ଶତ୍ରୁକୁ ଏମିତି ସଂହାର କରିବ ଭାରତୀୟ ସେନା : ବଦଳିବ ଲଢୁଆ ଟ୍ୟାଙ୍କ T-90ର ରୂପରେଖ  

ନୂଆଦିଲ୍ଲୀଅ,(ଓଡ଼ିଶା ରିପୋର୍ଟର): ଶତ୍ରୁ ଦମନ ପାଇଁ ରଣନୀତି ବଦଳାଇବ ଭାରତୀୟ ସେନା। ଏଣୁ ଶକ୍ତି ଏବଂ ସାମର୍ଥ୍ୟ  ମଜଭୁତ କରିବା ଦିଗରେ ଅଗ୍ରସର ହେଉଛି ସେନା।  ଦିନକୁ ଦିନ ସୀମାରେ ଶତ୍ରୁପକ୍ଷ ସକ୍ରିୟ ହେଉଥିବାରୁ ସେମାନଙ୍କୁ ଉଚିତ୍ ଜବାବ ଦେବାକୁ  ପ୍ରସ୍ତୁତ ଚଳାଇଛି ଭାରତ। ସେହି ଅନୁଯାୟୀ ନୂଆ ନୂଆ ଅସ୍ତ୍ରଶସ୍ତ୍ରକୁ କ୍ରୟ କରିବା ସହିତ ଅନ୍ୟାନ୍ୟ ପଦକ୍ଷେପ ବି ଆପଣାଉଛି। ତେବେ ନୂଆ ପରିକଳ୍ପନା ଅନୁଯାୟୀ ନିଜ ପାଖରେ  ଥିବା ଯୁଦ୍ଧାସ୍ତ୍ରର ଆକ୍ରମଣ କ୍ଷମତା ବୃଦ୍ଧି […]

army-1

Rakesh Mallick
  • Published: Sunday, 20 August 2017
  • , Updated: 20 August 2017, 08:49 PM IST

ନୂଆଦିଲ୍ଲୀଅ,(ଓଡ଼ିଶା ରିପୋର୍ଟର): ଶତ୍ରୁ ଦମନ ପାଇଁ ରଣନୀତି ବଦଳାଇବ ଭାରତୀୟ ସେନା। ଏଣୁ ଶକ୍ତି ଏବଂ ସାମର୍ଥ୍ୟ  ମଜଭୁତ କରିବା ଦିଗରେ ଅଗ୍ରସର ହେଉଛି ସେନା।  ଦିନକୁ ଦିନ ସୀମାରେ ଶତ୍ରୁପକ୍ଷ ସକ୍ରିୟ ହେଉଥିବାରୁ ସେମାନଙ୍କୁ ଉଚିତ୍ ଜବାବ ଦେବାକୁ  ପ୍ରସ୍ତୁତ ଚଳାଇଛି ଭାରତ। ସେହି ଅନୁଯାୟୀ ନୂଆ ନୂଆ ଅସ୍ତ୍ରଶସ୍ତ୍ରକୁ କ୍ରୟ କରିବା ସହିତ ଅନ୍ୟାନ୍ୟ ପଦକ୍ଷେପ ବି ଆପଣାଉଛି।

ତେବେ ନୂଆ ପରିକଳ୍ପନା ଅନୁଯାୟୀ ନିଜ ପାଖରେ  ଥିବା ଯୁଦ୍ଧାସ୍ତ୍ରର ଆକ୍ରମଣ କ୍ଷମତା ବୃଦ୍ଧି କରିବାକୁ  ପ୍ରସ୍ତୁତ ହେଉଛି ଭାରତ ।  ଏବେ ସେନା ପାଖରେ ଥିବା  ଲଢୁଆ ଯୁଦ୍ଧ ଟ୍ୟାଙ୍କ T-90 କୁ ଅଧିକ ଶକ୍ତିଶାଳୀ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି। ଏଥିରେ ଥାର୍ଡ ଜେନେରେଶନର ମିଶାଇଲ ସିଷ୍ଟମ  ଖଞ୍ଜି ଏହାର ଶକ୍ତିକୁ   ଦ୍ୱିଗୁଣିତ କରିବାକୁ ଚାଲିଛି ବ୍ଲ-ପ୍ରିଣ୍ଟ। ବର୍ତ୍ତମାନ ଏହି ଟ୍ୟାଙ୍କରେ ଲେସର ଗାଇଡ  ଆଇଏନ ଭିଏଆର (INVAR MISSILE SYSTEM) ମିଶାଇଲ ସିଷ୍ଟମ ରହିଛି। ଏବେ ଏହାକୁ ବଦଳାଇବାକୁ ବିଚାର କରୁଛି ସେନା। ପ୍ରତିବଦଳରେ ଅଧିକ କ୍ଷମତା ସମ୍ପନ୍ନ ଗୁଳି ବର୍ଷଣକାରୀ କ୍ଷେପଣାସ୍ତ୍ର (ଗନ ଲଞ୍ଚ ମାଶାଇଲ )ଖଞ୍ଜାଯିବ। ଯାହା ତୃତୀୟ ପୀଢିର ହୋଇଥିବ।  ସେହିପରି ଏହି ମିଶାଇଲର ଲକ୍ଷଭେଦ ଏବଂ ଡେପଥ୍‌ ଅଫ ପେନେରେଶନ(ଡିଓପି)  ବୃଦ୍ଧି କରାଯିବ। ସାଧାରଣତଃ ଋଷରେ ତିଆରି ହେଉଥିବା T-90 ମିଶାଇଲକୁ  ଯୁଦ୍ଧ ସଂରଚନା ପାଇଁ ଭାରତ ବ୍ୟବହାର କରିଥାଏ । ଯଦି ଏଥିରେ ଥାର୍ଡ ଜେନେରେଶନ ମିସାଇଲ ଖଞ୍ଜାଯାଏ ତାହେଲେ ଏହାର ଡିଓପି 800-850 ଏମଏମ ରହିବ  ।

ଉଭୟ ଦିନ ଓ ରାତିରେ ଏହି ମାସାଇଲ ୮ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁ ପକ୍ଷକୁ ଟାର୍ଗେଟ କରିପାରି।  T-90 ଟ୍ୟାଙ୍କରୁ ୧୨୫ ଏମଏମ ବ୍ୟାରେଲରୁ ଫାୟାର କରିଯାଇପାରିବ । ତତ୍‌କ୍ଷଣାତ ଲକ୍ଷ ଭେଦ କରିପାରିବ ଏହି କ୍ଷେପଣାସ୍ତ୍ର।   ଏଥିସହିତ T-90 ଟ୍ୟାଙ୍କର  ମୋଡୁଲାର ଇଞ୍ଜିନ ସ୍ଥାପନ କରାଯିବ।  ଯାହା ଖୁବ୍‌ ଉଚ୍ଚରୁ ଅତି ଉଚ୍ଚ ସ୍ଥାନରେ ଯୁଦ୍ଧ କରିପାରିବ। ଆଉ ଯୁଦ୍ଧ ସମୟରେ ଏହି ଟ୍ୟାଙ୍କ ୧୨୦୦ ଓ ୧୫୦୦ ଏଚପି ବିଦ୍ୟୁତ୍‌ ଯୋଗାଇ ପାରିବ ।

ସୌଜନ୍ୟ: ଟାଇମ୍‌ସ ଅଫ ଇଣ୍ଡିଆ

Related story