ଆସନ୍ତାକାଲି ସଂସଦରେ ଅସହିଷ୍ଣୁତା ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ସଂସଦର ଚଳିତ ଶୀତ ଅଧିବେଶନରେ  ଆସନ୍ତାକାଲିଠାରୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ଗଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ। ଅସହିଷ୍ଣୁତାକୁ ନେଇ ଦେଶରେ ବିବାଦୀୟ ପରିସ୍ଥିତି ଦେଖାଯାଇଥିବା ବେଳେ ବିରୋଧୀମାନେ ସଂସଦର ଉଭୟ ଗୃହରେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ନୋଟିସ ଦେଇଛନ୍ତି। ରାଜ୍ୟସଭାରେ କଂଗ୍ରେସ ଓ ଜେଡିୟୁ ୨୬୭ ଧାରା ଅନୁଯାୟୀ  ଗୃହର କାର୍ଯ୍ୟକୁ ନିଲମ୍ବନ କରି ଅସହିଷ୍ଣୁତା ପ୍ରସଙ୍ଗରେ ଆଲୋଚନା କରିବାକୁ  ନୋଟିସ ଦେଇଛନ୍ତି। ସେହିପରି  ଲୋକସଭାରେ କଂଗ୍ରେସ ଓ ବାମ ଦଳଗୁଡିକ […]

the-parliament-house

Rakesh Mallick
  • Published: Sunday, 29 November 2015
  • , Updated: 29 November 2015, 09:46 AM IST

ନୂଆଦିଲ୍ଲୀ: ସଂସଦର ଚଳିତ ଶୀତ ଅଧିବେଶନରେ  ଆସନ୍ତାକାଲିଠାରୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ଗଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ। ଅସହିଷ୍ଣୁତାକୁ ନେଇ ଦେଶରେ ବିବାଦୀୟ ପରିସ୍ଥିତି ଦେଖାଯାଇଥିବା ବେଳେ ବିରୋଧୀମାନେ ସଂସଦର ଉଭୟ ଗୃହରେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ନୋଟିସ ଦେଇଛନ୍ତି। ରାଜ୍ୟସଭାରେ କଂଗ୍ରେସ ଓ ଜେଡିୟୁ ୨୬୭ ଧାରା ଅନୁଯାୟୀ  ଗୃହର କାର୍ଯ୍ୟକୁ ନିଲମ୍ବନ କରି ଅସହିଷ୍ଣୁତା ପ୍ରସଙ୍ଗରେ ଆଲୋଚନା କରିବାକୁ  ନୋଟିସ ଦେଇଛନ୍ତି। ସେହିପରି  ଲୋକସଭାରେ କଂଗ୍ରେସ ଓ ବାମ ଦଳଗୁଡିକ ଧାରା ୧୯୩ ଅନୁଯାୟୀ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ନୋଟିସ୍ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଅସହିଷ୍ଣୁତା ପ୍ରସଙ୍ଗ ଆଲୋଚନା ପାଇଁ ଆସନ୍ତାକାଲି  ଲୋକସଭାର କାର୍ଯ୍ୟସୂଚୀରେ ସ୍ଥାନିତ ହୋଇଛି।

ସୂଚନାଯୋଗ୍ୟ, ଅସହିଷ୍ଣୁତା ପ୍ରସଙ୍ଗକୁ ନେଇ ୫୦ରୁ ଅଧିକ ସାହିତ୍ୟିକ, କଳାକାର,ବୈଜ୍ଞାନିକ ସେମାନେ ପାଇଥିବା  ରାଷ୍ଟ୍ରୀୟ ପୁରସ୍କାର ଫେରାଇ ସାରିଛନ୍ତି।

Related story