ଆରୁଷିଙ୍କୁ ମାରି ନାହାଁନ୍ତି ବାପା ମା: ତଲୱାର ଦମ୍ପତିଙ୍କୁ ଦୋଷମୁକ୍ତ କଲେ ଆହ୍ଲାବାଦ ହାଇକୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଆଶ୍ୱସ୍ତ ତଲୱାର ଦମ୍ପତି। ବହୁଚର୍ଚ୍ଚିତ ଆରୁଷି ତଲୱାର ହତ୍ୟା ମାମଲାରେ ଆହ୍ଲାବାଦ ହାଇକୋର୍ଟ ତଲୱାର ଦମ୍ପତିଙ୍କୁ ଦୋଷମୁକ୍ତ କରିଛନ୍ତି। ତଥ୍ୟ ପ୍ରମାଣ ଅଭାବରୁ ଆରୁଷିଙ୍କ ବାପା ରାଜେଶ ତଲୱାର ଓ ମା’ ନୁପୁର ତଲୱାରଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ। ବାପା ମା ଆରୁଷିଙ୍କୁ ହତ୍ୟା କରିନଥିବା ସିଧାସଳଖ କହିଛନ୍ତି କୋର୍ଟ। ସେପଟେ ଆହ୍ଲାବାଦ ହାଇକୋର୍ଟଙ୍କ ଏହି ରାୟ ପରେ ଖୁସି ପ୍ରକାଶ କରିଛନ୍ତି ତଲୱାର ଦମ୍ପତି। ନ୍ୟାୟର […]

Rakesh Mallick
  • Published: Thursday, 12 October 2017
  • , Updated: 12 October 2017, 04:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଆଶ୍ୱସ୍ତ ତଲୱାର ଦମ୍ପତି। ବହୁଚର୍ଚ୍ଚିତ ଆରୁଷି ତଲୱାର ହତ୍ୟା ମାମଲାରେ ଆହ୍ଲାବାଦ ହାଇକୋର୍ଟ ତଲୱାର ଦମ୍ପତିଙ୍କୁ ଦୋଷମୁକ୍ତ କରିଛନ୍ତି। ତଥ୍ୟ ପ୍ରମାଣ ଅଭାବରୁ ଆରୁଷିଙ୍କ ବାପା ରାଜେଶ ତଲୱାର ଓ ମା’ ନୁପୁର ତଲୱାରଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ। ବାପା ମା ଆରୁଷିଙ୍କୁ ହତ୍ୟା କରିନଥିବା ସିଧାସଳଖ କହିଛନ୍ତି କୋର୍ଟ।

ସେପଟେ ଆହ୍ଲାବାଦ ହାଇକୋର୍ଟଙ୍କ ଏହି ରାୟ ପରେ ଖୁସି ପ୍ରକାଶ କରିଛନ୍ତି ତଲୱାର ଦମ୍ପତି। ନ୍ୟାୟର ଜୟ ହୋଇଥିବା କହିଛନ୍ତି ନୁପୁର। ତଲୱାର କୋର୍ଟଙ୍କ ଏହି ରାୟ ପରେ ଜେଲରୁ ମୁକ୍ତ ହେବେ ତଲୱାର ଦମ୍ପତି। ଗତ ୪ ବର୍ଷ ଧରି ଜେଲରେ ସଜା କାଟୁଛନ୍ତି ଆରୁଷିଙ୍କ ବାପା ମା।

୯ ବର୍ଷ ତଳେ ୨୦୦୮ ମେ ୧୬ ତାରିଖରେ ଘଟିଥିଲା ଆରୁଷି ହତ୍ୟାକାଣ୍ଡ। ଆରୁଷିର ଶବ ନିକଟରୁ ମିଳିଥିଲା ଘରୋଇ ସହାୟକ ହେମରାଜର ଶବ। ଏହି ହତ୍ୟା ମାମଲାରେ ଗାଜିଆବାଦର ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୬ ନଭେମ୍ବର ୨୦୧୩ରେ ଆରୁଷିର ବାପା ରାଜେଶ ତଲୱାର ଓ ମା ନୁପୁର ତଲୱାରଙ୍କୁ ଆଜୀବନ ଜେଲ୍ ଦଣ୍ଡ ଶୁଣାଇଥିଲେ। ତେବେ ଏହାକୁ ଚାଲେଞ୍ଜ କରି ଆହ୍ଲାବାଦ ହାଇକୋର୍ଟ ଯାଇଥିଲେ ତଲୱାର ଦମ୍ପତି।

Related story