ଏଲଏସିରେ ସ୍ଥିତି ଏବେ ବି ଉଦବେଗଜନକ: ନରଓ୍ୱଣେ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ-ଚାଇନା ସୀମା ବିବାଦ ଜାରି ରହିଛି। ଏହାରି ଭିତରେ ଭାରତୀୟ ସେନା ମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରୱଣେ ପ୍ରେସ କନଫରେନସ କରି ଦୁଇ ପଡ଼ୋଶୀ ବାବଦରେ କହିଛନ୍ତି। ସୀମାରେ ସ୍ଥିତି ଯାହା ରହୁ ନା କାହିଁକି ଭାରତୀୟ ଯବାନ ରହିଛନ୍ତି ଆଉ ରହିବେ ମଧ୍ୟ। ଏଥିସହ ପାକିସ୍ତାନ ଏବଂ ଚାଇନାକୁ ଚେତାବନୀ ଦେଇଛନ୍ତି ନରଓ୍ୱାଣେ। ସେ କହିଛନ୍ତି ଯେ ଚାଇନା ସହିତ ଭାରତର କମାଣ୍ଡର ସ୍ତରୀୟ ଆଲୋଚନା ୮ ଥର ହୋଇଛି। […]

narawane

Subhransu Sekhar
  • Published: Tuesday, 12 January 2021
  • , Updated: 12 January 2021, 01:06 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ-ଚାଇନା ସୀମା ବିବାଦ ଜାରି ରହିଛି। ଏହାରି ଭିତରେ ଭାରତୀୟ ସେନା ମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରୱଣେ ପ୍ରେସ କନଫରେନସ କରି ଦୁଇ ପଡ଼ୋଶୀ ବାବଦରେ କହିଛନ୍ତି। ସୀମାରେ ସ୍ଥିତି ଯାହା ରହୁ ନା କାହିଁକି ଭାରତୀୟ ଯବାନ ରହିଛନ୍ତି ଆଉ ରହିବେ ମଧ୍ୟ। ଏଥିସହ ପାକିସ୍ତାନ ଏବଂ ଚାଇନାକୁ ଚେତାବନୀ ଦେଇଛନ୍ତି ନରଓ୍ୱାଣେ।

ସେ କହିଛନ୍ତି ଯେ ଚାଇନା ସହିତ ଭାରତର କମାଣ୍ଡର ସ୍ତରୀୟ ଆଲୋଚନା ୮ ଥର ହୋଇଛି। ନବମ ପର୍ଯ୍ୟାୟ ଆଲୋଚନାକୁ ଅପେକ୍ଷା କରୁଛୁ। ଖୁବଶୀଘ୍ର ସମାଧାନର ବାଟ ବାହାରିବ ବୋଲି ସେ ଆଶା କରିଛନ୍ତି।

ନରୱଣେ କହିଛନ୍ତି ଲଦାଖରେ ସ୍ଥିତି ସୁଧୁରିନି। ଅର୍ଥାତ୍ ଦୁଇ ଦେଶର ସେନା ସୀମାରେ ମୁତ୍ତୟନ ଅଛନ୍ତି। ଶୀତ ହେଉ କି ଖରା ଦେଶର ଯବାନ ମୁକାବିଲା ପାଇଁ ପ୍ରସ୍ତୁତ। ବୁଝାମଣା ଜରିଆରେ ବାଟ ଖୋଜିବା ପାଇଁ ପ୍ରୟାସ ହେଉଛି। ଉଭୟ ଦେଶ ପରସ୍ପରର ସୁରକ୍ଷା ଏବଂ ନିରାପଦାକୁ ଆଗରେ ରଖି ସମାଧାନ କରିବେ।

ସେହିପରି ପାକିସ୍ତାନ ବାବଦରେ ଜେନେରାଲ ନରୱାଣେ କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦକୁ ସରକାରୀ ନୀତି ଭାବରେ ବ୍ୟବହାର କରୁଛି। କୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ଆମେ ପ୍ରସ୍ତୁତ। ଶୀତରୁ ରକ୍ଷା ପାଇବା ପାଇଁ ଏବଂ ସେନାର ଆବଶ୍ୟକତା ପୂରଣ ପାଇଁ ଆମେ ଉନ୍ନତ ଉପକରଣ ଯୋଗାଇଛୁ। ଆମ ଯବାନଙ୍କ ମନୋବଳ ବହୁତ ଅଧିକ। ଚିନ୍ତା କରିବାର କିଛି ନାହିଁ।

ଏଲଏସିର ଫଟୋଚିତ୍ରରୁ ଜଣାପଡିଛି ଯେ ଶହେ ମିଟର ଦୂରରେ ଉଭୟ ଦେଶର ସୈନିକ ନିୟୋଜିତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ବୋମା ଯେକୌଣସି ସମୟରେ ବିସ୍ଫୋରଣ ହୋଇପାରେ। ଗୋଟିଏ ପାର୍ଶ୍ୱରେ ଭାରତୀୟ ସେନା ଏବଂ ଆଉ ଗୋଟିଏ ପାର୍ଶ୍ୱରେ ଚାଇନା ରହିଛି। ଉଭୟ ଦେଶର ସୈନିକ ମାତ୍ର ଶହେ ମିଟର ଦୂରରେ ନିୟୋଜିତ ଅଛନ୍ତି ବୋଲି ନରଓ୍ୱଣେ କହିଛନ୍ତି।

Related story