ଅରୁଣାଚଳ ପ୍ରଦେଶ: ଆସାମ ରାଇଫଲ୍ କ୍ୟାମ୍ପରେ ଆତଙ୍କୀ ହମଲା

ନୂଆଦିଲ୍ଲୀ: ମଣିପୁରରେ ଆତଙ୍କବାଦୀ ଆକ୍ରମଣର ସେନାର ୧୮ ଜଣ ଯବାନ ସହିଦ ହେବାର ତିନି ଦିନ ପରେ ରବିବାର ଅରୁଣାଚଳ ପ୍ରଦେଶରେ ସେନା ଉପରେ ହୋଇଛି ଆତଙ୍କବାଦୀ ଆକ୍ରମଣ। ଏଥିରେ କୌଣସି ଯବାନ ହତାହତ ହୋଇନାହାନ୍ତି। ମଣିପୁରରେ ଯବାନଙ୍କ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀମାନେ  ଏଥିରେ ମଧ୍ୟ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ରବିବାର ଭୋର ପ୍ରାୟ ସାଢେ ତିନିଟା ବେଳେ ଅରୁଣାଚଳ ପ୍ରଦେଶର ତିରପ  ଜିଲ୍ଲା ଅନ୍ତର୍ଗତ ଲାଜୁରେ ଆସାମ ରାଇଫଲର ଏକ କ୍ୟାମ୍ପ୍ ଉପରେ […]

army_officer

Rakesh Mallick
  • Published: Sunday, 07 June 2015
  • , Updated: 07 June 2015, 12:46 PM IST

ନୂଆଦିଲ୍ଲୀ: ମଣିପୁରରେ ଆତଙ୍କବାଦୀ ଆକ୍ରମଣର ସେନାର ୧୮ ଜଣ ଯବାନ ସହିଦ ହେବାର ତିନି ଦିନ ପରେ ରବିବାର ଅରୁଣାଚଳ ପ୍ରଦେଶରେ ସେନା ଉପରେ ହୋଇଛି ଆତଙ୍କବାଦୀ ଆକ୍ରମଣ। ଏଥିରେ କୌଣସି ଯବାନ ହତାହତ ହୋଇନାହାନ୍ତି। ମଣିପୁରରେ ଯବାନଙ୍କ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀମାନେ  ଏଥିରେ ମଧ୍ୟ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି।

ରବିବାର ଭୋର ପ୍ରାୟ ସାଢେ ତିନିଟା ବେଳେ ଅରୁଣାଚଳ ପ୍ରଦେଶର ତିରପ  ଜିଲ୍ଲା ଅନ୍ତର୍ଗତ ଲାଜୁରେ ଆସାମ ରାଇଫଲର ଏକ କ୍ୟାମ୍ପ୍ ଉପରେ ୩୫ରୁ ୪୦ ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ। ତେବେ କ୍ୟାମ୍ପରେ ଉପସ୍ଥିତ ଯବାନମାନେ ତତକ୍ଷଣାତ୍ ଜୋରଦାର ଗୁଳିଚାଳନା କରିବା ଯୋଗୁ ଆତଙ୍କବାଦୀମାନେ ପଛଘୁଞ୍ଚା ଦେଇଥିଲେ। ଘଟଣାସ୍ଥଳରୁ ଯବାନମାନେ ଏକେ -୪୭ର ୫୦ରୁ ଅଧିକ କ୍ୟାଟ୍ରିଜ୍ ଜବତ କରିଛନ୍ତି। ଆତଙ୍କବାଦୀମାନଙ୍କୁ ଧରିବାକୁ ଉକ୍ତ ସ୍ଥାନ ତଥା ଏହାର ଆଖପାଖ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଉଛି।

Related story