ଆତଙ୍କବାଦୀ ସୀମା ଡେଇଁଲେ ଅଢ଼େଇ ଫୁଟ୍‌ ମାଟି ତଳେ ପୋତି ଦେବ ଭାରତ

ନୂଆଦିଲ୍ଲୀ: “ଭାରତରେ ଅନୁପ୍ରବେଶ ପାଇଁ ପାକିସ୍ତାନ ସୀମାରେ ବହୁ ସଂଖ୍ୟାରେ ଆତଙ୍କବାଦୀ ଠୁଳ ହୋଇଛନ୍ତି। ଆମେ ବି ପ୍ରସ୍ତୁତ ଅଛୁ ଓ ସେମାନଙ୍କ ଅନୁପ୍ରବେଶକୁ ସ୍ୱାଗତ କରୁଛୁ। ସେମାନେ ସୀମା ଡେଇଁଲେ ଆମେ ତାଙ୍କୁ ଅଢ଼େଇ ଫୁଟ୍‌ ମାଟି ତଳେ ପୋତି ଦେବୁ।” ପାକିସ୍ତାନ ଓ ଆତଙ୍କବାଦୀଙ୍କୁ ସୋମବାର ରାତିରେ ଏପରି କଡ଼ା ଶବ୍ଦରେ ଚେତାବନୀ ଦେଇଛନ୍ତି ସେନା ପ୍ରମୁଖ ଜେନେରାଲ ବିପିନ ରାୱତ। ପୁଣି ହେବ ସର୍ଜିକାଲ ଷ୍ଟ୍ରାଇକ୍‌ ଦରକାର ପଡିଲେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍‌ […]

Rakesh Mallick
  • Published: Tuesday, 26 September 2017
  • , Updated: 26 September 2017, 04:53 AM IST

ନୂଆଦିଲ୍ଲୀ: “ଭାରତରେ ଅନୁପ୍ରବେଶ ପାଇଁ ପାକିସ୍ତାନ ସୀମାରେ ବହୁ ସଂଖ୍ୟାରେ ଆତଙ୍କବାଦୀ ଠୁଳ ହୋଇଛନ୍ତି। ଆମେ ବି ପ୍ରସ୍ତୁତ ଅଛୁ ଓ ସେମାନଙ୍କ ଅନୁପ୍ରବେଶକୁ ସ୍ୱାଗତ କରୁଛୁ। ସେମାନେ ସୀମା ଡେଇଁଲେ ଆମେ ତାଙ୍କୁ ଅଢ଼େଇ ଫୁଟ୍‌ ମାଟି ତଳେ ପୋତି ଦେବୁ।” ପାକିସ୍ତାନ ଓ ଆତଙ୍କବାଦୀଙ୍କୁ ସୋମବାର ରାତିରେ ଏପରି କଡ଼ା ଶବ୍ଦରେ ଚେତାବନୀ ଦେଇଛନ୍ତି ସେନା ପ୍ରମୁଖ ଜେନେରାଲ ବିପିନ ରାୱତ।

ପୁଣି ହେବ ସର୍ଜିକାଲ ଷ୍ଟ୍ରାଇକ୍‌

ଦରକାର ପଡିଲେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍‌ କରିବୁ ବୋଲି ମଧ୍ୟ ରାୱତ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି- “ସର୍ଜିକାଲ ଷ୍ଟ୍ରାଇକ୍‌ ଜରିଆରେ ସୁଧିରି ଯିବାକୁ ପାକିସ୍ତାନକୁ ସଙ୍କେତ ଦେବାର ଥିଲା ଓ ଆମେ ଦେଲୁ। ଯଦି ସେମାନେ (ପାକିସ୍ତାନ) ଏହାକୁ ବୁଝି ନପାରିବ, ଭବିଷ୍ୟତରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍‌ କରାଯିବ।”

ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରତିଶୋଧ ନେବାକୁ ଆସିଥିଲେ ଆତଙ୍କବାଦୀ

ଜମ୍ମୁ କାଶ୍ମୀରର ଉରୀ ସେକ୍ଟରରେ ମୃତ୍ୟୁବରଣ କରିଥିବା ୪ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ସଦସ୍ୟ ବୋଲି ଜଣାପଡିଛି। ଏମାନେ ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରତିଶୋଧ ନେବାକୁ ଅନୁପ୍ରବେଶ କରିଥିଲେ ବୋଲି ସେନା ପକ୍ଷରୁ କୁହାଯାଇଛି।

Related story