ଆକାଶରେ ସେନାର ବିମାନରେ ତ୍ରୁଟି

ନୂଆଦିଲ୍ଲୀ: ଆକାଶରେ ଉଡ଼ୁଥିବାବେଳେ ହଠାତ୍ ସେନାର ଏକ ହେଲିକପ୍ଟର ଜମ୍ମୁ କଶ୍ମୀର ସୀମା ପୁଞ୍ଚ ଜିଲ୍ଲାରେ ଆଜି ଅପରାହ୍ନରେ ଅବତରଣ କରିଛି। ହେଲିକପ୍ଟରରେ ତ୍ରୁଟି ଦେଖାଯିବାରୁ ବିମାନଟି ହଠାତ୍ ଅବତରଣ କରିବାକୁ ପାଇଲଟ ବାଧ୍ୟ ହୋଇଥିଲେ। ସେନାର ଏହି ହେଲିକପ୍ଟରରେ ଥିବା ସମସ୍ତ ସଦସ୍ୟ ସୁରକ୍ଷିତ ରହିଛନ୍ତି। ସେନାରେ ଏହି ହେଲିକପ୍ଟରର ନାମ ଧ୍ରୁବ ଆଡଭାନ୍ସଡ ଲାଇଟ ହେଲିକପ୍ଟର(ଏଏଲଏଚ) ଉତ୍ତର ଆର୍ମି କମାଣ୍ଡର ଲେଫ୍ଟନେଣ୍ଟ ଜେନେରାଲ ରଣବୀର ସିଂହ ସମେତ ମୋଟ୍ ୭ ଜଣ କ୍ରିଉ ସଦସ୍ୟ […]

alh

Subhransu Sekhar
  • Published: Thursday, 24 October 2019
  • , Updated: 24 October 2019, 03:36 PM IST

ନୂଆଦିଲ୍ଲୀ: ଆକାଶରେ ଉଡ଼ୁଥିବାବେଳେ ହଠାତ୍ ସେନାର ଏକ ହେଲିକପ୍ଟର ଜମ୍ମୁ କଶ୍ମୀର ସୀମା ପୁଞ୍ଚ ଜିଲ୍ଲାରେ ଆଜି ଅପରାହ୍ନରେ ଅବତରଣ କରିଛି। ହେଲିକପ୍ଟରରେ ତ୍ରୁଟି ଦେଖାଯିବାରୁ ବିମାନଟି ହଠାତ୍ ଅବତରଣ କରିବାକୁ ପାଇଲଟ ବାଧ୍ୟ ହୋଇଥିଲେ। ସେନାର ଏହି ହେଲିକପ୍ଟରରେ ଥିବା ସମସ୍ତ ସଦସ୍ୟ ସୁରକ୍ଷିତ ରହିଛନ୍ତି।

ସେନାରେ ଏହି ହେଲିକପ୍ଟରର ନାମ ଧ୍ରୁବ ଆଡଭାନ୍ସଡ ଲାଇଟ ହେଲିକପ୍ଟର(ଏଏଲଏଚ) ଉତ୍ତର ଆର୍ମି କମାଣ୍ଡର ଲେଫ୍ଟନେଣ୍ଟ ଜେନେରାଲ ରଣବୀର ସିଂହ ସମେତ ମୋଟ୍ ୭ ଜଣ କ୍ରିଉ ସଦସ୍ୟ ଥିଲେ। ବିମାନରେ କଣ ଅସୁବିଧା ରହିଛି ସେ ବାବଦରେ କୌଣସି ସୂଚନା ମିଳିପାରିନାହିଁ।

Related story