ଆସାମ ସରକାରକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲା ବିଜେପି: ଗୋଗୋଇ

ଗୌହାଟୀ: ଆସାମର କଂଗ୍ରେସ ସରକାରକୁ ଭାଙ୍ଗି ଦେବା ପାଇଁ ବିଜେପି ଉଦ୍ୟମ କରିଥିଲା। ଏଥିପାଇଁ ଦଳ ଶହେ କୋଟି ଟଙ୍କା ଖର୍ଚ୍ଚ ବି କରିଛି। ମଙ୍ଗଳବାର ଏ ଅଭିଯୋଗ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରକୁ ଟାର୍ଗେଟ‌୍ କରି ଗୋଗୋଇ ଆଜି ଏଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ କହିଥିଲେ ଯେ ସେମାନେ ହିମନ୍ତ (ବିଶ୍ୱ ଶର୍ମା) ଅନ୍ୟ ବିଧାୟକମାନଙ୍କୁ ନେଇ ସରକାର ଭାଙ୍ଗିବାକୁ ଚେଷ୍ଟା କରି ଥିଲେ। କିନ୍ତୁ ସେମାନେ […]

tarun-gogoi

Rakesh Mallick
  • Published: Tuesday, 29 March 2016
  • , Updated: 29 March 2016, 09:46 AM IST

ଗୌହାଟୀ: ଆସାମର କଂଗ୍ରେସ ସରକାରକୁ ଭାଙ୍ଗି ଦେବା ପାଇଁ ବିଜେପି ଉଦ୍ୟମ କରିଥିଲା। ଏଥିପାଇଁ ଦଳ ଶହେ କୋଟି ଟଙ୍କା ଖର୍ଚ୍ଚ ବି କରିଛି। ମଙ୍ଗଳବାର ଏ ଅଭିଯୋଗ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରକୁ ଟାର୍ଗେଟ‌୍ କରି ଗୋଗୋଇ ଆଜି ଏଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ କହିଥିଲେ ଯେ ସେମାନେ ହିମନ୍ତ (ବିଶ୍ୱ ଶର୍ମା) ଅନ୍ୟ ବିଧାୟକମାନଙ୍କୁ ନେଇ ସରକାର ଭାଙ୍ଗିବାକୁ ଚେଷ୍ଟା କରି ଥିଲେ। କିନ୍ତୁ ସେମାନେ ଏହି ଉଦ୍ୟମରେ ବିଫଳ ହୋଇଥିଲେ।

ଶର୍ମା ପୂର୍ବରୁ ଗୋଗୋଇଙ୍କର ଜଣେ ଅତି ବିଶ୍ୱସ୍ତ ମନ୍ତ୍ରୀ ଥିଲେ। ଏବେ ସେ ବିଜେପିରେ ଅଛନ୍ତି। କଂଗ୍ରେସ ଛାଡ଼ି ବିଜେପିରେ ମିଶିବା ବେଳେ ତାଙ୍କ ପଛରେ ୩୫ କଂଗ୍ରେସ ବିଧାୟକଙ୍କ ସମର୍ଥକ ରହିଛି ବୋଲି ସେ ଦାବି କରି ଥିଲେ। ଅରୁଣାଚଳ ପ୍ରଦେଶ ଓ ଉ ରାଖଣ୍ଡରେ ବିଜେପି ଯେଉଁ କୌଶଳ ଅବଲମ୍ୱନ କରି ଥିଲା ଆସାମରେ ବି ସେମିତି କୌଶଳ ଲଗାଇ ଥିଲା ବୋଲ‌୍ ଗୋଗୋଇ କହିଛନ୍ତି।

ଗୋଗୋଇ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, “ବିଜେପିର ଏହି ଷଡ଼ଯନ୍ତ୍ରରେ ରାଜ୍ୟପାଳ (ପଦ୍ମନାଭ ବାଲାକ୍ରିଷ୍ଣ ଆଚାର୍ଯ୍ୟ) ମଧ୍ୟ ସାମିଲ ଥିଲେ। ତାଙ୍କ ସମର୍ଥନ ବିନା ଏହା କିଭଳି ସମ୍ଭବ? ସେଥିପାଇଁ କେନ୍ଦ୍ର ସରକାର ଆସାମରେ ଜଣେ ସ୍ଥାୟୀ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଉ ନାହାନ୍ତି। ସେମାନେ କେବଳ ଆରଏସ‌୍ଏସ‌୍ ଲୋକଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦେଉଛନ୍ତି।’’

ସେହିଭଳି ବିଶ୍ୱ ଶର୍ମାଙ୍କୁ ଅତ୍ୟଧିକ ଭରସା କରିବା ଠିକ‌୍ ହୋଇ ନାହିଁ ବୋଲି ଦୁଃଖ ପ୍ରକାଶ କରିଥିଲେ ଗୋଗୋଇ।

Related story