ବରେଲି: ସ୍ୱଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କ ବିରୋଧରେ ଆସିଥିବା ଏକ ବଳାତ୍କାର ମାମଲାର ସାକ୍ଷୀ କ୍ରିପାଲ ସିଂହଙ୍କର ଶନିବାର ବିଳମ୍ୱିତ ରାତିରେ ମୃତ୍ୟୁ ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ପୁୱାୟାନ ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ କିଛି ଦୁର୍ବୃତ୍ତ ଗୁଳି କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବରେଲିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ବରେଲିର ଅତିରିକ୍ତ ସିଟି ମାଜିଷ୍ଟ୍ରେଟଙ୍କ ଠାରେ କ୍ରିପାଲ ଦେଇଥିବା ବୟାନରେ କହିଥିଲେ ଯେ ଆଶାରାମ ବାପୁଙ୍କ ମାମଲାକୁ ନେଇ ଗତ କିଛିଦିନ ହେଲା ତାଙ୍କୁ ଧମକ ଦିଆଯାଇ ଆସୁଥିଲା। ପୋଲିସ୍ ଘଟଣାର ତଦନ୍ତ କରୁଛି। ଏହି ଘଟଣାରେ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ କାହାରିକୁ ଗିରଫ କରି ନାହିଁ।
କ୍ରିପାଲ ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ଚାକିରି କରୁଥିଲେ। ଉକ୍ତ କମ୍ପାନୀର ମାଲିକଙ୍କ ଝିଅଙ୍କୁ ଆଶାରାମ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଚଳିତବର୍ଷ ଜାନୁୟାରୀରେ ଆଶାରାମ ବାପୁଙ୍କର ଜଣେ ରୋଷେୟାଙ୍କୁ ମୁଜାଫରନଗରରେ ଗୁଳି କରି ହତ୍ୟା କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମହାରାଷ୍ଟ୍ରରେ ଭାଙ୍ଗିଲା ବିରୋଧୀ ମେଣ୍ଟ! ଏକା ଲଢ଼ିବାକୁ ଉଦ୍ଧବ ଗୋଷ୍ଠୀର ଘୋଷଣା
ଚଳିତ ବର୍ଷ ମହାରାଷ୍ଟ୍ରର ବିଭିନ୍ନ ମହାନଗର ନିଗମ, ଜିଲ୍ଲା ପରିଷଦ ଓ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଆଉ ଦେଖିବାକୁ ମିଳିବନି ମହା ବିକାଶ ଅଘାଡ଼ି ମେଣ୍ଟ।
Politics
ମାର୍ଚ୍ଚ ପରେ ସିଦ୍ଦରମୈୟାଙ୍କ ସ୍ଥାନରେ ଶିବକୁମାର ହେବେ ମୁଖ୍ୟମନ୍ତ୍ରୀ!
କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟା ହଟିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କ୍ୟାବିନେଟରେ ଥିବା ନିର୍ଦ୍ଦିଷ୍ଟ ଦଳିତ ଓ ଏସ୍ଟି ସଦସ୍ୟଙ୍କ ସହ ଡିନର କରିଛନ୍ତି।
National
୨୨ରେ ହୋଇଥିଲା ପ୍ରାଣ ପ୍ରତିଷ୍ଠା, କାହିଁକି ୧୧ରେ ପାଳନ ହେଲା ବର୍ଷ ପୂର୍ତ୍ତି ?
ଅଭିଷେକ ପରେ ରାମଲଲାଙ୍କର ଆଳତୀ କରାଯାଇ ୫୬ ଭୋଗ ଲାଗି କରାଯାଇଛି। ଭବ୍ୟ ରାମ ମନ୍ଦିରରକୁ ଫୁଲରେ ସଜ୍ଜିତ କରାଯାଇଛି।
Crime
ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ
ଆଗରୁ ଟ୍ରାଫିକ ନିୟମ ଭାଙ୍ଗି ୧୦ ଥର ଜୋରିମାନା ଦେଇଥିଲେ। ଏବେ ପୁଣି ବାନ୍ଧବୀଙ୍କୁ ଧରି ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ।
Politics
ବିଜେପିର ରମେଶ ବିଧୁରୀଙ୍କୁ କାହିଁକି ଆଗୁଆ ଶୁଭେଚ୍ଛା ଜଣାଇଲେ କେଜ୍ରିୱାଲ?
ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ବିଜେପିକୁ କଟାକ୍ଷ କରିଛନ୍ତି। ସେ ବିଜେପିର ରମେଶ ବିଧୁରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।