ମଙ୍ଗଳବାର ଆମେରିକା-ପାକିସ୍ତାନ କୂଟନୈତିକ ଆଲୋଚନା

ନୂଆଦିଲ୍ଲୀ:ଆମେରିକା ଓ ପାକିସ୍ତାନ ମଧ୍ୟରେ ତୃତୀୟ ପର୍ଯ୍ୟାୟ କୂଟନୈତିକ ଆଲୋଚନା ଆସନ୍ତାକାଲି (ମଙ୍ଗଳବାର) ଅନୁଷ୍ଠିତ ହେବ। ପାକିସ୍ତାନର ବୈଦେଶିକ ସଚିବ ଏଜାଜ୍ ଚୌଧୁରୀ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ଏଥିରେ ଅଂଶଗ୍ରହଣ କରିବେ। ଏଥିପାଇଁ ପାକିସ୍ତାନର ପ୍ରତିନିଧି ମଣ୍ଡଳ ରବିବାର ସଂଧ୍ୟାରୁ ୱାଶିଂଟନରେ ପହଞ୍ଚିସାରିଛନ୍ତି। ଏହି ଅବସରରେ ଦୁଇଦେଶ ପାକିସ୍ତାନର ପ୍ରଧାନମନ୍ତ୍ରୀ ନବାଜ ସରିଫ୍ ହ୍ୱାଇଟ୍ ହାଉସ୍ ଗସ୍ତକୁ ନେଇ ଆଲୋଚନା କରିପାରନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ନବାଜ ସରିଫ୍ ଆସନ୍ତା ଜୁନରେ ଆମେରିକା ରାଷ୍ଟ୍ରପତି ବାରାକ୍ […]

usa

Rakesh Mallick
  • Published: Monday, 01 June 2015
  • , Updated: 04 May 2017, 03:45 PM IST

ନୂଆଦିଲ୍ଲୀ:ଆମେରିକା ଓ ପାକିସ୍ତାନ ମଧ୍ୟରେ ତୃତୀୟ ପର୍ଯ୍ୟାୟ କୂଟନୈତିକ ଆଲୋଚନା ଆସନ୍ତାକାଲି (ମଙ୍ଗଳବାର) ଅନୁଷ୍ଠିତ ହେବ। ପାକିସ୍ତାନର ବୈଦେଶିକ ସଚିବ ଏଜାଜ୍ ଚୌଧୁରୀ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ଏଥିରେ ଅଂଶଗ୍ରହଣ କରିବେ। ଏଥିପାଇଁ ପାକିସ୍ତାନର ପ୍ରତିନିଧି ମଣ୍ଡଳ ରବିବାର ସଂଧ୍ୟାରୁ ୱାଶିଂଟନରେ ପହଞ୍ଚିସାରିଛନ୍ତି।

ଏହି ଅବସରରେ ଦୁଇଦେଶ ପାକିସ୍ତାନର ପ୍ରଧାନମନ୍ତ୍ରୀ ନବାଜ ସରିଫ୍ ହ୍ୱାଇଟ୍ ହାଉସ୍ ଗସ୍ତକୁ ନେଇ ଆଲୋଚନା କରିପାରନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ନବାଜ ସରିଫ୍ ଆସନ୍ତା ଜୁନରେ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମାଙ୍କୁ ସାକ୍ଷାତ କରିବା ପାଇଁ ହ୍ୱାଇଟ୍ ହାଉସ୍ ଯାଇପାରନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଯାହାକୁ ୱାଶିଂଟନ କୁଟନୈତିକ ସ୍ତରରେ ଖଣ୍ଡନ କରାଯାଇଛି। ତେବେ ପ୍ରଧାନମନ୍ତ୍ରୀ ନବାଜ୍ ସରିଫ୍ ସେପ୍ଟେମ୍ୱର କିମ୍ୱା ଅକ୍ଟୋବରରେ ଆସିବାର ସମ୍ଭାବନା ଥିବା ଖବର ମଧ୍ୟ ଏଥିରେ ପ୍ରକାଶ ପାଇଥିଲା । ନବାଜ୍ ସେପ୍ଟେମ୍ୱରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଯୋଗ ଦେବା ପାଇଁ ନିୟୁର୍କ ଯିବେ। ସେଠାରେ ଓବାମାଙ୍କୁ ସାକ୍ଷାତ କରିବାର ସୁଯୋଗ ତାଙ୍କୁ ମିଳିପାରେ ।

Related story