ଆସାମରେ ବନ୍ୟା: ୧୪ ଲକ୍ଷ ଲୋକ ପ୍ରଭାବିତ, ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି

ଗୌହାଟି: ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଆଜି ବନ୍ୟା ଯୋଗୁଁ ପୁଣି ୨ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତକଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବନ୍ୟା ଯୋଗୁଁ ରାଜ୍ୟର ୧୯ଟି ଜିଲ୍ଲାର ୧୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବ୍ରହ୍ମପୁତ୍ର ଏବଂ ଏହାର ଶାଖା ନଦୀ ଗୁଡ଼ିକର ବନ୍ୟା ପାଣି ରାଜ୍ୟର ୨,୨୦୦ ଗାଁରେ ପଶି ଯାଇଛି। ଫଳରେ ହଜାର ହଜାର ଏକର ଜମିରେ ଚାଷ ନଷ୍ଟ ହୋଇଯାଇଛି। ପ୍ରଶାସନ ପକ୍ଷରୁ […]

Assam-floods

Rakesh Mallick
  • Published: Friday, 04 September 2015
  • , Updated: 04 September 2015, 11:45 AM IST

ଗୌହାଟି: ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଆଜି ବନ୍ୟା ଯୋଗୁଁ ପୁଣି ୨ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତକଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବନ୍ୟା ଯୋଗୁଁ ରାଜ୍ୟର ୧୯ଟି ଜିଲ୍ଲାର ୧୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ବ୍ରହ୍ମପୁତ୍ର ଏବଂ ଏହାର ଶାଖା ନଦୀ ଗୁଡ଼ିକର ବନ୍ୟା ପାଣି ରାଜ୍ୟର ୨,୨୦୦ ଗାଁରେ ପଶି ଯାଇଛି। ଫଳରେ ହଜାର ହଜାର ଏକର ଜମିରେ ଚାଷ ନଷ୍ଟ ହୋଇଯାଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିଭିନ୍ନ ସ୍ଥାନରେ ସେନା ପକ୍ଷରୁ ଲୋକମାନଙ୍କୁ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉଛି।

Related story