ମରିସସରୁ ପ୍ୟାରିସ୍ ଯାଉଥିବା ଏୟାର ଫ୍ରାନ୍ସ ବିମାନରେ ବୋମା ଆତଙ୍କ: କେନିଆରେ ଜରୁରୀ ଅବତରଣ

ନରୱେ: ମରିସସରୁ ପ୍ୟାରିସ୍ ଯାଉଥିବା ଏୟାର ଫ୍ରାନ୍ସର ଏକ ବିମାନରେ ବୋମା ଥିବା ଆଶଙ୍କାରେ କେନିଆର କୋଷ୍ଟାଲ ସହର ମୋମବାସାରେ ଶନିବାର ବିଳମ୍ବିତ ରାତିରେ ଜରୁରୀ ଅବତରଣ କରାଯାଇଛି। ବିମାନର ଶୌଚାଳୟ ନିକଟରେ ସନ୍ଦିଗ୍ଧ ଡିବାଇସ ମିଳିବା ପରେ ଏଥିରେ ବୋମା ଥିବା ଆଶଙ୍କା କରି ବିମାନକୁ ଜରୁରୀ ଅବତରଣ କରାଯାଇଥିବା କେନିଆର ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ପୋଲିସ ଅଧିକାରୀ ଚାର୍ଲ୍ସ ଓୱେନୀ ରବିବାର କହିଛନ୍ତି ବୋଇଂ ୭୭୭ ଏୟାର ଫ୍ରାନ୍ସ ଫ୍ଲାଇଟ ୪୬୩ […]

air frience

Rakesh Mallick
  • Published: Sunday, 20 December 2015
  • , Updated: 04 May 2017, 03:44 PM IST

ନରୱେ: ମରିସସରୁ ପ୍ୟାରିସ୍ ଯାଉଥିବା ଏୟାର ଫ୍ରାନ୍ସର ଏକ ବିମାନରେ ବୋମା ଥିବା ଆଶଙ୍କାରେ କେନିଆର କୋଷ୍ଟାଲ ସହର ମୋମବାସାରେ ଶନିବାର ବିଳମ୍ବିତ ରାତିରେ ଜରୁରୀ ଅବତରଣ କରାଯାଇଛି। ବିମାନର ଶୌଚାଳୟ ନିକଟରେ ସନ୍ଦିଗ୍ଧ ଡିବାଇସ ମିଳିବା ପରେ ଏଥିରେ ବୋମା ଥିବା ଆଶଙ୍କା କରି ବିମାନକୁ ଜରୁରୀ ଅବତରଣ କରାଯାଇଥିବା କେନିଆର ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ପୋଲିସ ଅଧିକାରୀ ଚାର୍ଲ୍ସ ଓୱେନୀ ରବିବାର କହିଛନ୍ତି ବୋଇଂ ୭୭୭ ଏୟାର ଫ୍ରାନ୍ସ ଫ୍ଲାଇଟ ୪୬୩ ପ୍ୟାରିସର ଶାଲ ଦ ଗୋଲ ବିମାନବନ୍ଦରକୁ ଯାଉଥିଲା। ଏହି ସମୟରେ ବିମାନର ଜରୁରୀକାଳୀନ ଅବତରଣ ପାଇଁ ପାଇଲଟ୍ ମୋଇ ଇଣ୍ଟରନ୍ୟାସନାଲ ବିମାନବନ୍ଦରକୁ ଅନୁରୋଧ କରିଥିଲେ।

ଓୱେନୀ କହିଛନ୍ତି ବିମାନରେ ୪୫୯ ଯାତ୍ରୀ ଯାତ୍ରା କରୁଥିଲେ। ବିମାନଟି ମରିସସରୁ ସ୍ଥାନୀୟ ସମୟନୁସାରେ ରାତି ୯ଟାରେ ଉଡ଼ାଣ ଆରମ୍ଭ କରିଥିଲା। ପ୍ୟାରିସରେ ସକାଳ ୫ଟା ୫୦ ମିନିଟରେ ବିମାନଟି ପହଞ୍ଚିବାର ଥିଲା। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇଛି। ବିମାନରୁ ଡିବାଇସକୁ ବାହାର କରାଯିବା ପରେ ବୋମା ନିଷ୍କିୟକାରୀ ଟିମ୍ ତାହାକୁ ବାହାରକୁ ନେଇଯାଇଥିଲେ।

Related story