ଛୁଟିରେ ଥିବା ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀଙ୍କ ଟାର୍ଗେଟ: ବର୍ଷକ ମଧ୍ୟରେ ସହିଦ ହେଲେଣି ୩ ଜଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାମ୍ମୁ କାଶ୍ମୀରର ସୋପିଇାନ ଜିଲ୍ଲାରେ ଯବାନଙ୍କୁ ହତ୍ୟା। ମୃତ ଯବାନଙ୍କ ନାଁ ଇରଫାନ ଅହମ୍ମଦ। ଛୁଟିରେ ଥିବା ଇରଫାନ ଅହମ୍ମଦ ଗତକାଲି କାରରେ ଘରୁ ବାହାରିଥିଲେ କିନ୍ତୁ ତାପରଠାରୁ ତାଙ୍କର କୌଣସି ଖବର ମିଳି ନଥିଲା। ଆଜି ସକାଳୁ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ଗୋଟିଏ କିଲୋମିଟର ଦୂରରୁ ଯବାନଙ୍କ ଗାଡି ମିଳିଛି। ଜାମ୍ମୁ କାଶ୍ମୀର ପୋଲିସ ଘଟଣାର ତଦନ୍ତ କରୁଛି। ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ପିଡିପି ନେତା […]

2017_11$largeimg225_Nov_2017_142038280

Rakesh Mallick
  • Published: Saturday, 25 November 2017
  • , Updated: 25 November 2017, 05:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାମ୍ମୁ କାଶ୍ମୀରର ସୋପିଇାନ ଜିଲ୍ଲାରେ ଯବାନଙ୍କୁ ହତ୍ୟା। ମୃତ ଯବାନଙ୍କ ନାଁ ଇରଫାନ ଅହମ୍ମଦ। ଛୁଟିରେ ଥିବା ଇରଫାନ ଅହମ୍ମଦ ଗତକାଲି କାରରେ ଘରୁ ବାହାରିଥିଲେ କିନ୍ତୁ ତାପରଠାରୁ ତାଙ୍କର କୌଣସି ଖବର ମିଳି ନଥିଲା। ଆଜି ସକାଳୁ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ଗୋଟିଏ କିଲୋମିଟର ଦୂରରୁ ଯବାନଙ୍କ ଗାଡି ମିଳିଛି। ଜାମ୍ମୁ କାଶ୍ମୀର ପୋଲିସ ଘଟଣାର ତଦନ୍ତ କରୁଛି। ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ପିଡିପି ନେତା ଓମାର ଅବଦୁଲ୍ଲା ଘଟଣାକୁ ନିନ୍ଦା କରିଛନ୍ତି। ଜାମ୍ମୁ କାଶ୍ମୀରରେ ବର୍ଷକ ମଧ୍ୟରେ ତିନିଜଣ ସୁରକ୍ଷାକର୍ମୀ ଛୁଟିରେ ଆସିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି। ଗତ ମେ ମାସରେ କୁଲଗାମ ଜିଲ୍ଲାର ଲେଫନାଣ୍ଟ ଉମର ଫୟଜଙ୍କୁ ଅପହରଣ ପରେ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା। ସେହିପରି ସେପ୍ଟେମ୍ବର ମାସରେ ବିଏସଏଫ ଯବାନ ମହମ୍ମଦ ରମଜାନ ପାରେଙ୍କୁ ଘରୁଡାକି ହତ୍ୟା କରାଯାଇଥିଲା।

Related story