ଶିବସେନାର ୫୦:୫୦ ଫର୍ମୁଲାକୁ ଏମିତି ଢ଼ଙ୍ଗରେ କଟାକ୍ଷ କଲେ ଓୱେସୀ

ହାଇଦ୍ରାବାଦ: ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟରେ ଦେଖାଦେଇଥିବା କଳହକୁ ନେଇ କଟାକ୍ଷ କରିଛନ୍ତି ଏଆଇଏମଆଇଏମର ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। ଶିବସେନାର ୫୦:୫୦ ଫର୍ମୁଲାକୁ ଏକ ଘରୋଇ କମ୍ପାନୀର ୫୦:୫୦ ବିସ୍କୁଟ ସହ ଯୋଡ଼ି ସେ କଟାକ୍ଷ କରିଛନ୍ତି। ବଜାରକୁ ଆଉ ଏକ ୫୦:୫୦ ବିସ୍କୁଟ ଆସିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ସେ ଉଭୟ ବିଜେପି କି ଶିବସେନା କାହାରି ନେତୃତ୍ୱର ସରକାରକୁ ତାଙ୍କ ଦଳର ବିଧାୟକ ସମର୍ଥନ କରିବେ ନାହିଁ ବୋଲି ସେ ସ୍ପଷ୍ଚ […]

asaduddin owaisi

Subhransu Sekhar
  • Published: Sunday, 03 November 2019
  • , Updated: 03 November 2019, 03:45 PM IST

ହାଇଦ୍ରାବାଦ: ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟରେ ଦେଖାଦେଇଥିବା କଳହକୁ ନେଇ କଟାକ୍ଷ କରିଛନ୍ତି ଏଆଇଏମଆଇଏମର ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। ଶିବସେନାର ୫୦:୫୦ ଫର୍ମୁଲାକୁ ଏକ ଘରୋଇ କମ୍ପାନୀର ୫୦:୫୦ ବିସ୍କୁଟ ସହ ଯୋଡ଼ି ସେ କଟାକ୍ଷ କରିଛନ୍ତି। ବଜାରକୁ ଆଉ ଏକ ୫୦:୫୦ ବିସ୍କୁଟ ଆସିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ସେ ଉଭୟ ବିଜେପି କି ଶିବସେନା କାହାରି ନେତୃତ୍ୱର ସରକାରକୁ ତାଙ୍କ ଦଳର ବିଧାୟକ ସମର୍ଥନ କରିବେ ନାହିଁ ବୋଲି ସେ ସ୍ପଷ୍ଚ କରିଛନ୍ତି। ମ୍ୟୁଜିକ ଚେୟାର ବୁଲୁଛି। ଉଦ୍ଧବ ଠାକରେ କଣ କରିବେ ଚିନ୍ତା କରି ପାରୁନଥିବା ସେ କହିଛନ୍ତି। ସେହିପରି ବିଜେପିକୁ ସମାଲୋଚନା କରିବାକୁ ଯାଇ କହିଛନ୍ତି ଏହା କେମିତି କା ‘ସବକା ସାଥ ସବକା ବିକାଶ’।

https://twitter.com/ANI/status/1190789886921433088

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ୨୮୮ଟି ଆସନରୁ ବିଜେପିକୁ ୧୦୫, ଶିବସେନାକୁ ୫୬, ଏନସିପିକୁ ୫୪, କଂଗ୍ରେସକୁ ୪୪ ଓ ଅନ୍ୟାନ୍ୟକୁ ୨୯ଟି ଆସନ ମିଳିଛି । ସରକାର ଗଢ଼ିବା ପାଇଁ ୨୪୫ ରହିଛି ମ୍ୟାଜିକ ନମ୍ୱର । ସରକାରରେ ନେତୃତ୍ୱକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଚାଲିଛି। ଏହାପରେ ଶିବସେନାକୁ ମନ୍ତ୍ରିମଣ୍ଡଳରେ ଦାବି ମୁତାବକ ବିଭାଗ ନମିଳିବାରୁ ନିଜ ନେତୃତ୍ୱରେ ଅନ୍ୟାନ୍ୟ ଦଳକୁ ନେଇ ସରକାର ଗଢ଼ିବାକୁ ପ୍ରୟାସ କରୁଛି ଶିବସେନା। ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୯ ଦିନ ପରେ ମଧ୍ୟ ମହାରାଷ୍ଟ୍ରରେ କିଏ ସରକାର ଗଢ଼ିବ ସେ ନେଇ ଅନିଶ୍ଚିତତା ଲାଗି ରହିଛି।

Related story