ବାୟୁସେନା ମାର୍ଶାଲ ଆର୍ଜନ ସିଂ ଗୁରୁତର, ଭେଟିଲେ ମୋଦି ଓ ନିର୍ମଳା

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ମାର୍ଶାଲ ଆର୍ଜନ ସିଂ(୯୮)ଙ୍କ ଅବସ୍ଥା ଗୁରୁତର। ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଦିଲ୍ଲୀର ଆର୍ମି ରିସର୍ଜ ଆଣ୍ଡ ରେଫେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାୟୁ ସେନା ଟ୍ୱିଟ୍‌ କରି ଏହି ସୂଚନା ଦେଇଛି। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ମୋଦିଙ୍କ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ତାଙ୍କୁ ହସ୍ପିଟାଲରେ ଭେଟି ଆଲୋଚନା କରିଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାର୍ଶାଲ ଆର୍ଜନ […]

Rakesh Mallick
  • Published: Saturday, 16 September 2017
  • , Updated: 16 September 2017, 08:24 PM IST

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ମାର୍ଶାଲ ଆର୍ଜନ ସିଂ(୯୮)ଙ୍କ ଅବସ୍ଥା ଗୁରୁତର। ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଦିଲ୍ଲୀର ଆର୍ମି ରିସର୍ଜ ଆଣ୍ଡ ରେଫେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାୟୁ ସେନା ଟ୍ୱିଟ୍‌ କରି ଏହି ସୂଚନା ଦେଇଛି। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ମୋଦିଙ୍କ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ତାଙ୍କୁ ହସ୍ପିଟାଲରେ ଭେଟି ଆଲୋଚନା କରିଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାର୍ଶାଲ ଆର୍ଜନ ସିଂହ ୪୪ ବର୍ଷ ବୟସରେ ଏୟାରଫୋର୍ସର ମୁଖ୍ୟ ହୋଇ ପାରିଥିଲେ। ପାକିସ୍ତାନ ବିପକ୍ଷରେ ୧୯୬୫ ଯୁଦ୍ଧରେ ଏୟାରଫୋର୍ସର ନେତୃତ୍ୱ ନେଇଥିଲେ ସେ । ତାଙ୍କୁ ୫ଷ୍ଟାର ର‍୍ୟାକିଂ ମିଳିଥିଲା।

Related story