ୟୁକୁବର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତିଙ୍କ ଅଗ୍ରାହ୍ୟ: ଆସନ୍ତାକାଲି ଫାଶି

ନୂଆଦିଲ୍ଲୀ : ୧୯୯୩ ମୁମ୍ୱାଇ ବିସ୍ଫୋରଣର ଫାଶି ୟାକୁବ୍ ମେମନର ଫ।ଶୀ ଦଣ୍ଡାଦେଶ କାୟମ ରଖିଛନ୍ତି ସୁପ୍ରିମକୋର୍ଟ । ସେ ରାଷ୍ଟ୍ରପତିଙ୍କୁ କରିଥିବା ରାଜକ୍ଷମା ଆବେଦନ ତା’ର ଶେଷ ଆଶା ଥିଲା। ରାଷ୍ଟ୍ରପତି ୟୁକୁବର ଏହି ଆବେଦନକୁ ଅଗ୍ରାହ୍ୟ କରିଦେବା ପରେ ସେ ଫାଶି ପାଇବା ନିଶ୍ଚିତ ହୋଇଛି। ଆସନ୍ତାକାଲି ନାଗପୁର ସେଣ୍ଟ୍ରାଲ ଜେଲରେ ସକାଳ ୭ଟାରେ ଫାଶି ଦିଆଯିବ। ବୁଧବାର ଟାଡା କୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାୟମ ରଖିଛନ୍ତି। ଆଜି ୧୯୯୩ ମୁମ୍ୱାଇ ବିସ୍ଫୋରଣର ଦୋଷୀ ୟାକୁବ୍ […]

yakub-memon

Rakesh Mallick
  • Published: Wednesday, 29 July 2015
  • , Updated: 29 July 2015, 05:50 PM IST

ନୂଆଦିଲ୍ଲୀ : ୧୯୯୩ ମୁମ୍ୱାଇ ବିସ୍ଫୋରଣର ଫାଶି ୟାକୁବ୍ ମେମନର ଫ।ଶୀ ଦଣ୍ଡାଦେଶ କାୟମ ରଖିଛନ୍ତି ସୁପ୍ରିମକୋର୍ଟ । ସେ ରାଷ୍ଟ୍ରପତିଙ୍କୁ କରିଥିବା ରାଜକ୍ଷମା ଆବେଦନ ତା’ର ଶେଷ ଆଶା ଥିଲା। ରାଷ୍ଟ୍ରପତି ୟୁକୁବର ଏହି ଆବେଦନକୁ ଅଗ୍ରାହ୍ୟ କରିଦେବା ପରେ ସେ ଫାଶି ପାଇବା ନିଶ୍ଚିତ ହୋଇଛି। ଆସନ୍ତାକାଲି ନାଗପୁର ସେଣ୍ଟ୍ରାଲ ଜେଲରେ ସକାଳ ୭ଟାରେ ଫାଶି ଦିଆଯିବ। ବୁଧବାର ଟାଡା କୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାୟମ ରଖିଛନ୍ତି। ଆଜି ୧୯୯୩ ମୁମ୍ୱାଇ ବିସ୍ଫୋରଣର ଦୋଷୀ ୟାକୁବ୍ ମେମନର ଆବେଦନ ସୁପ୍ରିମକୋର୍ଟରେ ଖାରଜ୍ ହୋଇଯାଇଥିଲା। କ୍ୟୁରେଟିଭ୍ ପିଟିସନ୍ ଉପରେ ଆଉ ଶୁଣାଣି କରାଯାଇପାରିବ ନାହିଁ ବୋଲି କୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି। ଫ।ଶୀଦଣ୍ଡକୁ ସ୍ଥଗିତ ରଖିବା ପାଇଁ ୟାକୁବ୍ ପକ୍ଷରୁ ଏହି ଆବେଦନ କରାଯାଇଥିଲା। ସେପଟେ  ତାକୁ ଆସନ୍ତାକାଲି ଫାଶି ଦିଆଯିବାକୁ ଥିବା ବେଳେ ୟାକୁବ୍ ପୁଣି ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି। ପୂର୍ବରୁ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ ଖାରଜ ହୋଇଯାଇଥିବା ବେଳେ ଆଜି ଦ୍ୱିତୀୟ ଥର ଲାଗି ରାଜକ୍ଷମା ଆବେଦନ କରାଯାଇଛି ୟାକୁବ୍। ଅନ୍ୟପକ୍ଷରେ ଗତକାଲି  ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହୋଇଥିଲା। ୟାକୁବକୁ ଫାଶି ଦିଆଯିବ ନା ନାହିଁ ତାଙ୍କୁ ନେଇ ଦୁଇ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠରେ ମତ ଭେଦ ଦେଖା ଦେଇଥିଲା।

Related story