ଖୁବଶୀଘ୍ର ଆପରେ ଯୋଗ ଦେବେ ସିଦ୍ଧୁ: କେଜ୍ରିୱାଲ

ନୂଆଦିଲ୍ଲୀ: ରାଜ୍ୟସଭାରୁ ଇସ୍ତଫା ଦେବା ପରେ ବିଜେପି ନେତା ନବଜୋତ ସିଂ ସିଦ୍ଧୁ ଆମ ଆଦମୀ ପାର୍ଟିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିଦ୍ଧୁ ଆପ ପାର୍ଟିରେ ଯୋଗ ଦେବା ନେଇ ଆଜି ଟ୍ୱିଟ୍‌ କରି କହିଛନ୍ତି, “ନବଜୋତ ସିଂ ସିଦ୍ଧୁ ଆପ ପାର୍ଟିରେ ଯୋଗଦେବେ। ଏଥିରେ କୌଣସି ସନ୍ଦେହ ନାହିଁ।” ସେ ଆହୁରି କହିଛନ୍ତି,“ଗତ ସପ୍ତାହରେ ସିଦ୍ଧୁ ମୋ ସହିତ ଦେଖା ହୋଇଥିଲେ। କିନ୍ତୁ ସେ ପାର୍ଟିରେ […]

arabida kajriwal

Rakesh Mallick
  • Published: Friday, 19 August 2016
  • , Updated: 19 August 2016, 04:47 PM IST

ନୂଆଦିଲ୍ଲୀ: ରାଜ୍ୟସଭାରୁ ଇସ୍ତଫା ଦେବା ପରେ ବିଜେପି ନେତା ନବଜୋତ ସିଂ ସିଦ୍ଧୁ ଆମ ଆଦମୀ ପାର୍ଟିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିଦ୍ଧୁ ଆପ ପାର୍ଟିରେ ଯୋଗ ଦେବା ନେଇ ଆଜି ଟ୍ୱିଟ୍‌ କରି କହିଛନ୍ତି, “ନବଜୋତ ସିଂ ସିଦ୍ଧୁ ଆପ ପାର୍ଟିରେ ଯୋଗଦେବେ। ଏଥିରେ କୌଣସି ସନ୍ଦେହ ନାହିଁ।”

ସେ ଆହୁରି କହିଛନ୍ତି,“ଗତ ସପ୍ତାହରେ ସିଦ୍ଧୁ ମୋ ସହିତ ଦେଖା ହୋଇଥିଲେ। କିନ୍ତୁ ସେ ପାର୍ଟିରେ ଯୋଗ ଦେବା ବିଷୟରେ କିଛି କହି ନ ଥିଲେ। ଏ ବିଷୟରେ ଭାବିବା ପାଇଁ ତାଙ୍କୁ ସମୟ ଦରକାର। ଆମେ ଏହାକୁ ସମ୍ମାନ ଦେବା ଉଚିତ୍‌।”

ସିଦ୍ଧୁ ଆପ ପାର୍ଟିରେ ଯୋଗ ଦେବା ପାଇଁ କିଛି ସର୍ତ୍ତ ରଖିଥିବା ପୂର୍ବରୁ ଚର୍ଚ୍ଚା ହେଉଥିଲା।

ସିଦ୍ଧୁ  ଜୁଲାଇ ୧୮ ତାରିଖରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ସିଦ୍ଧୁଙ୍କ ହଠାତ୍ ଇସ୍ତଫା ସମସ୍ତଙ୍କୁ ଚକିତ କରି ଦେଇଥିଲା।

ଚଳିତ ବର୍ଷ ଏପ୍ରିଲ୍ ୨୮ ତାରିଖରେ ସିଦ୍ଧୁ ରାଜ୍ୟସଭାର ମନୋନୀତ ସଦସ୍ୟ ଭାବେ ଶପଥ ନେଇଥିଲେ।

୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପି ତାଙ୍କୁ ଟିକେଟ ଦେଇ ନ ଥିଲା। ତାଙ୍କର ଅମୃତସର ଲୋକସଭା ଆସନରେ ଦଳ ଅରୁଣ ଜେଟଲୀଙ୍କୁ ପ୍ରାର୍ଥୀ କରିଥିଲା।

Related story