ଆଇଇଡି ବିସ୍ଫୋରଣ, ମେଜର୍‌ଙ୍କ ସମେତ ୨ ସହିଦ୍‌

ଶ୍ରୀନଗର: ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲା ଅନ୍ତର୍ଗତ ନୌଶେରାରେ ଆଜି ଭୟଙ୍କର ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସେନାର ମେଜର ଓ ଜଣେ ଯବାନ ସହିଦ ହୋଇଛନ୍ତି। ନୌଶେରାର ଲାମା ବେଲଟ୍‌ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀମାନେ ପାଟ୍ରୋଲିଂ କରୁଥିବା ଭାରତୀୟ ଯବାନଙ୍କୁ ଟାର୍ଗେଟ କରି ଆଇଇଡି ଖଞ୍ଜିଥିଲେ। ଆଜି ଭାରତୀୟ ଯବାନମାନେ ସେହି ଅଞ୍ଚଳରେ ସର୍ଚ୍ଚଅପରେସନ୍‌ କରୁଥିବା ବେଳେ ପୂର୍ବରୁ ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ଏଥିରେ ୨ ଜଣ ଯବାନ […]

ui

Hemant Lenka
  • Published: Friday, 11 January 2019
  • , Updated: 11 January 2019, 10:15 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲା ଅନ୍ତର୍ଗତ ନୌଶେରାରେ ଆଜି ଭୟଙ୍କର ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସେନାର ମେଜର ଓ ଜଣେ ଯବାନ ସହିଦ ହୋଇଛନ୍ତି। ନୌଶେରାର ଲାମା ବେଲଟ୍‌ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀମାନେ ପାଟ୍ରୋଲିଂ କରୁଥିବା ଭାରତୀୟ ଯବାନଙ୍କୁ ଟାର୍ଗେଟ କରି ଆଇଇଡି ଖଞ୍ଜିଥିଲେ।

ଆଜି ଭାରତୀୟ ଯବାନମାନେ ସେହି ଅଞ୍ଚଳରେ ସର୍ଚ୍ଚଅପରେସନ୍‌ କରୁଥିବା ବେଳେ ପୂର୍ବରୁ ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା।

ଏଥିରେ ୨ ଜଣ ଯବାନ ଓ ଜଣେ ମେଜର ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ମେଜର ଓ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିଲା। ଏବେ ବି ଆଉ ଜଣେ ଯବାନ ଗୁରୁତର ରହିଥିବା ଜଣାପଡ଼ିଛି।

ଏହାପୂର୍ବରୁ ଆଜି ସନ୍ଧ୍ୟାରେ ଶ୍ରୀନଗର ସ୍ଥିତ ଲାଲ ଚୌକଠାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗ୍ରେନେଡ୍‌ ମାଡ଼ କରିଥିଲେ। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।

Related story