ଅହମ୍ମଦାବାଦ ଆପ୍‌ ଅଫିସ୍‌ରେ ରେଡ୍‌, କେଜ୍ରିୱାଲ କହିଲେ-ବିଳିବିଳଉଛି ବିଜେପି

ଅହମ୍ମଦାବାଦ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଛା ଛାଡ଼ୁନି ଟେନସନ୍‌। ଅବକାରୀ ନୀତିକୁ ନେଇ ସିବିଆଇ, ଇଡି ଘାଣ୍ଟି ସାରିବା ପରେ ଏବେ ପଦାକୁ ଆସିଛି ସିଏନ୍‌ଜି ବସ୍‌ କିଣା ଦୁର୍ନୀତି। ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହାମଧ୍ୟରେ ଅରବିନ୍ଦ କେଜ୍ରିୱାଲ ଏବେ ଗୁଜରାଟ ଗସ୍ତରେ ଥିବା ବେଳେ ସେଠାରେ ବି ତାଙ୍କ ପିଛା ଛାଡ଼ୁନି ଟେନସନ୍‌ । ଅହମ୍ମଦାବାଦସ୍ଥିତ ଆପ୍‌ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଗୁଜରାଟ ପୁଲିସ୍‌। ଆପ୍‌ ନେତା ଇସୁଦାନ ଗାଡବୀ […]

kejriwal

  • Published: Monday, 12 September 2022
  • , Updated: 12 September 2022, 09:28 AM IST

ଅହମ୍ମଦାବାଦ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଛା ଛାଡ଼ୁନି ଟେନସନ୍‌। ଅବକାରୀ ନୀତିକୁ ନେଇ ସିବିଆଇ, ଇଡି ଘାଣ୍ଟି ସାରିବା ପରେ ଏବେ ପଦାକୁ ଆସିଛି ସିଏନ୍‌ଜି ବସ୍‌ କିଣା ଦୁର୍ନୀତି। ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହାମଧ୍ୟରେ ଅରବିନ୍ଦ କେଜ୍ରିୱାଲ ଏବେ ଗୁଜରାଟ ଗସ୍ତରେ ଥିବା ବେଳେ ସେଠାରେ ବି ତାଙ୍କ ପିଛା ଛାଡ଼ୁନି ଟେନସନ୍‌ । ଅହମ୍ମଦାବାଦସ୍ଥିତ ଆପ୍‌ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଗୁଜରାଟ ପୁଲିସ୍‌। ଆପ୍‌ ନେତା ଇସୁଦାନ ଗାଡବୀ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି।

ଇସୁଦାନ ଗାଡବୀ କରିଥିବା ଟ୍ୱିଟ ଅନୁଯାୟୀ, ଆପ୍‌ କାର୍ଯ୍ୟାଳୟରେ ଗୁଜରାଟ ପୁଲିସ୍‌ ୨ ଘଣ୍ଟା ରେଡ କରିଥିବା ବେଳେ କିଛି ପାଇନାହିଁ। ହେଲେ ସେମାନେ ପୁଣି ଆସିବେ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅହମ୍ମଦାବାଦରେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ପାର୍ଟି କାର୍ଯ୍ୟାଳୟରେ ଗୁଜରାଟ ପୁଲିସ୍‌ ରେଡ କରିଥିଲା। ଏନେଇ ଟ୍ୱିଟ କରି କେଜ୍ରିୱାଲ କହିଛନ୍ତି, ଗୁଜରାଟ ପୁଲିସ୍‌  ପାର୍ଟି କାର୍ଯ୍ୟାଳୟରେ କିଛି ପାଇ ନାହିଁ। କାରଣ ଏଏପି ନେତା ତଥା କର୍ମୀମାନେ ଅତ୍ୟନ୍ତ ସଚ୍ଚୋଟ ଅଟନ୍ତି। ଆପ୍‌ର ଦାବି ଉପରେ ଗୁଜରାଟ ପୁଲିସ୍‌ର କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

କେଜ୍ରିୱାଲ ଟୁଇଟ୍ କରି କହିଛନ୍ତି, ଗୁଜରାଟର ଲୋକଙ୍କଠାରୁ ମିଳିଥିବା ଅପାର ସମର୍ଥନ ଯୋଗୁଁ ବିଜେପି ଗଭୀର ଭାବେ ଚକିତ ହୋଇ ଯାଇଛି। ଆପ୍‌ ସପକ୍ଷରେ ଗୁଜୁରାଟରେ ଏକ ଝଡ଼ ସୃଷ୍ଟି ହୋଇଛି। ପୂର୍ବରୁ ଦିଲ୍ଲୀରେ ବାରମ୍ବାର ଚଢ଼ାଉ କରି ମଧ୍ୟ କିଛି ମିଳି ନ ଥିଲା । ଏବେ ଗୁଜୁରାଟରେ ମଧ୍ୟ ସେପରି କିଛି ମିଳି ନାହିଁ। ଆମେ ବହୁତ ସଚ୍ଚୋଟ ଏବଂ ଦେଶପ୍ରେମୀ ଲୋକ। "  ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଶେଷରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଗୁଜୁରାଟରେ ୧୮୨ଟି ବିଧାନସଭା ଆସନ ରହିଛି।

ସୂଚନାଯୋଗ୍ୟ, ପୂର୍ବରୁ ଅବକାରୀ ନୀତିକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଅବକାରୀ ମନ୍ତ୍ରୀ ମନିଷ ସିସୋଦିଆଙ୍କୁ ସିବିଆଇ ଓ ଇଡି ଘାଣ୍ଟି ସାରିବା ପରେ ଏବେ ନୂଆ ଜାଲରେ ଫସାଇବାକୁ ଯୋଜନା କରୁଛନ୍ତି। ଦିଲ୍ଲୀରେ ସିଏନଜି ବସ୍‌ କିଣା ମାମଲାରେ ଘୋର ଦୁର୍ନୀତି ହୋଇଥିବା ଅଭିଯୋଗ କରି ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପରାଜ୍ୟପାଳ ଭିକେ ସାକ୍ସେନା ।

Related story