ଜେଟଲୀଙ୍କ ଯୁକ୍ତି: ଜିଏସଟି, ବିମୁଦ୍ରାକରଣ ସରକାରଙ୍କ ସାହସିକ ପଦକ୍ଷେପ

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ସଂସ୍କାର ସଠିକ୍ ସମୟରେ ହୋଇଛି । ଆର୍ଥିକ ଅଭିବୃଦ୍ଧି ହାର ଦୃତଗତିରେ ଥିବାବେଳେ ଜିଏସଟି ଓ ବିମୁଦ୍ରାକରଣ ଭଳି ସାହସିକ ପଦକ୍ଷେପ ନେଇଛନ୍ତି ସରକାର।  ଯାହାକି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ଆଗକୁ ସହାୟକ ହେବ । ଭାରତୀୟ ଅର୍ଥନୀତିକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପ୍ରଶଂସା କରିବା ପରେ ଏହା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଜେଟଲୀ କହିଛନ୍ତି, ଗତ ୩ ବର୍ଷ ହେଲା ବିଶ୍ୱର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି […]

arun-jaitley_650x400_61450523115

Rakesh Mallick
  • Published: Sunday, 15 October 2017
  • , Updated: 15 October 2017, 07:40 PM IST

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ସଂସ୍କାର ସଠିକ୍ ସମୟରେ ହୋଇଛି । ଆର୍ଥିକ ଅଭିବୃଦ୍ଧି ହାର ଦୃତଗତିରେ ଥିବାବେଳେ ଜିଏସଟି ଓ ବିମୁଦ୍ରାକରଣ ଭଳି ସାହସିକ ପଦକ୍ଷେପ ନେଇଛନ୍ତି ସରକାର।  ଯାହାକି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ଆଗକୁ ସହାୟକ ହେବ । ଭାରତୀୟ ଅର୍ଥନୀତିକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପ୍ରଶଂସା କରିବା ପରେ ଏହା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ

ଜେଟଲୀ କହିଛନ୍ତି, ଗତ ୩ ବର୍ଷ ହେଲା ବିଶ୍ୱର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଥିଲା । ଏହା ତୁଳନାରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୭ରୁ ୮ ପ୍ରତିଶତ ଥିଲା । ତେଣୁ ଅଭିବୃଦ୍ଧି ହାର ଦୃତ ଗତିରେ ଥିବାବେଳେ ସରକାର ଜିଏସଟି ଓ ବିମୁଦ୍ରାକରଣ ଭଳି ଯେଉଁ ସାହସିକ ପଦକ୍ଷେପ ନେଇଛନ୍ତି।  ତାହା ବାସ୍ତବରେ ପ୍ରଶଂସନୀୟ ଯାହାକି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ଆଗକୁ ସହାୟକ ହେବ। ସେହିପରି କଳାଧନ ରୋକିବାରେ ଏହା ନିଶ୍ଚିତ ସହାୟକ ହେବ ବୋଲି ସେ କହିଛନ୍ତି।

Related story