ଭାରତୀୟ ସୀମାରୁ ଧରା ପଡ଼ିଲା ପାକିସ୍ତାନୀ ଅନୁପ୍ରବେଶକାରୀ

ଫିରୋଜପୁର: ଲଦାଖରୁ ଚାଇନା ଯବାନ ଧରା ପଡ଼ିବା ପରେ ଆଜି ସୀମାରୁ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ସୁରକ୍ଷାକର୍ମୀ କାବୁ କରିଛନ୍ତି। ଏହି ଅନୁପ୍ରବେଶକାରୀ ଜଣଙ୍କ ପଞ୍ଜାବର ଫିରୋଜପୁର ସ୍ଥିତ ଅନ୍ତର୍ଜାତୀୟ ସୀମା ଦେଇ ଭାରତକୁ ପ୍ରବେଶ କରିବା ପରେ  ଧରା ପଡ଼ିଛି। ସୂଚନା ଅନୁସାରେ, ପାକିସ୍ତାନ ପଟୁ ଏହି ବ୍ୟକ୍ତି ଜଣଙ୍କ ଦୁଇ ଦେଶ ମଧ୍ୟରେ ଲାଗିଥିବା ତାର ବାଡ଼କୁ ଅତିକ୍ରମ କରି ଭାରତୀୟ ସୀମାରେ ପ୍ରବେଶ କରିଥିଲା। ସେ ତାର ବାଡ଼ ଦେଇ ଆସିଥିଲେ ହେଁ […]

n

Hemant Lenka
  • Published: Tuesday, 20 October 2020
  • , Updated: 20 October 2020, 06:52 PM IST

ଫିରୋଜପୁର: ଲଦାଖରୁ ଚାଇନା ଯବାନ ଧରା ପଡ଼ିବା ପରେ ଆଜି ସୀମାରୁ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ସୁରକ୍ଷାକର୍ମୀ କାବୁ କରିଛନ୍ତି। ଏହି ଅନୁପ୍ରବେଶକାରୀ ଜଣଙ୍କ ପଞ୍ଜାବର ଫିରୋଜପୁର ସ୍ଥିତ ଅନ୍ତର୍ଜାତୀୟ ସୀମା ଦେଇ ଭାରତକୁ ପ୍ରବେଶ କରିବା ପରେ  ଧରା ପଡ଼ିଛି।

ସୂଚନା ଅନୁସାରେ, ପାକିସ୍ତାନ ପଟୁ ଏହି ବ୍ୟକ୍ତି ଜଣଙ୍କ ଦୁଇ ଦେଶ ମଧ୍ୟରେ ଲାଗିଥିବା ତାର ବାଡ଼କୁ ଅତିକ୍ରମ କରି ଭାରତୀୟ ସୀମାରେ ପ୍ରବେଶ କରିଥିଲା। ସେ ତାର ବାଡ଼ ଦେଇ ଆସିଥିଲେ ହେଁ ସେଠାରେ ମୁତୟନ ଥିବା ବିଏସଏଫ ଯବାନମାନେ ଏହାକୁ ଦେଖିପାରି ନଥିଲେ।

ତେବେ ଭାରତୀୟ ସୀମାର ୨୦୦ ମିଟର ଅଞ୍ଚଳ ଅତିକ୍ରମ କରିବା ପରେ ହୁସେନିୱାଲା ନିକଟରେ ତା’କୁ ସୁରକ୍ଷାକର୍ମୀମାନେ କାବୁ କରିଥିଲେ। ତା’ ପାଖରୁ ୫ ହଜାର ପାକିସ୍ତାନୀ ନୋଟ୍‌ ମିଳିଛି। ଏବେ ଘଟଣା ସମ୍ପର୍କରେ ଅଧିକ ଜାଣିବା ପାଇଁ ସୁରକ୍ଷାକର୍ମୀମାନେ ତା’କୁ ଜେରା କରୁଛନ୍ତି।

Related story