ଆସନ୍ତା ସପ୍ତାହରେ ହୋଇପାରେ ମୋଦି ଓ ସରିଫ ସାକ୍ଷାତ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଭାରତର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ମଧ୍ୟରେ ସାକ୍ଷାତ ହୋଇପାରେ। ଅବସର ହେବ ସଂଘାଇ ସହଯୋଗ ସଂଗଠନ(ଏସସିଓ) ଏବଂ ବ୍ରିକ୍ ସମ୍ମିଳନୀ। ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୁଇ ସମ୍ମିଳନୀ ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଉଫାରେ ରହିବେ। ଆଉ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସିବେ ବୋଲି […]

modi

Rakesh Mallick
  • Published: Saturday, 04 July 2015
  • , Updated: 04 July 2015, 08:46 AM IST

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଭାରତର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ମଧ୍ୟରେ ସାକ୍ଷାତ ହୋଇପାରେ। ଅବସର ହେବ ସଂଘାଇ ସହଯୋଗ ସଂଗଠନ(ଏସସିଓ) ଏବଂ ବ୍ରିକ୍ ସମ୍ମିଳନୀ। ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୁଇ ସମ୍ମିଳନୀ ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଉଫାରେ ରହିବେ। ଆଉ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସିବେ ବୋଲି ଜଣାପଡିଛି। ତେଣୁ ଉଭୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇପାରେ ବୋଲି କୁହାଯାଇଛି। ତେବେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ଭାବନାକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରାଯାଇ ନାହିଁ କି ନିଶ୍ଚିତ ମଧ୍ୟ କରାଯାଇନାହିଁ। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ବିକାଶ ସ୍ୱରୂପ କହିଛନ୍ତି ଯେ ଏସସିଓ ଏବଂ ବ୍ରିକ୍ ସମ୍ମିଳନୀ ବେଳେ ମୋଦିଙ୍କର ଦ୍ୱିପାକ୍ଷିକ ଆଲୋଚନା ନେଇ ଏପର୍ଯ୍ୟନ୍ତ କିଛି ଚୂଡାନ୍ତ ହୋଇନାହିଁ। ତେଣୁ ସରିଫଙ୍କ ସହ ମୋଦିଙ୍କ ଦ୍ୱିପାକ୍ଷିକ ଆଲୋଚନା ନେଇ କିଛି କହି ହେବ ନାହିଁ।

ଗତକାଲି ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ମୋଦି ଓ ସରିଫ ଆଲୋଚନା ନେଇ କୌଣସି ପ୍ରସ୍ତାବ ନାହିଁ। ଏ ନେଇ ଦୁଇ ଦେଶର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ।

Related story