟ ଏକ ମୋବାଇଲ ଆପ୍ ଜାରି କରିଛି। ଏହାର ନାଁ ରହିଛି ଆଣ୍ଟି ରାଗିଂ ମୋବାଇଲ୍ ଆପ୍।  ରାଗିଂର ଶିକାର ହେଉଥିବା ଛାତ୍ରଛାତ୍ରୀମାନେ ଏହି ଆପ୍ ମାଧ୍ୟମରେ ନିଜର ଅଭିଯ଼ୋଗ ଦାଖଲ କରିପାରିବେ। ଏହି ଆପ ଆଣ୍ଡ୍ରଏଡ ମୋବାଇଲରେ ଉପଲବ୍ଧ ହେଉଥିବାରୁ ଏହାକୁ ବ୍ୟବହାର କରିବା ଅତି ସହଜ ହେବ ବୋଲି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦ୍‌କର କହିଛନ୍ତି।

ଅଭିଯୋଗ ଦାଖଲ ପରେ ତୁରନ୍ତ ପଦକ୍ଷେପ ନିଆଯାଇ ଦୋଷୀମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଦୋଷ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କୁ କଲେଜରୁ ବାହାର କରି ଦିଆଯିବ।  ରାଗିଂର ଶିକାର ହେଉଥିବା ପିଲାଙ୍କ ପାଇଁ ଏହି ଆପ୍ ଏକ ସୁରକ୍ଷା କବଚ ଭଳି କାମ କରିବ ବୋଲି  ଜାବଡେକର କହିଛନ୍ତି।

Related story