ନୂଆଦିଲ୍ଲୀ: କର୍ଣ୍ଣାଟକାରେ ଇସ୍ତଫା ଦେଇଥିବା ବିଧାୟକ ଆଜି ସଂଧ୍ୟା ୬ଟା ସୁଦ୍ଧା ବାଚସ୍ପତି ରମେଶ କୁମାରଙ୍କୁ ଭେଟିବେ। ଆଜି ସୁପ୍ରିମକୋର୍ଟ ଇସ୍ତଫା ଦେଇଥିବା ବିଧାୟକଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଆବଶ୍ୟକ ସୁରକ୍ଷା ପୁଲିସ ଯୋଗାଇ ଦେବାକୁ ଦେଶର ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକଙ୍କ ଇସ୍ତଫା ସଂକ୍ରାନ୍ତ ବାଚସ୍ପତିଙ୍କ ନିଷ୍ପତ୍ତି ଆସିବା ପରେ ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି କରିପାରନ୍ତି ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଜେଡିଏସ ଏବଂ କଂଗ୍ରେସର ବିଧାୟକ ଇସ୍ତଫା ଦେଇ ମୁମ୍ବାଇ ପଳାଇ ଆସିଥିଲେ। ହେଲେ ବାଚସ୍ପତି ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରୁନଥିଲେ। ବାଚସ୍ପତି ଶାସକ ମେଣ୍ଟ ଦଳଙ୍କୁ ସହଯୋଗ କରୁଥିବା ଇସ୍ତଫା ଦେଇଥିବା ୧୦ ବିଧାୟକ ଅଭିଯୋଗ କରିଥିଲେ। ଏହାପରେ ସମ୍ପୃକ୍ତ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଅନ୍ୟପକ୍ଷେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଆହୁରି ୩ କଂଗ୍ରେସ ବିଧାୟକ ଆଜି ନିଜ ପଦବୀରୁ ଇସ୍ତଫା ଦେଇପାରନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
‘ବାହାନା ନୁହେଁ, ପରିବର୍ତ୍ତନ ଦରକାର’ ଗୀତ ରିଲିଜ କଲା ବିଜେପି
ଗୀତ ଜରିଆରେ ଆପ ନେତୃତ୍ୱାଧୀନ ଦିଲ୍ଲୀ ସରକାରଙ୍କୁ ବିଜେପି ଟାର୍ଗେଟ କରିଛି। ଆପ୍ ସରକାର ସମୟରେ ଦିଲ୍ଲୀରେ ହୋଇଥିବା ସମସ୍ୟାକୁ ଗୀତ ଜରିଆରେ ବିଜେପି ଦେଖାଇବାକୁ ଚେଷ୍ଟା କରିଛି।
Politics
ଅମିତ ଶାହଙ୍କୁ 'ନିର୍ବାଚନୀ ମୁସଲମାନ' କହି ଫଟୋ ପୋଷ୍ଟ କଲା ଆପ୍
ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ୍ ଓ ବିଜେପି ମଧ୍ୟରେ ପୋଷ୍ଟର ୱାର୍ ଜାରି ରହିଛି। କିଛିଦିନ ତଳେ କେଜ୍ରିୱାଲଙ୍କୁ ନିର୍ବାଚନୀ ହିନ୍ଦୁ ବୋଲି କଟାକ୍ଷ କରି ଏକ ପୋଷ୍ଟର ଜାରି କରିଥିଲା ବିଜେପି। ଆଜି ଶାହଙ୍କୁ ନିର୍ବାଚନୀ ମୁସଲମାନ କହି ଫଟୋ ପୋଷ୍ଟ କରିଛି ଆପ୍।
National
EVMରେ ନାହିଁ କୌଣସି ତ୍ରୁଟି, ପେପର ବାଲଟ ଭୋଟିଂକୁ ECIଙ୍କ ନା
ଇଭିଏମ ଟ୍ୟାମ୍ପର ଫ୍ରୁଫ। ଇଭିଏମ ଦ୍ୱାରା ରିଗିଂ ଓ ହ୍ୟାକିଂ ଅସମ୍ଭବ। ଇଭିଏମକୁ ନେଇ ଆସିଥିବା ଅନିୟମିତତା ସଂପୂର୍ଣ୍ଣ ଭାବେ ଅମୂଳକ। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିରପେକ୍ଷତା ରଖିବା ପାଇଁ ଇସିଆଇ ପ୍ରତିବଦ୍ଧ ବୋଲି ରାଜୀବ କୁମାର କହିଛନ୍ତି।
National
ସ୍ୱାମୀ ଓ ୬ ପିଲାଙ୍କୁ ଛାଡ଼ି ଭିକାରୀ ସହ ଫେରାର ହୋଇଗଲେ ମହିଳା, ଆଉ ତା’ ପରେ...
ପୁଲିସ୍ ଭିକାରୀ ସହ ଫେରାର ହୋଇଥିବା ମହିଳାଙ୍କୁ ଠାବ କରିଛି। ହେଲେ ସେ ଫେରାର ହୋଇ ଯାଇଥିବା ବ୍ୟକ୍ତିଙ୍କର କୌଣସି ପତ୍ତା ମିଳିନି।