ରାଫେଲ ପ୍ରସଙ୍ଗ: କେନ୍ଦ୍ରକୁ ୪ ଦିନର ସମୟ ଦେଲେ କୋର୍ଟ

ନୂଆଦିଲ୍ଲୀ: ରାଫେଲ୍‌ ଡିଲ୍‌ର ରିଭ୍ୟୁ ପିଟିସନ୍‌ ଉପରେ ଜବାବ ଦାଖଲ କରିବାକୁ କେନ୍ଦ୍ର ସରକାର ୪ ସପ୍ତାହ ମାଗିଥିଲେ ହେଁ ସୁପ୍ରିମକୋର୍ଟ ମାତ୍ର ୪ ଦିନର ସମୟ ଦେଇଛନ୍ତି। ଅର୍ଥାତ ଶନିବାର ସୁଦ୍ଧା କେନ୍ଦ୍ର ସରକାର ଏହାର ଜବାବ ଦାଖଲ କରିବେ। ମେ’ ୬ ତାରିଖରେ ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବେ। ରାଫେଲ ଡିଲ୍‌ର ପୁନଃ ବିଚାର ପାଇଁ ନୂଆ ଦସ୍ତାବିଜ ସହ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି ପୂର୍ବରୁ କୋର୍ଟ କେନ୍ଦ୍ର […]

yu

Hemant Lenka
  • Published: Tuesday, 30 April 2019
  • , Updated: 30 April 2019, 07:04 PM IST

ନୂଆଦିଲ୍ଲୀ: ରାଫେଲ୍‌ ଡିଲ୍‌ର ରିଭ୍ୟୁ ପିଟିସନ୍‌ ଉପରେ ଜବାବ ଦାଖଲ କରିବାକୁ କେନ୍ଦ୍ର ସରକାର ୪ ସପ୍ତାହ ମାଗିଥିଲେ ହେଁ ସୁପ୍ରିମକୋର୍ଟ ମାତ୍ର ୪ ଦିନର ସମୟ ଦେଇଛନ୍ତି। ଅର୍ଥାତ ଶନିବାର ସୁଦ୍ଧା କେନ୍ଦ୍ର ସରକାର ଏହାର ଜବାବ ଦାଖଲ କରିବେ। ମେ’ ୬ ତାରିଖରେ ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବେ।

ରାଫେଲ ଡିଲ୍‌ର ପୁନଃ ବିଚାର ପାଇଁ ନୂଆ ଦସ୍ତାବିଜ ସହ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି ପୂର୍ବରୁ କୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ କରିବାକୁ କହିଥିଲେ। ଆଜି କେନ୍ଦ୍ର ସରକାର ସତ୍ୟପାଠ ଜରିଆରେ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ସଞ୍ଜୟ କୌଲ ଓ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠଙ୍କୁ ଜବାବ ଦାଖଲ ପାଇଁ ୪ ସପ୍ତାହ ସମୟ ମାଗିଥିଲେ। କିନ୍ତୁ ଖଣ୍ଡପୀଠ ଏହାକୁ ଗ୍ରହଣ କରିନଥିଲେ।

Related story