ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଆସିଲା ବଡ଼ ଖବର, ଚିନ୍ତା ପ୍ରକଟ କଲେ ଡାକ୍ତର

ରାଞ୍ଚି: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା କୌଣସି ମୁହୂର୍ତ୍ତରେ ବିଗିଡିପାରେ। ରିମ୍ସ ହସ୍ପିଟାଲର ଡାକ୍ତର ଏହା କହିଛନ୍ତି। ଗୋଟିଏ ପଟେ ଚାରା ଘୋଟାଲା ମାମଲାରେ ଲାଲୁ ସଜା କାଟୁଛନ୍ତି ଅନ୍ୟପଟେ ଜେଲରେ ରହି ବିଧାୟକ କିଣିବାକୁ ପ୍ରୟାସ ଅଭିଯୋଗରେ ଆଇନଗତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକି ଲାଲୁଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି। ଲାଲୁ ଏବେ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି ହୋଇଛନ୍ତି। Lalu Prasad Yadav's kidney function […]

lalu-yadav

Subhransu Sekhar
  • Published: Saturday, 12 December 2020
  • , Updated: 12 December 2020, 07:17 PM IST

ରାଞ୍ଚି: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା କୌଣସି ମୁହୂର୍ତ୍ତରେ ବିଗିଡିପାରେ। ରିମ୍ସ ହସ୍ପିଟାଲର ଡାକ୍ତର ଏହା କହିଛନ୍ତି। ଗୋଟିଏ ପଟେ ଚାରା ଘୋଟାଲା ମାମଲାରେ ଲାଲୁ ସଜା କାଟୁଛନ୍ତି ଅନ୍ୟପଟେ ଜେଲରେ ରହି ବିଧାୟକ କିଣିବାକୁ ପ୍ରୟାସ ଅଭିଯୋଗରେ ଆଇନଗତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକି ଲାଲୁଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି। ଲାଲୁ ଏବେ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି ହୋଇଛନ୍ତି।

https://twitter.com/ANI/status/1337711212096749568

ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଚିକିତ୍ସା କରୁଥିବା ଡାକ୍ତର ଉମେଶ ପ୍ରସାଦ କହିଛନ୍ତି ଯେ ତାଙ୍କ କିଡନୀ କୌଣସି ସମୟରେ ଖରାପ ହୋଇପାରେ। ଲାଲୁଙ୍କ କିଡନୀର ୨୫ ପ୍ରତିଶତ କାମ କରୁଛି। ଏବେଠୁ କିନ୍ତୁ ପୂର୍ବାନୁମାନ କରିବା କଷ୍ଟକର। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିପଜ୍ଜନକ ବୋଲି ଡାକ୍ତର କହିଛନ୍ତି। ଏ ନେଇ ଲିଖିତ ଭାବରେ ସେ କର୍ତ୍ତୃପକ୍ଷଙ୍କୁ କହିଥିବା କହିଛନ୍ତି।

Related story